ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ସେବାକୁ ପୁରିଲା ୧୨ ବର୍ଷ , ସେବା ପାଇଲେଣି ୧ କୋଟି ୨୦ ଲକ୍ଷରୁ ଉର୍ଦ୍ଧ୍ବ ଜନତା

ଭୁବନେଶ୍ୱର : ଓଡିଶାରେ ୧୦୮ ଆମ୍ବୁଲାନ୍ସ ସେବା, ୧୨ ବର୍ଷ ଧରି ଅତ୍ୟାବଶ୍ୟକ ଜନସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଛି। ଜୀବନ ରକ୍ଷା ପ୍ରତି ଅନୃତ ଏହି ସେବା ଉତ୍କୃଷ୍ଟ ଏବଂ ଦ୍ରୁତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାରେ ନିରନ୍ତର ପ୍ରୟାସ କରିଆସୁଛି। ୧୦୮ ଆମ୍ବୁଲାନ୍ସ ସେବା ମାର୍ଚ୍ଚ ୫, ୨୦୧୩ ମସିହାରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ,ଭାରତ ସରକାର ଏବଂ ଓଡିଶା ସରକାରଙ୍କ ମିଳିତ ଅନୁକୁଲ୍ୟରେ ୨୮୦ ଟି ଆମ୍ବୁଲାନ୍ସକୁ ନେଇ ଆରମ୍ଭ ହୋଇଥିଲା। ଏହି ଅତ୍ୟାବଶ୍ୟକ […]

ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ସେବାକୁ ପୁରିଲା ୧୨ ବର୍ଷ , ସେବା ପାଇଲେଣି ୧ କୋଟି ୨୦ ଲକ୍ଷରୁ ଉର୍ଦ୍ଧ୍ବ ଜନତା
108 ambulance services in Odisha complete 12 years

ଭୁବନେଶ୍ୱର : ଓଡିଶାରେ ୧୦୮ ଆମ୍ବୁଲାନ୍ସ ସେବା, ୧୨ ବର୍ଷ ଧରି ଅତ୍ୟାବଶ୍ୟକ ଜନସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଛି। ଜୀବନ ରକ୍ଷା ପ୍ରତି ଅନୃତ ଏହି ସେବା ଉତ୍କୃଷ୍ଟ ଏବଂ ଦ୍ରୁତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାରେ ନିରନ୍ତର ପ୍ରୟାସ କରିଆସୁଛି। ୧୦୮ ଆମ୍ବୁଲାନ୍ସ ସେବା ମାର୍ଚ୍ଚ ୫, ୨୦୧୩ ମସିହାରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ,ଭାରତ ସରକାର ଏବଂ ଓଡିଶା ସରକାରଙ୍କ ମିଳିତ ଅନୁକୁଲ୍ୟରେ ୨୮୦ ଟି ଆମ୍ବୁଲାନ୍ସକୁ ନେଇ ଆରମ୍ଭ ହୋଇଥିଲା। ଏହି ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ରୋଗୀମାନଙ୍କୁ ସରକାରୀ ସ୍ୱାସ୍ଥ୍ୟ ସଂସ୍ଥାନଗୁଡ଼ିକ ସହିତ ସଂଯୋଗ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ସହର ଏବଂ ଗ୍ରାମୀଣ କ୍ଷେତ୍ର ସହିତ ଅଗମ୍ୟ ଅଞ୍ଚଳଗୁଡ଼ିକୁ ସେବା ଯୋଗାଇବା ନିମନ୍ତେ ସଫଳ ସାବ୍ୟସ୍ତ ହୋଇଛି।

ଓଡ଼ିଶାରେ EMRI ଗ୍ରୀନ ହେଲଥ ସର୍ଭିସେସ ଦ୍ଵାରା ୧୩୬୬ ଟି ଆମ୍ବୁଲାନ୍ସ ୩୦ଟି ଜିଲ୍ଲାକୁ ସେବା ଯୋଗାଉଛି। ତନ୍ମଧ୍ୟରୁ ୮୬୦ ଟି ୧୦୮ ଆମ୍ବୁଲାନ୍ସ,୫୦୦ ଟି ଜନନୀ ଏକ୍ସପ୍ରେସ ଏବଂ ୬ ଟି ବୋଟ ଆମ୍ବୁଲାନ୍ସ ରହିଛି । ଏହି ସେବା ଦ୍ଵାରା ବର୍ତ୍ତମାନ ପର୍ଯ୍ୟନ୍ତ ୧ କୋଟି ୨୦ ଲକ୍ଷରୁ ଅଧିକ ରୋଗୀ,ଗର୍ଭବତୀ ମହିଳା ଏବଂ ଶିଶୁମାନେ ଉପକୃତ ହୋଇଛନ୍ତି। ୧୦୮ ବୋଟ ଆମ୍ବୁଲାନ୍ସ ଦ୍ୱାରା ବିଚ୍ଛିନ୍ନ ଅଞ୍ଚଳରେ ଅତ୍ୟାବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ।

f96c19f9 eebb 466b 8f95 874d03b18676

ଏହି ଅବସରରେ EMRI ଗ୍ରୀନ ହେଲଥ ସର୍ଭିସେସର ରାଜ୍ୟ ମୁଖ୍ୟ ତଥା ୧୦୮ ଆମ୍ବୁଲାନ୍ସ ସେବାର ପ୍ରକଳ୍ପ ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି-“ଅତ୍ୟାବଶ୍ୟକ ସେବାକୁ ଅଧିକ ପ୍ରଭାବଶାଳୀ କରିବାକୁ ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର କରି ରୋଗୀଙ୍କ ଠିକଣା ଜାଣିବା ସହ ରୋଗୀଙ୍କ ପାଖରେ ପହଞ୍ଚିବାର ସମୟ ୧୫ ମିନିଟ୍ କରିବା ପାଇଁ ପ୍ରୟାସ ଜାରିରହିଛି । ହଟସ୍ପଟ ଅଞ୍ଚଳ ଚିହ୍ନଟ କରି ଆମ୍ବୁଲାନ୍ସ ଗୁଡିକୁ ସେହିଠାରେ ରଖାଯିବ, ଯାହା ଦ୍ୱାରା ଯଥାଶୀଘ୍ର ରୋଗୀଙ୍କ ପାଖରେ ପହଞ୍ଚି ହେବ ଏବଂ ସମୟୋପଯୁକ୍ତ ଚିକିତ୍ସା ହୋଇପାରିବ। ଏହାସହିତ, ଭୁବନେଶ୍ୱରରେ ଅବସ୍ଥିତ ସେଣ୍ଟ୍ରାଲାଇଜ କଲ-ସେଣ୍ଟରରୁ ରୋଗୀଙ୍କୁ ନିରନ୍ତର ଯୋଗାଯୋଗ କରାଯାଉଛି, ଯାହା ରୋଗୀଙ୍କର ସଠିକ୍ ଅବସ୍ଥାନ ଚିହ୍ନଟ କରି ସମ୍ଭବତମ ନିକଟତମ ଆମ୍ବୁଲାନ୍ସକୁ ତୁରନ୍ତ ପଠାଯାଇ ପାରିବ। ଗ୍ରାମୀଣ ଅଞ୍ଚଳରେ ବିଶେଷ ସଚେତନତା କାର୍ଯ୍ୟକ୍ରମ କରି ଲୋକମାନଙ୍କୁ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଜାଣିବାରେ ସାହାଯ୍ୟ କରାଯାଉଛି ।“

5e2fa46e 289e 4418 ad91 dabb2b81d2f8

ଅନେକ ସମୟରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ନିଜର ନିଷ୍ଠା ଏବଂ ମାନବିକତା ପ୍ରଦର୍ଶନ କରି ଅନେକ ଉଦାହରଣ ସୃଷ୍ଟି କରିଛନ୍ତି। ବନ୍ୟା,ବାତ୍ୟା ତଥା କୋଭିଡ ମହାମାରୀ ସମୟରେ ମଧ୍ୟ ୧୦୮ କର୍ମଚାରୀମାନେ ନିଜର ସେବା ମନୋଭାବ ଏବଂ ମଣିଷପଣିଆର ନିଦର୍ଶନ ଦେଇଛନ୍ତି। ଏହି ସେବାର ସଦସ୍ୟମାନେ ଅନନ୍ୟ ଭୂମିକା ନିଭାଇଛନ୍ତି, ଯେପରିକି ରୋଗୀଙ୍କ ମୂଲ୍ୟବାନ ସାମଗ୍ରୀ ତାଙ୍କ ପରିବାର ଲୋକଙ୍କୁ ଫେରାଇବା, ଅତ୍ୟାବଶ୍ୟକ ସମୟରେ ରକ୍ତଦାନ କରିବା କିମ୍ବା ରୋଗୀଙ୍କ ସହଯୋଗ ପାଇଁ ଅତିରିକ୍ତ ପ୍ରୟାସ କରିବା। EMRI  ଗ୍ରୀନ ହେଲଥ ସର୍ଭିସେସ ଭାରତରେ ୧୬ ଟି ରାଜ୍ୟରେ ୧୭୧୪୧ ଆମ୍ବୁଲାନ୍ସ ଦ୍ୱାରା କାର୍ୟ୍ୟକରୁଛି ଏବଂ ଦୈନିକ ୪୧୧୩୬ ରୋଗୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଉଛି ଜ୍ଝ ଏହାର ଲକ୍ଷ୍ୟ ଭାରତରେ ବାର୍ଷିକ ୩ କୋଟି ଲୋକଙ୍କୁ ସେବା ଯୋଗାଇବା ସହ ୧ କୋଟି ଲୋକଙ୍କର ଜୀବନ ବଞ୍ଚାଇବା ।