ଓଡ଼ିଶାରେ ଜିଓର ଡିଜିଟାଲ କ୍ରାନ୍ତି
ଭୁବନେଶ୍ୱର,୮।୨ (ଅଭୟ ଦାଶ): ରିଲାଏନ୍ସ ଜିଓର ହାଇସ୍ପିଡ୍ ବ୍ରଡ୍ବ୍ୟାଣ୍ଡ ସେବା ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଖୁବ୍ କମ୍ ସମୟ ମଧ୍ୟରେ ଓଡ଼ିଶାର ସମସ୍ତ ଛୋଟ ବଡ ସହର ତଥା ସହର ଉପକଣ୍ଠ ଅଞ୍ଚଳ, ତହସିଲ ଏବଂ ବିସ୍ତୀର୍ଣ୍ଣ ଗ୍ରାମାଞ୍ଚଳରେ ବିଶ୍ୱସ୍ତରୀୟ ଘରୋଇ ମନୋରଞ୍ଜନ (ହୋମ୍ ଏଣ୍ଟରଟେନ୍ମେଣ୍ଟ) ଏବଂ ହାଇସ୍ପିଡ୍ ବ୍ରଡ୍ବ୍ୟାଣ୍ଡ ଉପଲବ୍ଧକରି ଡିଜିଟାଲ କ୍ରାନ୍ତିର ପଥକୁ ସୁଗମ କରିଛି। ସାରା ଓଡ଼ିଶାରେ ପ୍ରାୟ ୪ଲକ୍ଷ ଘର ଏବଂ ବ୍ୟବସାୟ ପରିସର ବର୍ତ୍ତମାନ ଜିଓ ଫାଇବର […] The post ଓଡ଼ିଶାରେ ଜିଓର ଡିଜିଟାଲ କ୍ରାନ୍ତି appeared first on Dharitri Odia News.
ଭୁବନେଶ୍ୱର,୮।୨ (ଅଭୟ ଦାଶ): ରିଲାଏନ୍ସ ଜିଓର ହାଇସ୍ପିଡ୍ ବ୍ରଡ୍ବ୍ୟାଣ୍ଡ ସେବା ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଖୁବ୍ କମ୍ ସମୟ ମଧ୍ୟରେ ଓଡ଼ିଶାର ସମସ୍ତ ଛୋଟ ବଡ ସହର ତଥା ସହର ଉପକଣ୍ଠ ଅଞ୍ଚଳ, ତହସିଲ ଏବଂ ବିସ୍ତୀର୍ଣ୍ଣ ଗ୍ରାମାଞ୍ଚଳରେ ବିଶ୍ୱସ୍ତରୀୟ ଘରୋଇ ମନୋରଞ୍ଜନ (ହୋମ୍ ଏଣ୍ଟରଟେନ୍ମେଣ୍ଟ) ଏବଂ ହାଇସ୍ପିଡ୍ ବ୍ରଡ୍ବ୍ୟାଣ୍ଡ ଉପଲବ୍ଧକରି ଡିଜିଟାଲ କ୍ରାନ୍ତିର ପଥକୁ ସୁଗମ କରିଛି। ସାରା ଓଡ଼ିଶାରେ ପ୍ରାୟ ୪ଲକ୍ଷ ଘର ଏବଂ ବ୍ୟବସାୟ ପରିସର ବର୍ତ୍ତମାନ ଜିଓ ଫାଇବର ଏବଂ ଜିଓ ଏୟାର ଫାଇବର ସେବାକୁ ଉପଭୋଗ କରୁଛନ୍ତି। କିଛି ମାସ ପୂର୍ବେ ଆରମ୍ଭ ହୋଇଥିବା ଜିଓ ଏୟାରଫାଇବର ସେବାକୁ ନେଇ ସମଗ୍ର ରାଜ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ଏହି ସେବା ବର୍ତ୍ତମାନ ରାଜ୍ୟର ସମସ୍ତ ୩୦ଟି ଜିଲା, ଛୋଟ ବଡ ସହର ତଥା ତହସିଲ ମୁଖ୍ୟାଳୟ ସହର ସମେତ ହଜାର ହଜାର ଗାଁର ପ୍ରତ୍ୟେକ ଘର ଏବଂ ବ୍ୟବସାୟ ପାଇଁ ଉପଲବ୍ଧ ରହିଛି। ସର୍ବାଧିକ ଲୋକପ୍ରିୟ ରହିଥିବା ଜିଓ ଏୟାରଫାଇବର ସେବା ବାସ୍ତବରେ ଡିଜିଟାଲ ଅନ୍ତର୍ଭୁକ୍ତୀକରଣକୁ ସମ୍ପ୍ରସାରିତ କରିଛି। କାରଣ ଏହା ବିଶେଷକରି ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠ ଅଞ୍ଚଳରେ ଶେଷ ମାଇଲ୍ ଅପ୍ଟିକାଲ୍-ଫାଇବର ବିସ୍ତାରରେ ରହିଥିବା କଠିନତା ଯୋଗୁ ବ୍ରଡ୍ବ୍ୟାଣ୍ଡ ସଂଯୋଗର ଅଭାବଜନିତ ସମସ୍ୟାକୁ ଦୂରକରି ପ୍ରତ୍ୟେକ ଘର ଏବଂ ଛୋଟ ବ୍ୟବସାୟକୁ ହାଇସ୍ପିଡ୍୍ ବ୍ରଡ୍ବ୍ୟାଣ୍ଡ ଏବଂ ଗୁଣାତ୍ମକ ଗୃହ ମନୋରଞ୍ଜନ ସହ ସଂଯୁକ୍ତ କରଛି। ଜିଓ ଏୟାରଫାଇବର ୮୦୦ ରୁ ଅଧିକ ଡିଜିଟାଲ ଟିଭି ଚ୍ୟାନେଲ, ୧୩ ରୁ ଅଧିକ ଓଟିଟି ଆପ୍, ସ୍ମାର୍ଟ ହୋମ୍ ସେବା, ନିରବଚ୍ଛିନ୍ନ ୱାଇଫାଇ ଏବଂ ହାଇ ସ୍ପିଡ୍ ବ୍ରଡ୍ବ୍ୟାଣ୍ଡ ସହିତ ବିଶ୍ୱସ୍ତରୀୟ ସର୍ବଧୁନିକ ଗୃହ ମନୋରଞ୍ଜନ ବା ହୋମ ଏଣ୍ଟରଟେନ୍ମେଣ୍ଟ ସେବା ପ୍ରଦାନ କରୁଛି।
The post ଓଡ଼ିଶାରେ ଜିଓର ଡିଜିଟାଲ କ୍ରାନ୍ତି appeared first on Dharitri Odia News.