ମହାରାଷ୍ଟ୍ର, ଝାଡଖଣ୍ଡ ନିର୍ବାଚନରେ ହରିୟାଣା ଭଳି ଅବସ୍ଥା ହେବ କି! ସଙ୍କଟରେ ଇଣ୍ଡିଆ ମେଣ୍ଟ

ନୂଆଦିଲ୍ଲୀ,୧୫।୧୦: ନିର୍ବାଚନ ଆୟୋଗ ଆଜି ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବେ। ଅପରାହ୍ନ ୩.୩୦ରେ ଏ ସମ୍ପର୍କରେ ଏକ ଖବରଦାତା ସମ୍ମିଳନୀ ହେବ। ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ୨୬ ନଭେମ୍ବରରେ ଶେଷ ହେବ। ଏଥି ସହିତ ଝାଡଖଣ୍ଡ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ବର୍ଷ ଜାନୁୟାରୀ ୫ରେ ଶେଷ ହେବାକୁ ଯାଉଛି। ହରିୟାଣା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ଏହି ଦୁଇଟି ବିଧାନସଭା ନିର୍ବାଚନ ଉପରେ ଆଖି ରଖିଛି। ତେବେ ଦୁଇ ରାଜ୍ୟ ମଧ୍ୟରେ […] The post ମହାରାଷ୍ଟ୍ର, ଝାଡଖଣ୍ଡ ନିର୍ବାଚନରେ ହରିୟାଣା ଭଳି ଅବସ୍ଥା ହେବ କି! ସଙ୍କଟରେ ଇଣ୍ଡିଆ ମେଣ୍ଟ appeared first on Dharitri Odia News.

ମହାରାଷ୍ଟ୍ର, ଝାଡଖଣ୍ଡ ନିର୍ବାଚନରେ ହରିୟାଣା ଭଳି ଅବସ୍ଥା ହେବ କି! ସଙ୍କଟରେ ଇଣ୍ଡିଆ ମେଣ୍ଟ

ନୂଆଦିଲ୍ଲୀ,୧୫।୧୦: ନିର୍ବାଚନ ଆୟୋଗ ଆଜି ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବେ। ଅପରାହ୍ନ ୩.୩୦ରେ ଏ ସମ୍ପର୍କରେ ଏକ ଖବରଦାତା ସମ୍ମିଳନୀ ହେବ। ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ୨୬ ନଭେମ୍ବରରେ ଶେଷ ହେବ। ଏଥି ସହିତ ଝାଡଖଣ୍ଡ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ବର୍ଷ ଜାନୁୟାରୀ ୫ରେ ଶେଷ ହେବାକୁ ଯାଉଛି। ହରିୟାଣା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ଏହି ଦୁଇଟି ବିଧାନସଭା ନିର୍ବାଚନ ଉପରେ ଆଖି ରଖିଛି। ତେବେ ଦୁଇ ରାଜ୍ୟ ମଧ୍ୟରେ ଭାଗବଣ୍ଟାକୁ ନେଇ ଏବେ ବି ସଙ୍କଟ ରହିଛି।

ଝାଡଖଣ୍ଡ ବିଧାନସଭାର ୮୧ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ହେମନ୍ତ ସୋରେନଙ୍କ ନେତୃତ୍ୱରେ ଜେଏମଏମ ସ୍ପଷ୍ଟ କରିଛି ଯେ ସେମାନେ ୪୯ଟି ଆସନରେ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି। ଏଭଳି ପରିସ୍ଥିତିରେ କଂଗ୍ରେସ, ଆରଜେଡି ଏବଂ ସିପିଆଇ ଏମଏଲଙ୍କୁ କେବଳ ୩୨ଟି ଆସନରେ ଆଡଜଷ୍ଟ କରିବାକୁ ପଡିବ। ଏଥି ସହିତ କଂଗ୍ରେସ ଏଥିପାଇଁ ପ୍ରସ୍ତୁତ ନୁହେଁ। ଗତଥର କଂଗ୍ରେସ ୩୧ଟି ଆସନରେ ନିର୍ବାଚନ ଲଢିଥିଲା। ଏଥର କଂଗ୍ରେସ ୩୩ଟି ଆସନ ଉପରେ ଦାବି ରଖିଛି।

କଂଗ୍ରେସର କହିବାନୁଯାୟୀ, ଭାଜପା ଏବଂ ଜେବିଏମ୍‌ର ଜଣେ-ଜଣେ ବିଧାୟକ ସେମାନଙ୍କ ଦଳରେ ଯୋଗ ଦେଇଛନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କୁ ଆଉ ଦୁଇଟି ସିଟ ମିଳିବା ଉଚିତ୍‌। ଏଥିସହିତ ଏହା ସ୍ପଷ୍ଟ ହେଉଛି ଯେ ଝାଡଖଣ୍ଡରେ ଥିବା ଇଣ୍ଡିଆ ମେଣ୍ଟରେ ସିଟ ଭାଗବଣ୍ଟା ନେଇ ସଙ୍କଟ ରହିଛି।

The post ମହାରାଷ୍ଟ୍ର, ଝାଡଖଣ୍ଡ ନିର୍ବାଚନରେ ହରିୟାଣା ଭଳି ଅବସ୍ଥା ହେବ କି! ସଙ୍କଟରେ ଇଣ୍ଡିଆ ମେଣ୍ଟ appeared first on Dharitri Odia News.