କଶ୍ମୀରରେ ପାକିସ୍ତାନ ବିରୋଧୀ ବିକ୍ଷୋଭ

ଜମ୍ମୁ/ଶ୍ରୀନଗର,୨୨ା୧୦: ଜମ୍ମୁ-କଶ୍ମୀରର ଗନ୍ଦେରବଲ ଜିଲାର ଏକ ନିର୍ମାଣାଧୀନ ଟନେଲରେ ରବିବାର ରାତିରେ ଆତଙ୍କବାଦୀ ଆକ୍ରମଣରେ ଜଣେ ଡାକ୍ତର ଓ ୬ ଶ୍ରମିକ ନିହତ ହୋଇଛନ୍ତି। ଏହି ଆକ୍ରମଣ ପଛରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଇବା (ଏଲ୍‌ଇଟି) ନିଜକୁ ଦାୟୀ କରିଛି। ଏଲ୍‌ଇଟିର ଦି ରେଜିଷ୍ଟାନ୍ସ ଫୋର୍ସ (ଟିଆର୍‌ଏଫ୍‌) ପୂର୍ବରୁ ବାହାର ଲୋକଙ୍କୁ ଟାର୍ଗେଟ କରିଆସିଥିବାବେଳେ ପ୍ରଥମ ଥର ପାଇଁ ଉଭୟ କଶ୍ମୀରୀ ଓ ଅଣକଶ୍ମୀରୀଙ୍କୁ ଆକ୍ରମଣ କରିଛି। ଟିଆର୍‌ଏଫ୍‌ ମୁଖ୍ୟ ଶେଖ୍‌ ସଜ୍ଜାଦ ଗୁଲ୍‌ ଜାତୀୟ ତଦନ୍ତକାରୀ ସଂସ୍ଥା […] The post କଶ୍ମୀରରେ ପାକିସ୍ତାନ ବିରୋଧୀ ବିକ୍ଷୋଭ appeared first on Dharitri Odia News.

କଶ୍ମୀରରେ ପାକିସ୍ତାନ ବିରୋଧୀ ବିକ୍ଷୋଭ

ଜମ୍ମୁ/ଶ୍ରୀନଗର,୨୨ା୧୦: ଜମ୍ମୁ-କଶ୍ମୀରର ଗନ୍ଦେରବଲ ଜିଲାର ଏକ ନିର୍ମାଣାଧୀନ ଟନେଲରେ ରବିବାର ରାତିରେ ଆତଙ୍କବାଦୀ ଆକ୍ରମଣରେ ଜଣେ ଡାକ୍ତର ଓ ୬ ଶ୍ରମିକ ନିହତ ହୋଇଛନ୍ତି। ଏହି ଆକ୍ରମଣ ପଛରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଇବା (ଏଲ୍‌ଇଟି) ନିଜକୁ ଦାୟୀ କରିଛି। ଏଲ୍‌ଇଟିର ଦି ରେଜିଷ୍ଟାନ୍ସ ଫୋର୍ସ (ଟିଆର୍‌ଏଫ୍‌) ପୂର୍ବରୁ ବାହାର ଲୋକଙ୍କୁ ଟାର୍ଗେଟ କରିଆସିଥିବାବେଳେ ପ୍ରଥମ ଥର ପାଇଁ ଉଭୟ କଶ୍ମୀରୀ ଓ ଅଣକଶ୍ମୀରୀଙ୍କୁ ଆକ୍ରମଣ କରିଛି। ଟିଆର୍‌ଏଫ୍‌ ମୁଖ୍ୟ ଶେଖ୍‌ ସଜ୍ଜାଦ ଗୁଲ୍‌ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ଓ୍ବାଣ୍ଟେଡ୍‌ ଲିଷ୍ଟରେ ରହିଛନ୍ତି।
୨୦୨୨ରେ ଏନ୍‌ଆଇଏ ଗୁଲ୍‌ ଓ ଅନ୍ୟ ୩ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଧରାଇଦେଲେ ୧୦ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଥିଲା। ଏହା ପୂର୍ବରୁ ଟିଆର୍‌ଏଫ୍‌ ଦେଢ଼ବର୍ଷ ଧରି ଅନେକ କଶ୍ମୀରୀ ପଣ୍ଡିତ, ଶିଖ୍‌ ଓ ବାହାର ଲୋକଙ୍କୁ ଗୁଳିକରି ହତ୍ୟା କରିଥିଲା। ଗନ୍ଦେରବଲ ଜିଲାର ସୋନାମାର୍ଗରେ ନିର୍ମାଣାଧୀନ ଟନେଲରେ ସଦ୍ୟ ଆକ୍ରମଣର ମାସକ ପୂର୍ବରୁ ଏହି ଅଞ୍ଚଳରେ ଟିଆର୍‌ଏଫ୍‌ ସ୍ଥିତି ଅନୁଧ୍ୟାନ କରିଥିଲା। ୨୦୧୯ ପରେ ଏହାକୁ ସବୁଠୁ ବଡ଼ ଟାର୍ଗେଟ କିଲିଂ କୁହାଯାଉଛି।
ଇତିମଧ୍ୟରେ ଜମ୍ମୁ ଓ ଶ୍ରୀନଗର ସମେତ କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ଭାଗରେ ପାକିସ୍ତାନ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶିବସେନା, ଡୋଗ୍ରା ଫ୍ରଣ୍ଟ ଓ ରାଷ୍ଟ୍ରୀୟ ବଜରଙ୍ଗ ଦଳ ସୋମବାର ପାକିସ୍ତାନର ଜାତୀୟ ପତାକାରେ ନିଅଁା ଲଗାଇବା ସହ ପଡ଼ୋଶୀ ଦେଶ ବିରୋଧରେ ସ୍ଲୋଗାନ ଦେଇଛନ୍ତି। ଗନ୍ଦେରବଲ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀମାନଙ୍କୁ ତୁରନ୍ତ ନିପାତ କରାଯାଉ ବୋଲି ସଙ୍ଗଠନଗୁଡ଼ିକ ଦାବି କରିଛନ୍ତି।

The post କଶ୍ମୀରରେ ପାକିସ୍ତାନ ବିରୋଧୀ ବିକ୍ଷୋଭ appeared first on Dharitri Odia News.