ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟେଷ୍ଟ; ଟିମ୍ ଇଣ୍ଡିଆକୁ ଘାରିଲା ଚୂଡ଼ାନ୍ତ ଏକାଦଶ ଚୟନ ଚିନ୍ତା

ପୁନେ,୨୩/୧୦: ଗୁରୁବାରଠୁ ଆରମ୍ଭ ହେବ ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟେଷ୍ଟ । ମହାରାଷ୍ଟ୍ରର ପୁଣେ କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଏହା ପୂର୍ବରୁ ଉଭୟ ଟିମ୍‌ର ଖେଳାଳିମାନେ ଜୋରଦାର ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି । ପ୍ରଥମ ଟେଷ୍ଟ ପରାଜିତ ହୋଇଥିବା ଟିମ୍ ଇଣ୍ଡିଆ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ବ୍ୟାକୁଳ ହୋଇଛି । ତେଣୁ ଦ୍ୱିତୀୟ ଟେଷ୍ଟରେ ଶ୍ରେଷ୍ଠ ଏକାଦଶ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବାକୁ ଦଳ ଚିନ୍ତା କରୁଛି । ଗୋଟିଏ ପଟେ ଦୁଇ ଯୁବ ତାରକା ଶୁଭମନ ଗିଲ୍ ଓ ରିଷଭ ପନ୍ତଙ୍କ ଅଭ୍ୟାସ ଦଳକୁ ଉତ୍ସାହିତ କରିଥିବାବେଳେ ଅନ୍ୟ ପଟରେ ଚୂଡ଼ାନ୍ତ ଏକାଦଶ ଚୟନକୁ ନେଇ ଟିମ୍ ମ୍ୟାନେଜମେଣ୍ଟର ଚିନ୍ତା ବଢ଼ିଛି । ଦ୍ୱିତୀୟ ଟେଷ୍ଟ ପାଇଁ ପ୍ରସ୍ତୁତ ପିଚ୍‌, ସ୍ଥାନୀୟ ଜଳବାୟୁ ଓ ଯୁବ ଖେଳାଳିଙ୍କ ପ୍ରଦର୍ଶନକୁ ଦେଖିଲେ ଘରୋଇ ଦଳ ପାଇଁ ଏକାଦଶ ଚୟନ କଷ୍ଟକର ହେବ । ସିନିୟର ଖେଳାଳିଙ୍କ ଅଭିଜ୍ଞତାକୁ ଟିମ୍ ମ୍ୟାନେଜମେଣ୍ଟ ପ୍ରାଥମିକତା ଦେଉଥିବାବେଳେ ଯୁବ ଖେଳାଳିମାନେ ପ୍ରଦର୍ଶନ ବଳରେ ଦାବିଦାର ରୂପେ ଉଭା ହୋଇଛନ୍ତି । ପନ୍ତ, ଜୁରେଲ ପ୍ରତିଦ୍ୱନ୍ଦ୍ୱିତା: ପ୍ରଥମ ଟେଷ୍ଟରେ ଆହତ ହୋଇଥିବା ରିଷଭ ପନ୍ତ ୱିକେଟ୍‌ କିପିଙ୍ଗ ଓ ବ୍ୟାଟିଂ ଅଭ୍ୟାସ କରୁଥିଲେ ହେଁ ତାଙ୍କ ପ୍ରତି ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ଚାହୁଁଥିବା ଅଧିନାୟକ ରୋହିତ ଶର୍ମା ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି । ତେଣୁ ଦ୍ୱିତୀୟ ଟେଷ୍ଟରେ ଧ୍ରୁ

ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟେଷ୍ଟ; ଟିମ୍ ଇଣ୍ଡିଆକୁ ଘାରିଲା ଚୂଡ଼ାନ୍ତ ଏକାଦଶ ଚୟନ ଚିନ୍ତା

ପୁନେ,୨୩/୧୦: ଗୁରୁବାରଠୁ ଆରମ୍ଭ ହେବ ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟେଷ୍ଟ । ମହାରାଷ୍ଟ୍ରର ପୁଣେ କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଏହା ପୂର୍ବରୁ ଉଭୟ ଟିମ୍‌ର ଖେଳାଳିମାନେ ଜୋରଦାର ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି । ପ୍ରଥମ ଟେଷ୍ଟ ପରାଜିତ ହୋଇଥିବା ଟିମ୍ ଇଣ୍ଡିଆ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ବ୍ୟାକୁଳ ହୋଇଛି । ତେଣୁ ଦ୍ୱିତୀୟ ଟେଷ୍ଟରେ ଶ୍ରେଷ୍ଠ ଏକାଦଶ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବାକୁ ଦଳ ଚିନ୍ତା କରୁଛି । ଗୋଟିଏ ପଟେ ଦୁଇ ଯୁବ ତାରକା ଶୁଭମନ ଗିଲ୍ ଓ ରିଷଭ ପନ୍ତଙ୍କ ଅଭ୍ୟାସ ଦଳକୁ ଉତ୍ସାହିତ କରିଥିବାବେଳେ ଅନ୍ୟ ପଟରେ ଚୂଡ଼ାନ୍ତ ଏକାଦଶ ଚୟନକୁ ନେଇ ଟିମ୍ ମ୍ୟାନେଜମେଣ୍ଟର ଚିନ୍ତା ବଢ଼ିଛି । 

ଦ୍ୱିତୀୟ ଟେଷ୍ଟ ପାଇଁ ପ୍ରସ୍ତୁତ ପିଚ୍‌, ସ୍ଥାନୀୟ ଜଳବାୟୁ ଓ ଯୁବ ଖେଳାଳିଙ୍କ ପ୍ରଦର୍ଶନକୁ ଦେଖିଲେ ଘରୋଇ ଦଳ ପାଇଁ ଏକାଦଶ ଚୟନ କଷ୍ଟକର ହେବ । ସିନିୟର ଖେଳାଳିଙ୍କ ଅଭିଜ୍ଞତାକୁ ଟିମ୍ ମ୍ୟାନେଜମେଣ୍ଟ ପ୍ରାଥମିକତା ଦେଉଥିବାବେଳେ ଯୁବ ଖେଳାଳିମାନେ ପ୍ରଦର୍ଶନ ବଳରେ ଦାବିଦାର ରୂପେ ଉଭା ହୋଇଛନ୍ତି । 

ପନ୍ତଜୁରେଲ ପ୍ରତିଦ୍ୱନ୍ଦ୍ୱିତା: ପ୍ରଥମ ଟେଷ୍ଟରେ ଆହତ ହୋଇଥିବା ରିଷଭ ପନ୍ତ ୱିକେଟ୍‌ କିପିଙ୍ଗ ଓ ବ୍ୟାଟିଂ ଅଭ୍ୟାସ କରୁଥିଲେ ହେଁ ତାଙ୍କ ପ୍ରତି ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ଚାହୁଁଥିବା ଅଧିନାୟକ ରୋହିତ ଶର୍ମା ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି । ତେଣୁ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଏକାଦଶକୁ ଫେରିବା ସମ୍ଭାବନା ବଢି ଯାଇଛି ।  ବୁଧବାର ଆୟୋଜିତ ପ୍ରଥମ ଅଭ୍ୟାସ ଶିବିରରେ ଜୁରେଲ ପ୍ରଥମେ ୱିକେଟ୍‌ କିପିଙ୍ଗ୍‌ ଅଭ୍ୟାସ କରିଥିଲେ । ନିକଟରେ ପନ୍ତ ଛିଡ଼ା ହୋଇ ତାଙ୍କୁ ବିଭିନ୍ନ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଥିଲା । ଜୁରେଲଙ୍କୁ ଦୀର୍ଘ ସମୟ ଧରି କିପିଙ୍ଗ୍‌ ଅଭ୍ୟାସ କରାଯାଇଥିଲା । ବ୍ୟାଟିଂ ଅଭ୍ୟାସ ବେଳକୁ ପନ୍ତ ପ୍ରଥମେ ନେଟ୍ସକୁ ଓହ୍ଲାଇଥିଲେ । ବ୍ୟାଟିଂ ବେଳେ ପନ୍ତ କୌଣସି ଯନ୍ତ୍ରଣା ଅନୁଭବ କରୁନଥିବା ସ୍ପଷ୍ଟ ହୋଇଥିଲା । ସେ ବିଶେଷ କରି ଭାରତୀୟ ଦଳର ସ୍ପିନର ଓ ନେଟ୍‌ (ପେସ୍‌) ବୋଲରଙ୍କ ବିପକ୍ଷରେ ବ୍ୟାଟିଂ ଅଭ୍ୟାସ କରିଥିଲେ । ଅଭ୍ୟାସ ଶିବିର ଶେଷ ହେବାର କିଛି ସମୟ ପୂର୍ବରୁ ପନ୍ତ ସ୍ୱଳ୍ପ ସମୟ ପାଇଁ ୱିକେଟ୍‌ କିପିଙ୍ଗ ଅଭ୍ୟାସ କରିଥିଲେ । 

ସୁନ୍ଦରଙ୍କୁ ମିଳିପାରେ ସୁଯୋଗ: ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ପାଇଁ ଦଳକୁ ଡାକରା ପାଇଥିବା ୱାସିଂଟନ ସୁନ୍ଦରଙ୍କୁ ଏକାଦଶରେ ସୁଯୋଗ ମିଳିବା ସମ୍ଭାବନା ରହିଛି । ବିଶେଷ କରି ପୁନେ ପିଚ୍‌ ମନ୍ଥର ରହିବ ଓ ବଲ୍‌ ଅତିରିକ୍ତ ଟର୍ଣ୍ଣ ହେବ । ଫିଲ୍ଡିଂ କୋଚ୍‌ ର‌୍ୟାନ୍‌ ଟେନ୍ ଡୋସେଟଙ୍କ ମତ ଅନୁଯାୟୀ ନ୍ୟୁଜିଲାଣ୍ଡ ଦଳର ମୁଖ୍ୟ ଏକାଦଶରେ ୪ଜଣ ବାମ ହାତି ବ୍ୟାଟର ରହିଛନ୍ତି । ପୁନେରେ ଅତିରିକ୍ତ ସ୍ପିନର ଭାବେ ମିଚେଲ ସାଣ୍ଟନର ଖେଳିଲେ ବାମ ହାତି ବ୍ୟାଟରଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇବ । ତେଣୁ ଜଣେ ଡାହାଣ ହାତି ଅଫ୍ ସ୍ପିନ ବୋଲର ଭାବେ ସୁନ୍ଦରଙ୍କୁ ଡକା ଯାଇଛି । ସୁନ୍ଦର ଶେଷ ଥର ପାଇଁ ୨୦୨୧ ମାର୍ଚ୍ଚରେ ଟେଷ୍ଟ ଖେଳିଥିଲେ । ମାତ୍ର ଗତ ଦିଲ୍ଲୀ ବିପକ୍ଷ ରଣଜୀ ଟ୍ରଫି ମୁକାବିଲାରେ ସେ ତାମିଲନାଡ଼ୁ ପକ୍ଷରୁ ୩ନଂ ସ୍ଥାନରେ ବ୍ୟାଟିଂ କରି ୧୫୨ ରନ୍‌ର ଇନିଂସ ସହ ୬ଟି ୱିକେଟ୍‌ ନେଇଥିଲେ । 

ସର୍ଫରାଜ ବନାମ ରାହୁଲ: ବେକରେ ଯନ୍ତ୍ରଣା ଯୋଗୁଁ ପ୍ରଥମ ଟେଷ୍ଟ ଖେଳିନଥିବା ଶୁଭମନ ଗିଲ୍‌ ଦ୍ୱିତୀୟ ଟେଷ୍ଟ ଖେଳିବା ଏକ ପ୍ରକାର ନିଶ୍ଚିତ । ଗିଲ୍‌ ଇତି ମଧ୍ୟରେ ଫିଟ୍‌ ହୋଇ ଅଭ୍ୟାସ ଆରମ୍ଭ କରିଛନ୍ତି । ତଥାପି ତାଙ୍କୁ ବିଦ୍ଧିବଦ୍ଧ ଭାବେ ଫିଟ୍‌ ଘୋଷଣା କରାଯାଇନାହିଁ । ସେ ଫିଟ୍‌ ଘୋଷିତ ହେଲେ ଏକାଦଶରେ ପ୍ରବେଶ କରିବା ନିଶ୍ଚିତ । ତେଣୁ ପ୍ରଥମ ଟେଷ୍ଟ ଖେଳିଥିବା ସର୍ଫରାଜ ଖାନ ଓ ଫର୍ମ ହରାଇଥିବା କେଏଲ୍ ରାହୁଲଙ୍କ ମଧ୍ୟରୁ ଜଣଙ୍କୁ ବାଦ୍ ଦିଆଯିବ । ସର୍ଫରାଜ ପ୍ରଥମ ଟେଷ୍ଟରେ ଶତକୀୟ ଇନିଂସ ଖେଳିଥିଲେ ହେଁ ଅଭିଜ୍ଞ ରାହୁଲଙ୍କ ପାଇଁ ଏକାଦଶରେ ସ୍ଥାନ ସୁରକ୍ଷିତ କରିବା କଷ୍ଟକର । ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଗିଲ୍‌ ଅପରାଜିତ ୧୧୯ ରନ୍‌ର ଇନିଂସ ଖେଳିଥିଲେ ।