ଓଡ଼ିଶାରେ ହେବ ବିଜେଡି-କଂଗ୍ରେସ ମେଣ୍ଟ! ଭିତିରି ପ୍ଲାନ କହିଦେଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମପି ଦେବାଶିଷ ସାମନ୍ତରାୟ। ପାରାଦୀପର କୁଜଙ୍ଗରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ କର୍ମୀଙ୍କୁ ଉଦବୋଧନ ଦେବା ଅବସରରେ ଦେବାଶିଷ କହିଥିଲେ, ଖୁବ୍‌ଶୀଘ୍ର ରାଜ୍ୟରେ ପଟ୍ଟ ପରିବର୍ତ୍ତନ ହେବାକୁ ଯାଉଛି। ନବୀନ ପଟ୍ଟନାୟକ ପୁଣି ସରକାର ଗଢିବେ। ଆଗକୁ ବହୁତ ଶୀଘ୍ର ଉପନିର୍ବାଚନ ହେବାକୁ ଯାଉଛି। ହାଇକୋର୍ଟରେ ଚାଲିଥିବା ମାମଲାରେ ଭାଜପାର ୭ […] The post ଓଡ଼ିଶାରେ ହେବ ବିଜେଡି-କଂଗ୍ରେସ ମେଣ୍ଟ! ଭିତିରି ପ୍ଲାନ କହିଦେଲେ ଦେବାଶିଷ ସାମନ୍ତରାୟ appeared first on Dharitri Odia News.

ଓଡ଼ିଶାରେ ହେବ ବିଜେଡି-କଂଗ୍ରେସ ମେଣ୍ଟ! ଭିତିରି ପ୍ଲାନ କହିଦେଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମପି ଦେବାଶିଷ ସାମନ୍ତରାୟ।

ପାରାଦୀପର କୁଜଙ୍ଗରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ କର୍ମୀଙ୍କୁ ଉଦବୋଧନ ଦେବା ଅବସରରେ ଦେବାଶିଷ କହିଥିଲେ, ଖୁବ୍‌ଶୀଘ୍ର ରାଜ୍ୟରେ ପଟ୍ଟ ପରିବର୍ତ୍ତନ ହେବାକୁ ଯାଉଛି। ନବୀନ ପଟ୍ଟନାୟକ ପୁଣି ସରକାର ଗଢିବେ। ଆଗକୁ ବହୁତ ଶୀଘ୍ର ଉପନିର୍ବାଚନ ହେବାକୁ ଯାଉଛି। ହାଇକୋର୍ଟରେ ଚାଲିଥିବା ମାମଲାରେ ଭାଜପାର ୭ ସଭ୍ୟପଦ ରଦ୍ଦ ହେବ। ପୁଣି ନିର୍ବାଚନ ହେବ। ନବୀନ ଖାଲି ହାତ ହଲେଇଦେଲେ ଆମେ ଜିତିବୁ। ପଛେ କଂଗ୍ରେସ ସହ ହାତ ମିଳାଇବୁ ହେଲେ ନବୀନଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବୁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଦେବାଶିଷ।

ତେବେ ଦେବାଶିଷଙ୍କ ଏହି ବୟାନକୁ କଂଗ୍ରେସ ନେତା ମହମ୍ମଦ ମୋକିମ କାଉଣ୍ଟର କରିଛନ୍ତି। ସେ କହିଛନ୍ତି, ଦେବାଶିଷ ବାବୁ କେମିତି ଜାଣିଲେ ଉପନିର୍ବାଚନ ହେବ। ସେ କେମିତି ଜାଣିଲେ କୋର୍ଟରେ ମାମଲାରେ କଣ ହେବ। କଂଗ୍ରେସ ସହ ମେଣ୍ଟ ନେଇ ସେ କିଏ କହିବାକୁ ଅଟନ୍ତି। ତାଙ୍କ ଦଳ ହେଉଛି ଏକଛତ୍ରବାଦୀ ଦଳ। କଂଗ୍ରେସ ଦଳର ନିଷ୍ପତ୍ତି କଂଗ୍ରେସ ନେବ। BJP ସହ ମିଶି କାମ କରିଥିବା ଦଳକୁ ଆମେ ବିଶ୍ବାସକୁ ନେବୁନି।

The post ଓଡ଼ିଶାରେ ହେବ ବିଜେଡି-କଂଗ୍ରେସ ମେଣ୍ଟ! ଭିତିରି ପ୍ଲାନ କହିଦେଲେ ଦେବାଶିଷ ସାମନ୍ତରାୟ appeared first on Dharitri Odia News.