୧୫ ମାସ ହେଲା ମିଳିନି ଦରମା: ସିଡିଓଙ୍କୁ ଫେରାଦ ହେଲେ ସିଆର୍‌ପି

ଭବାନୀପାଟଣା,୧୩ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକର ୨୪ ପଞ୍ଚାୟତରେ କାର୍ଯ୍ୟରତ ସିଆର୍‌ପି, ଏମ୍‌ବିକେ ଓ ବ୍ୟାଙ୍କ ମିତ୍ରଙ୍କୁ ଗତ ୧୫ମାସ ହେଲା ଦରମା ମିଳିନାହିଁ। ବ୍ଲକ୍‌ର ଅନ୍ୟ ୧୦ ପଞ୍ଚାୟତରେ କାର୍ଯ୍ୟରତ ସମାନ ପଦବୀଧାରୀଙ୍କୁ ଦରମା ପ୍ରଦାନ କରାଯାଇଥିବାବେଳେ ସେମାନଙ୍କ କ୍ଷେତ୍ରରେ ଏପରି ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହାକୁ ନେଇ ଗୁରୁବାର ଜିଲା ପରିଷଦ ଉପାଧ୍ୟକ୍ଷା ସୁଧୀରା ମେହେରଙ୍କ ନେତୃତ୍ୱରେ ବ୍ଲକର ୨୪ ପଞ୍ଚାୟତର କାର୍ଯ୍ୟରତ ୧୮୦ ଜଣ ସିଆର୍‌ପି, ଏମ୍‌ବିକେ ଓ ବ୍ୟାଙ୍କ […] The post ୧୫ ମାସ ହେଲା ମିଳିନି ଦରମା: ସିଡିଓଙ୍କୁ ଫେରାଦ ହେଲେ ସିଆର୍‌ପି appeared first on Dharitri Odia News.

୧୫ ମାସ ହେଲା ମିଳିନି ଦରମା: ସିଡିଓଙ୍କୁ ଫେରାଦ ହେଲେ ସିଆର୍‌ପି

ଭବାନୀପାଟଣା,୧୩ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକର ୨୪ ପଞ୍ଚାୟତରେ କାର୍ଯ୍ୟରତ ସିଆର୍‌ପି, ଏମ୍‌ବିକେ ଓ ବ୍ୟାଙ୍କ ମିତ୍ରଙ୍କୁ ଗତ ୧୫ମାସ ହେଲା ଦରମା ମିଳିନାହିଁ। ବ୍ଲକ୍‌ର ଅନ୍ୟ ୧୦ ପଞ୍ଚାୟତରେ କାର୍ଯ୍ୟରତ ସମାନ ପଦବୀଧାରୀଙ୍କୁ ଦରମା ପ୍ରଦାନ କରାଯାଇଥିବାବେଳେ ସେମାନଙ୍କ କ୍ଷେତ୍ରରେ ଏପରି ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହାକୁ ନେଇ ଗୁରୁବାର ଜିଲା ପରିଷଦ ଉପାଧ୍ୟକ୍ଷା ସୁଧୀରା ମେହେରଙ୍କ ନେତୃତ୍ୱରେ ବ୍ଲକର ୨୪ ପଞ୍ଚାୟତର କାର୍ଯ୍ୟରତ ୧୮୦ ଜଣ ସିଆର୍‌ପି, ଏମ୍‌ବିକେ ଓ ବ୍ୟାଙ୍କ ମିତ୍ର ଭବାନୀପାଟଣାକୁ ଯାଇ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ଦୟାମୟ ପାଢୀଙ୍କଠାରେ ଫେରାଦ ହୋଇଛନ୍ତି। ଏ ସଂକ୍ରାନ୍ତରେ ସିଡିଓ ପାଢୀଙ୍କୁ ସେମାନେ ଏକ ଲିଖିତ ଅଭିଯୋଗ ମଧ୍ୟ ଦେଇଛନ୍ତି। ଗତ ୧୫ ମାସ ହେଲା କାର୍ଯ୍ୟକରି ଦରମା ପାଉ ନ ଥିବାରୁ ସେମାନଙ୍କ ପରିବାର ଚଳିବା କଷ୍ଟକର ହୋଇପଡିଛି। ଆସନ୍ତା ୨୪ ତାରିଖ ସୁଦ୍ଧା ଏହାର ସମାଧାନ କରା ନ ଗଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେବେ ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ତେବେ ସିଡିଓ ପାଢ଼ୀ ଏହି ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି କହିଥିଲେ।

The post ୧୫ ମାସ ହେଲା ମିଳିନି ଦରମା: ସିଡିଓଙ୍କୁ ଫେରାଦ ହେଲେ ସିଆର୍‌ପି appeared first on Dharitri Odia News.