‘ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଦରକାର’

ନବରଙ୍ଗପୁର,୨୨ା୨: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ନବରଙ୍ଗପୁରରେ ପହଞ୍ଚିଛନ୍ତି। ଏଠାରେ ଆୟୋଜିତ ଏକ ସଭାରେ ସମ୍ବୋଧିତ କରି ସେ କହିଛନ୍ତି, ‘ଓଡ଼ିଶାକୁ ବି ଡବଲ ଇଞ୍ଜିନ ସରକାର ଦରକାର’। ସେ ଆହୁରି ମଧ୍ୟ କହିଛନ୍ତି, ଭାଜପା ଏମିତି ଏକ ପାର୍ଟି, ଯାହା କହେ, ତାହା କରେ। ସେ ତାଙ୍କ ଅଭିଭାଷଣରେ କହିଛନ୍ତି,  ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଦେଶର ଚିତ୍ର ବଦଳିଛି। ନିର୍ବାଚନର ସବୁ ପ୍ରତିଶ୍ରୁତି ଅକ୍ଷରେ ଅକ୍ଷରେ ପାଳନ କରିଛୁ। ଯାହା ଘୋଷଣାପତ୍ରରେ […] The post ‘ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଦରକାର’ appeared first on Dharitri Odia News.

‘ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଦରକାର’

ନବରଙ୍ଗପୁର,୨୨ା୨: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ନବରଙ୍ଗପୁରରେ ପହଞ୍ଚିଛନ୍ତି। ଏଠାରେ ଆୟୋଜିତ ଏକ ସଭାରେ ସମ୍ବୋଧିତ କରି ସେ କହିଛନ୍ତି, ‘ଓଡ଼ିଶାକୁ ବି ଡବଲ ଇଞ୍ଜିନ ସରକାର ଦରକାର’। ସେ ଆହୁରି ମଧ୍ୟ କହିଛନ୍ତି, ଭାଜପା ଏମିତି ଏକ ପାର୍ଟି, ଯାହା କହେ, ତାହା କରେ। ସେ ତାଙ୍କ ଅଭିଭାଷଣରେ କହିଛନ୍ତି,  ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଦେଶର ଚିତ୍ର ବଦଳିଛି। ନିର୍ବାଚନର ସବୁ ପ୍ରତିଶ୍ରୁତି ଅକ୍ଷରେ ଅକ୍ଷରେ ପାଳନ କରିଛୁ। ଯାହା ଘୋଷଣାପତ୍ରରେ କହିଥିଲୁ, ତାହା ପୂରଣ କରିଛୁ। ତିନ୍‌ ତଲାକ୍‌ ଉଠାଇବୁ କହିଥିଲୁ, ଉଠାଇଛୁ। ଧାରା ୩୭୦ ଉଚ୍ଛେଦ କରିଛୁ। ଆମ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ ନୁହଁ, କାମରେ କରି ଦେଖାଇଛନ୍ତି। ଆତଙ୍କବାଦ ଆଜି କେଉଁଠି ଅଛି, ଆପଣମାନେ ଭଲ କି ଜାଣିଛନ୍ତି। ପୁଲଓ୍ବାମା ଘଟଣା ପରେ ମୁହଁତୋଡ଼ ଜବାବ ଦିଆଯାଇଛି। ଅନ୍ୟପକ୍ଷରେ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ରାଜନାଥ। ସେ କହିଛନ୍ତି, କଂଗ୍ରେସ କେବଳ ଦେଶବାସୀଙ୍କୁ ଧୋକା ଦେଇଛି।

The post ‘ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଦରକାର’ appeared first on Dharitri Odia News.