୧୪ ବେଆଇନ ଇଟାଭାଟି ଭାଙ୍ଗିଲା ପ୍ରଶାସନ
ଦିଗପହଣ୍ଡି,୧୨।୫(ଅଶେଷ ନାଥ ମିଶ୍ର): ବେଆଇନ ଇଟାଭାଟି ଭାଙ୍ଗିଲା ପ୍ରଶାସନ। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ତହସିଲଦାର ତଥା ଏକଜକ୍ୟୁଟିଭ ମାଜିଷ୍ଟ୍ରେଟ ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ତହସିଲ ଏନ୍ଫୋର୍ସମେଣ୍ଟ ସ୍କ୍ବାର୍ଡ ସୋମବାର ପୂର୍ବାହ୍ନରୁ ସା ମଧ୍ୟରେ ଭୀଷ୍ମଗିରି, ବାଙ୍ଗରଡ଼ା, ଭ୍ରମରପୁର ରାଜସ୍ବ ସର୍କଲର ବିଭିନ୍ନ ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳରେ ବେଆଇନଭାବେ ଗଢି ଉଠିଥିବା ପ୍ରାୟ ୧୨ ଇଟାଭାଟିକୁ ହିଟାଚି ମେଶିନ ସହାୟତାରେ ଭଙ୍ଗାଯଇଛି। ସୋମବାର ପୂର୍ବାହ୍ନରେ ଭୀଷ୍ମଗିରି ରାଜସ୍ବ ସର୍କଲର ବାବୁଲିବନ୍ଧ, ବାଲିପାଟ ମୌଜାର […] The post ୧୪ ବେଆଇନ ଇଟାଭାଟି ଭାଙ୍ଗିଲା ପ୍ରଶାସନ appeared first on Dharitri Odia News.
ଦିଗପହଣ୍ଡି,୧୨।୫(ଅଶେଷ ନାଥ ମିଶ୍ର): ବେଆଇନ ଇଟାଭାଟି ଭାଙ୍ଗିଲା ପ୍ରଶାସନ। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ତହସିଲଦାର ତଥା ଏକଜକ୍ୟୁଟିଭ ମାଜିଷ୍ଟ୍ରେଟ ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ତହସିଲ ଏନ୍ଫୋର୍ସମେଣ୍ଟ ସ୍କ୍ବାର୍ଡ ସୋମବାର ପୂର୍ବାହ୍ନରୁ ସା ମଧ୍ୟରେ ଭୀଷ୍ମଗିରି, ବାଙ୍ଗରଡ଼ା, ଭ୍ରମରପୁର ରାଜସ୍ବ ସର୍କଲର ବିଭିନ୍ନ ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳରେ ବେଆଇନଭାବେ ଗଢି ଉଠିଥିବା ପ୍ରାୟ ୧୨ ଇଟାଭାଟିକୁ ହିଟାଚି ମେଶିନ ସହାୟତାରେ ଭଙ୍ଗାଯଇଛି।
ସୋମବାର ପୂର୍ବାହ୍ନରେ ଭୀଷ୍ମଗିରି ରାଜସ୍ବ ସର୍କଲର ବାବୁଲିବନ୍ଧ, ବାଲିପାଟ ମୌଜାର ୨ଟି ବେଆଇନ ଇଟାଭାଟି ଉପରେ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଚଢାଉ କରି ଭାଙ୍ଗିଥିବା ବେଳେ ଅପରାହ୍ନରେ ଭ୍ରମରପୁର ସର୍କଲର ସମାସିଙ୍ଗି ମୌଜାର ୭, ଚୌଧୁରୀ ଟିକରପଡ଼ା ମୌଜାର ୩ଟି ବେଆଇନ ଇଟାଭାଟି ଭଙ୍ଗାଯାଇଛି।
ସେହିପରି ଗତ ରବିବାର ବାଙ୍ଗରଡ଼ା ରାଜସ୍ବ ସର୍କଲର ଧେରେଣ୍ଡି, ଜଲମେରୀ ପଲ୍ଲୀ ମୌଜାର ନିରଞ୍ଜନ ପାଣିଗ୍ରାହୀ ଏବଂ ରମେଶ ବେହେରାଙ୍କ ୨ ଟି ବେଆଇନ ଇଟାଭାଟି ଭଙ୍ଗା ଯାଇଥିଲା। ଦିଗପହଣ୍ଡି ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ,ରାଜସ୍ବ ସୁପରଭାଇଜର ବାବୁ ସେଠୀ,ରାଜସ୍ବ ନୀରିକ୍ଷକ ସୁଶାନ୍ତ କୁମାର ବେହେରା,ମନୋଜ କୁମାର ବେହେରା,ସୁନୀଲ କୁମାର ବେହେରା,ସହକାରୀ ରାଜସ୍ବ ନିରୀକ୍ଷକ କେଶବ ଶବର,ଶିବାଶିଷ ପଟ୍ଟନାୟକଙ୍କ ସମେତ ଅଗ୍ନିଶମ ଅଧିକାରୀ ବିକାଶ ଚନ୍ଦ୍ର ମୁଦୁଲି ଓ ପୋଲିସ ଟିମ୍ ଏହି ଚଢାଉ ଧରପଗଡରେ ସାମିଲ ଥିଲେ। ବେଆଇନ ଇଟାଭାଟି କରି ବ୍ୟବସାୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରାଯାଇ ରାଜସ୍ବ ବିଭାଗ ପକ୍ଷରୁ ପୂର୍ବରୁ ସେମାନଙ୍କ ଠାରୁ ୧୯ ଲକ୍ଷ ୬୫ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏହି ଚଢାଉରେ ପ୍ରାୟ ୨୫ ଲକ୍ଷ ଇଟା ନଷ୍ଟ କରାଯାଇଥିବା ଆକଳନ କରାଯାଇଛି। ରାଜସ୍ବ ବିଭାଗ ପକ୍ଷରୁ ଏହି ଚଢାଉ ଧରପଗଡ ଜାରିରହିଛି।
The post ୧୪ ବେଆଇନ ଇଟାଭାଟି ଭାଙ୍ଗିଲା ପ୍ରଶାସନ appeared first on Dharitri Odia News.