ଓଡ଼ିଶାରେ ବିକ୍ରି ହେଉଛି ନକଲି ସମ୍ବଲପୁରୀ ଶାଢ଼ି, ନକଲିକୁ ଅସଲି କହି ଚଢ଼ା ଦରରେ ବିକୁଛନ୍ତି ବ୍ୟବସାୟୀ
ଭୁବନେଶ୍ବର ୪।୧୨: ଓଡ଼ିଶାରେ ବିକ୍ରି ହେଉଛି ନକଲି ସମ୍ବଲପୁରୀ ଶାଢ଼ି । ନକଲି ଶାଢ଼ିକୁ ଅସଲି କହି ଚଢ଼ା ଦରରେ ବିକ୍ରି କରୁଛନ୍ତି ବ୍ୟବସାୟୀ । ଯାହା ଫଳରେ କ୍ଷତି ସହୁଛନ୍ତି ସମ୍ବଲପୁରୀ ଶାଢ଼ି ବୁଣାକାର ଓ ବ୍ୟବସାୟୀ । ଏକଥା କହିଛନ୍ତି ଖୋଦ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ତେବେ ନକଲି ସମ୍ବଲପୁରୀ ଶାଢି ଓଡ଼ିଶା ବଜାରକୁ ଆସିବା ପରେ ବୁଣାକାରଙ୍କ ଉପରେ ପଡ଼ିଛି ବଡ଼ ପ୍ରଭାବ । ରାଜ୍ୟ ସରକାର ବଜାରରେ ବିକ୍ରି ହେଉଥିବା ନକଲି ସମ୍ବଲପୁରୀ ଶାଢ଼ି ଉପରେ ନଜର ରଖିଥିବା କହିଛନ୍ତି ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ । ନକଲି ସମ୍ବଲପୁରୀ ଶାଢ଼ି ବିକ୍ରି ନେଇ ଅଭିଯୋଗ ପରେ ସରକାର ତତ୍ପରତା ଦେଖାଇଛନ୍ତି ଏବଂ ସଂପୃକ୍ତ ବ୍ୟବସାୟୀଙ୍କ ନାମରେ କେସ୍ କରିବା ସହ କୋର୍ଟ ଦ୍ବାରା କରିଛନ୍ତି ସମନ ।କେବଳ ଓଡ଼ିଶା ନୁହେଁ, ଓଡ଼ିଶା ବାହାରେ ମଧ୍ୟ ସମ୍ବଲପୁରୀ ଶାଢ଼ିର ବେଶ୍ ଲୋକପ୍ରିୟତା ଏବଂ ଚାହିଦା ବଢ଼ିଛି । ଆଉ ତା ସାଙ୍ଗକୁ ବି ବଢ଼ିଛି ନକଲି ଶାଢ଼ିର କାରବାର।ସମ୍ବଲପୁରୀ ଶାଢ଼ି ପରି ଅବିକଳ, ନକଲି ଶାଢୀ ଦେଖାଯାଉଥିବାରୁ ଓ କମ ଦାମରେ ମିଳୁଥିବାରୁ ତାହା ବୁଣାକାର ଓ ବସ୍ତ୍ର ବ୍ୟବସାୟୀଙ୍କ ଉପରେ ସିଧାସଳଖ ପ୍ରଭାବ ପକାଉଛି । ଖାଲି ସେତିକି ନୁହେଁ, ଗୁଜରାଟ, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ରାଜସ୍ଥାନ ଆଦି ରାଜ୍ୟରେ ପାୱାରଲୁମ ମାଧ୍ୟମରେ ଶିଲ୍କ, ପଲିଷ୍ଟର ଶାଢ଼ିରେ ସମ୍ବଲପୁରୀ ଶାଢ଼ିର ଡ଼ିଜାଇନ ଓ ବାନ୍ଧ
ଭୁବନେଶ୍ବର ୪।୧୨: ଓଡ଼ିଶାରେ ବିକ୍ରି ହେଉଛି ନକଲି ସମ୍ବଲପୁରୀ ଶାଢ଼ି । ନକଲି ଶାଢ଼ିକୁ ଅସଲି କହି ଚଢ଼ା ଦରରେ ବିକ୍ରି କରୁଛନ୍ତି ବ୍ୟବସାୟୀ । ଯାହା ଫଳରେ କ୍ଷତି ସହୁଛନ୍ତି ସମ୍ବଲପୁରୀ ଶାଢ଼ି ବୁଣାକାର ଓ ବ୍ୟବସାୟୀ । ଏକଥା କହିଛନ୍ତି ଖୋଦ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ।
ତେବେ ନକଲି ସମ୍ବଲପୁରୀ ଶାଢି ଓଡ଼ିଶା ବଜାରକୁ ଆସିବା ପରେ ବୁଣାକାରଙ୍କ ଉପରେ ପଡ଼ିଛି ବଡ଼ ପ୍ରଭାବ । ରାଜ୍ୟ ସରକାର ବଜାରରେ ବିକ୍ରି ହେଉଥିବା ନକଲି ସମ୍ବଲପୁରୀ ଶାଢ଼ି ଉପରେ ନଜର ରଖିଥିବା କହିଛନ୍ତି ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ । ନକଲି ସମ୍ବଲପୁରୀ ଶାଢ଼ି ବିକ୍ରି ନେଇ ଅଭିଯୋଗ ପରେ ସରକାର ତତ୍ପରତା ଦେଖାଇଛନ୍ତି ଏବଂ ସଂପୃକ୍ତ ବ୍ୟବସାୟୀଙ୍କ ନାମରେ କେସ୍ କରିବା ସହ କୋର୍ଟ ଦ୍ବାରା କରିଛନ୍ତି ସମନ ।
କେବଳ ଓଡ଼ିଶା ନୁହେଁ, ଓଡ଼ିଶା ବାହାରେ ମଧ୍ୟ ସମ୍ବଲପୁରୀ ଶାଢ଼ିର ବେଶ୍ ଲୋକପ୍ରିୟତା ଏବଂ ଚାହିଦା ବଢ଼ିଛି । ଆଉ ତା ସାଙ୍ଗକୁ ବି ବଢ଼ିଛି ନକଲି ଶାଢ଼ିର କାରବାର।ସମ୍ବଲପୁରୀ ଶାଢ଼ି ପରି ଅବିକଳ, ନକଲି ଶାଢୀ ଦେଖାଯାଉଥିବାରୁ ଓ କମ ଦାମରେ ମିଳୁଥିବାରୁ ତାହା ବୁଣାକାର ଓ ବସ୍ତ୍ର ବ୍ୟବସାୟୀଙ୍କ ଉପରେ ସିଧାସଳଖ ପ୍ରଭାବ ପକାଉଛି । ଖାଲି ସେତିକି ନୁହେଁ, ଗୁଜରାଟ, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ରାଜସ୍ଥାନ ଆଦି ରାଜ୍ୟରେ ପାୱାରଲୁମ ମାଧ୍ୟମରେ ଶିଲ୍କ, ପଲିଷ୍ଟର ଶାଢ଼ିରେ ସମ୍ବଲପୁରୀ ଶାଢ଼ିର ଡ଼ିଜାଇନ ଓ ବାନ୍ଧ କଳାର ଛବିକୁ ପ୍ରିଣ୍ଟ କରି ଅତି କମ୍ ଦାମରେ ବିକ୍ରି କରାଯାଉଥିବାରୁ ବୁଣାକାର ଓ ବ୍ୟବସାୟୀ କ୍ଷତି ସହୁଛନ୍ତି । ଏହାକୁ ନେଇ ମଧ୍ୟ ବାରମ୍ଵାର ଦାବି କରି ଆସୁଥିଲେ ବୁଣାକାର ସଂଘ । ନକଲି ସମ୍ବଲପୁରୀ ଶାଢ଼ି ବିକ୍ରିକୁ ନେଇ ସରକାର ପଦକ୍ଷେପ ନେବା ପରେ, ଏହାକୁ ସ୍ବାଗତ କରିଛନ୍ତି ଉଭୟ ବୁଣାକାର ଓ ଗ୍ରାହକ ।
You Can Read:
ସାଇକେଲ ଧରି ଛିଡା ହୋଇଥିଲେ ଦୁଇ ଛାତ୍ର, ଧକ୍କା ଦେଲା ପିକଅପ୍, ଚାଲିଗଲା ଦୁଇ ଜଣଙ୍କ ଜୀବନ