ଏଣିକି ସରକାରୀ ବଣ୍ଡ୍ରେ ନିବେଶ କରିପାରିବେ ସାଧାରଣଜନତା, RBI ଆଣୁଛି ନୂଆ ମୋବାଇଲ ଆପ୍
ନୂଆଦିଲ୍ଲୀ : ମୁଦ୍ରା ନୀତି କମିଟି (ଏମପିସି) ବୈଠକରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ବଡ଼ ଘୋଷଣା କରିଛି। ରିଟେଲ ଡାଇରେକ୍ଟ ସ୍କିମକୁ ଗୁରୁତ୍ୱ ଦେବାକୁ ଯାଇ ଆରବିଆଇ ଏକ ନୂଆ ମୋବାଇଲ ଆପ୍ ପ୍ରସ୍ତୁତ କରୁଛି। ସାଧାରଣ ଭାବେ ଏଲଆଇସି, ଏସ୍ବିଆଇ ପରି ଦେଶର ବଡ଼ ବଡ଼ ଆର୍ଥିକ ସଂସ୍ଥା ସରକାରୀ ସିକ୍ୟୁରିଟିଜ୍ (ବଣ୍ଡସ)ରେ ନିବେଶ କରିଥାନ୍ତି। ମାତ୍ର ସାଧାରଣ ଜନତା ସେଥିରେ ନିବେଶ କରିବା ମୁସ୍କିଲ ହୋଇଥାଏ। ତେଣୁ ଖୁଚୁରା ନିବେଶକୁ ପ୍ରାଧାନ୍ୟ […]

ନୂଆଦିଲ୍ଲୀ : ମୁଦ୍ରା ନୀତି କମିଟି (ଏମପିସି) ବୈଠକରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ବଡ଼ ଘୋଷଣା କରିଛି। ରିଟେଲ ଡାଇରେକ୍ଟ ସ୍କିମକୁ ଗୁରୁତ୍ୱ ଦେବାକୁ ଯାଇ ଆରବିଆଇ ଏକ ନୂଆ ମୋବାଇଲ ଆପ୍ ପ୍ରସ୍ତୁତ କରୁଛି। ସାଧାରଣ ଭାବେ ଏଲଆଇସି, ଏସ୍ବିଆଇ ପରି ଦେଶର ବଡ଼ ବଡ଼ ଆର୍ଥିକ ସଂସ୍ଥା ସରକାରୀ ସିକ୍ୟୁରିଟିଜ୍ (ବଣ୍ଡସ)ରେ ନିବେଶ କରିଥାନ୍ତି। ମାତ୍ର ସାଧାରଣ ଜନତା ସେଥିରେ ନିବେଶ କରିବା ମୁସ୍କିଲ ହୋଇଥାଏ। ତେଣୁ ଖୁଚୁରା ନିବେଶକୁ ପ୍ରାଧାନ୍ୟ ଦେବା ଲକ୍ଷ୍ୟରେ ଆରବିଆଇ ଏକ ମୋବାଇଲ ଆପ୍ ବିକଶିତ କରୁଥିବା ଏମ୍ପିସି ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ, ଗତ ୨୦୨୧ ନଭେମ୍ବର ମାସରେ ଆରବିଆଇ ଏକ ରିଟେଲ ‘ଡାଇରେକ୍ଟ ସ୍କିମ୍‘ ଆଣିଥିଲା। ସ୍ବାଧୀନ ନିବେଶକଙ୍କୁ ସରକାରୀ ସିକ୍ୟୁରିଟିଜରେ ନିବେଶ ସୁବିଧା ପ୍ରଦାନ କରିବା ତାହାର ଲକ୍ଷ୍ୟ ରହିଥିଲା। ଉକ୍ତ ସ୍କିମ ମାଧ୍ୟମରେ ନିବେଶକମାନେ ପ୍ରାଥମିକ ବିଡିଂରେ ସରକାରୀ ସିକ୍ୟୁରିଜ କିଣିବା ସହିତ ଏନଡିଏସ-ଓଏମ ପ୍ଲାଟଫର୍ମରେ ଟ୍ରେଡ କରିବାର ସୁବିଧା ପାଇବେ। ସରକାରୀ ବଣ୍ଡସରେ ଏହି ରିଟେଲ ଇନଭେଷ୍ଟମେଣ୍ଟକୁ ଅଧିକ ସହଜସାଧ୍ୟ କରାଇବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଏକ ‘ଡାଇରେକ୍ଟ ପୋର୍ଟାଲ’ର ମୋବାଇଲ ଆପ୍ ଡେଭଲପ୍ କରୁଛି। ଏହି ଆପ୍ ସହାୟତାରେ ନିବେଶକମାନେ ନିଜ ପସନ୍ଦ ମୁତାବକ ସରକାରୀ ବଣ୍ଡ୍ରେ ନିବେଶ କରିପାରିବେ। ଏହି ମୋବାଇଲ ଆପ୍ ଖୁବଶୀଘ୍ର ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ ହେବ ବୋଲି ଜଣାପଡିଛି।