ଓଡ଼ିଶାରେ ଓ୍ବଣ୍ଡେର୍ଲା ଆମ୍ୟୁଜ୍ମେଣ୍ଟ ପାର୍କ
ଭୁବନେଶ୍ୱର,୧୮।୫ (ଅନୁରାଧା ମହାରଣା): ଭାରତର ସର୍ବବୃହତ୍ ପାର୍କ ଚେନ୍ କୁହାଯାଉଥିବା ୱଣ୍ଡେର୍ଲା ହଲିଡେଜ୍ ପକ୍ଷରୁ ଓଡ଼ିଶାରେ ଓ୍ବଣ୍ଡେର୍ଲା ଆମ୍ୟୁଜ୍ମେଣ୍ଟ ପାର୍କ ନିର୍ମାଣ ହୋଇଛି। ଭୁବନେଶ୍ୱରଠାରୁ ୨୨.୫ କି.ମି. ଦୂର କୁମ୍ଭାରବସ୍ତରେ ଏହି ପାର୍କ ଆସନ୍ତା ୨୪ରେ ଖୋଲାଯିବ। କୋଚି, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ପରେ ଚତୁର୍ଥ ପାର୍କ ଭାବେ ୱଣ୍ଡେର୍ଲାର ପାର୍କ ପ୍ରସ୍ତୁତ ହୋଇଛି। ଶୁକ୍ରବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପାର୍କ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଛି। ପରିଚାଳନା ନିର୍ଦ୍ଦେଶକ ଅରୁଣ କେ ଚିଟ୍ଟିଲାପିଲିଙ୍କ […] The post ଓଡ଼ିଶାରେ ଓ୍ବଣ୍ଡେର୍ଲା ଆମ୍ୟୁଜ୍ମେଣ୍ଟ ପାର୍କ appeared first on Dharitri Odia News.
ଭୁବନେଶ୍ୱର,୧୮।୫ (ଅନୁରାଧା ମହାରଣା): ଭାରତର ସର୍ବବୃହତ୍ ପାର୍କ ଚେନ୍ କୁହାଯାଉଥିବା ୱଣ୍ଡେର୍ଲା ହଲିଡେଜ୍ ପକ୍ଷରୁ ଓଡ଼ିଶାରେ ଓ୍ବଣ୍ଡେର୍ଲା ଆମ୍ୟୁଜ୍ମେଣ୍ଟ ପାର୍କ ନିର୍ମାଣ ହୋଇଛି। ଭୁବନେଶ୍ୱରଠାରୁ ୨୨.୫ କି.ମି. ଦୂର କୁମ୍ଭାରବସ୍ତରେ ଏହି ପାର୍କ ଆସନ୍ତା ୨୪ରେ ଖୋଲାଯିବ। କୋଚି, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ପରେ ଚତୁର୍ଥ ପାର୍କ ଭାବେ ୱଣ୍ଡେର୍ଲାର ପାର୍କ ପ୍ରସ୍ତୁତ ହୋଇଛି। ଶୁକ୍ରବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପାର୍କ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଛି। ପରିଚାଳନା ନିର୍ଦ୍ଦେଶକ ଅରୁଣ କେ ଚିଟ୍ଟିଲାପିଲିଙ୍କ ସୂଚନାନୁସାରେ, ୨୦୦୦ରେ ରାଜ୍ୟ ସରକାରଙ୍କ ପକ୍ଷରୁ ୯୦ବର୍ଷ ଅବଧିର ଲିଜ୍ ମିଳିବା ପରେ ଓ୍ବାଣ୍ଡେର୍ଲା ଓଡ଼ିଶା ପକ୍ଷରୁ ପ୍ରାୟ ୧୯୦ କୋଟି ଟଙ୍କା ନିବେଶରେ ଏହି ପାର୍କ ନିର୍ମାଣ କରାଯାଇଛି। ୱଣ୍ଡେର୍ଲା ଭୁବନେଶ୍ୱର ୨୧ରୁ ଅଧିକ ପ୍ରମୋଦଦାୟକ ଡ୍ରାଏ ଆଣ୍ଡ ୱେଟ ରାଇଡ୍ ଉପଲବ୍ଧ ହେବ। ହାଇ ସ୍ପିଡ୍ କୋଷ୍ଟରଠାରୁ ଆରମ୍ଭକରି ବିଭିନ୍ନ ପ୍ରକାର ଆମୋଦ ପ୍ରଦାନ କରିବ। ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପ୍ରାକୃତିକ ବୈଭବ ପ୍ରତି ସମ୍ମାନ ଜଣାଇବାକୁ ଡିଜାଇନ କରାଯାଇଥିବା ୱଣ୍ଡେର୍ଲା ଭୁବନେଶ୍ୱର ୫୦ ଏକର ପରିମିତ ଅଞ୍ଚଳରେ ପ୍ରସ୍ତୁତ କରାଯାଇଛି।
The post ଓଡ଼ିଶାରେ ଓ୍ବଣ୍ଡେର୍ଲା ଆମ୍ୟୁଜ୍ମେଣ୍ଟ ପାର୍କ appeared first on Dharitri Odia News.