ରାତି ଅଧରେ ୧୫୦ ଊର୍ଦ୍ଧ୍ୱ ମଇଁଷ ଗୋଠ ଯାଉଥିଲେ କୁଆଡେ, କାବୁକଲା ପୋଲିସ, ୬ ଅଟକ
ମୋରଡା,୧୧।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବର୍ଷ ତମାମ ବେଆଇନ ଗୋ ଏବଂ ମଇଁଷି ଚାଲାଣ ହେଉଥାଏ। ସୋମବାର ବିଳମ୍ବିତ ରାତିରେ ମୋରଡ଼ା ଥାନା ଦେଇ ପଡୋଶୀ ପଶ୍ଚିମବଙ୍ଗକୁ ୧୫୦ରୁ ଊର୍ଦ୍ଧ୍ୱ ମଇଁଷି ବେଆଇନ ଭାବେ ଚାଲାଣ ହେଉଥିବା ସମୟରେ ଖବର ପାଇ ଥାନା ଅଧିକାରୀ ସୁମିତ କୁମାର ସୋରେନ ଧଡ଼ାସାହି ଛକ ନିକଟରେ ପହଞ୍ଚି ଉକ୍ତ ମଇଁଷି ଗୋଠକୁ ଅଟକାଇ ପଚାରାଉଚୁରା କରିଥିଲେ। ତେବେ ଉକ୍ତ ମଇଁଷିଗୁଡିକୁ ବିଳମ୍ବିତ ରାତିରେ ଥାନା ଅଧିକାରୀ […] The post ରାତି ଅଧରେ ୧୫୦ ଊର୍ଦ୍ଧ୍ୱ ମଇଁଷ ଗୋଠ ଯାଉଥିଲେ କୁଆଡେ, କାବୁକଲା ପୋଲିସ, ୬ ଅଟକ appeared first on Dharitri Odia News.
ମୋରଡା,୧୧।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବର୍ଷ ତମାମ ବେଆଇନ ଗୋ ଏବଂ ମଇଁଷି ଚାଲାଣ ହେଉଥାଏ। ସୋମବାର ବିଳମ୍ବିତ ରାତିରେ ମୋରଡ଼ା ଥାନା ଦେଇ ପଡୋଶୀ ପଶ୍ଚିମବଙ୍ଗକୁ ୧୫୦ରୁ ଊର୍ଦ୍ଧ୍ୱ ମଇଁଷି ବେଆଇନ ଭାବେ ଚାଲାଣ ହେଉଥିବା ସମୟରେ ଖବର ପାଇ ଥାନା ଅଧିକାରୀ ସୁମିତ କୁମାର ସୋରେନ ଧଡ଼ାସାହି ଛକ ନିକଟରେ ପହଞ୍ଚି ଉକ୍ତ ମଇଁଷି ଗୋଠକୁ ଅଟକାଇ ପଚାରାଉଚୁରା କରିଥିଲେ। ତେବେ ଉକ୍ତ ମଇଁଷିଗୁଡିକୁ ବିଳମ୍ବିତ ରାତିରେ ଥାନା ଅଧିକାରୀ ସୋରେନ ଥାନାକୁ ଆଣିଥିବା ବେଳେ ଉକ୍ତ ଘଟଣାରେ ସମ୍ପୃକ୍ତ ୬ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି।
The post ରାତି ଅଧରେ ୧୫୦ ଊର୍ଦ୍ଧ୍ୱ ମଇଁଷ ଗୋଠ ଯାଉଥିଲେ କୁଆଡେ, କାବୁକଲା ପୋଲିସ, ୬ ଅଟକ appeared first on Dharitri Odia News.