ପିଆର୍ଏମ୍ ମେଡିକାଲରେ ଯୋଡ଼ି ହେଲା ୬୫୦ ଶଯ୍ୟା
ବାରିପଦା,୩।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ରଙ୍ଗାମାଟିଆ ପରିସରରେ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲର ଶୁଭ ଉଦ୍ଘାଟନ କରାଯାଇଛି। ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍ଘାଟନ କରି ରାଜ୍ୟ ସରକାରଙ୍କ ସୁସ୍ଥ ଓଡ଼ିଶା ସୁଖି ଓଡ଼ିଶା ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି। ବାରିପଦା ସ୍ଥିତ ଜିଲା ମୁଖ୍ୟାଳୟ ହସ୍ପିଟାଲରେ ୫ ଶହରୁ ଊର୍ଦ୍ଧ୍ୱ ଶଯ୍ୟା ରହିଛି। ଉକ୍ତ ହସ୍ପିଟାଲଟି […] The post ପିଆର୍ଏମ୍ ମେଡିକାଲରେ ଯୋଡ଼ି ହେଲା ୬୫୦ ଶଯ୍ୟା appeared first on Dharitri Odia News.
ବାରିପଦା,୩।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ରଙ୍ଗାମାଟିଆ ପରିସରରେ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲର ଶୁଭ ଉଦ୍ଘାଟନ କରାଯାଇଛି। ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍ଘାଟନ କରି ରାଜ୍ୟ ସରକାରଙ୍କ ସୁସ୍ଥ ଓଡ଼ିଶା ସୁଖି ଓଡ଼ିଶା ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି।
ବାରିପଦା ସ୍ଥିତ ଜିଲା ମୁଖ୍ୟାଳୟ ହସ୍ପିଟାଲରେ ୫ ଶହରୁ ଊର୍ଦ୍ଧ୍ୱ ଶଯ୍ୟା ରହିଛି। ଉକ୍ତ ହସ୍ପିଟାଲଟି ମେଡିକାଲ କଲେଜରେ ପରିବର୍ତ୍ତନ ହେବା ପରେ ରୋଗୀମାନେ ଉତ୍ତମ ସେବା ପାଇ ଆସୁଛନ୍ତି। ରଙ୍ଗାମାଟିଆରେ ନିର୍ମାଣାଧୀନ ପିଆରଏମ ମେଡିକାଲ କଲେଜରେ ଅତିରିକ୍ତ ୬୫୦ ଶଯ୍ୟା ଯୋଡ଼ି ହୋଇଛି। ଫଳରେ ଜିଲା ମୁଖ୍ୟାଳୟକୁ ଆସୁଥିବା ଜିଲା ତଥା ପଡ଼ୋଶୀ ରାଜ୍ୟର ୧୨ ଶହ ପାଖାପାଖି ରୋଗୀ ଏଥିରୁ ଉପକୃତ ହୋଇପାରିବେ। ଶନିବାର ଏହାର ଉଦ୍ଘାଟନ ସମୟରେ ମୁଖ୍ୟମନ୍ତ୍ରୀ କହିଲେ, ରାଜ୍ୟର ୫ ମେଡିକାଲ କଲେଜ ହସ୍ପିଟାଲରେ ୨୯୫୦ଶଯ୍ୟା ଯୋଡ଼ି ହୋଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଉଛି ା ପୂର୍ବରୁ ମାତ୍ର ୩୨୧ ଏମବିବିଏସ ଡାକ୍ତର ଓ ୨୫୪ ସ୍ପେଶାଲିଷ୍ଟ ବାହାରୁଥିବା ବେଳେ ବର୍ତ୍ତମାନ ୨୫୨୫ ଏମବିବିଏସ ଓ ୯୭୨ ସ୍ପେଶାଲିଷ୍ଟ ବାହାରୁଛନ୍ତି। ଆହୁରି କହିଛନ୍ତି, ରାଜ୍ୟରେ ପ୍ରଚଳିତ ସ୍ବାସ୍ଥ୍ୟସେବା ଯୋଜନାରେ ମୋ ପାଇଁ ପ୍ରତି ଜୀବନ ମୂଲ୍ୟବାନ। ଏଥିପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାଠାରୁ ଆରମ୍ଭ କରି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆମେ ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏ ରୂପାନ୍ତରକୁ ଆମେ ସମସ୍ତେ ମିଶି ଆହୁରି ଆଗକୁ ନେବା ଓ ସୁସ୍ଥ ଓଡ଼ିଶା ସୁଖି ଓଡିଶା ଜରିଆରେ ନୂଆ ଓଡ଼ିଶାର ଭିତିକୁ ମଜବୁତ କରିବ ବୋଲି ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଚାଳନ କରି ଗ୍ରାମାଞ୍ଚଳର ସବୁ ପରିବାରକୁ ଅର୍ନ୍ତଭୁକ୍ତ କରିବା ପାଇଁ ଉର୍ଦ୍ଦିଷ୍ଟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡ ଚଳିତ ମାସ ୬ତାରିଖ ସମ୍ବଲପୁର ଜିଲାରୁ ମୁଖ୍ୟମନ୍ତ୍ରୀ ଶୁଭ ଉଦଘାଯନ କରିବେ। କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ତଥା ମିଶନଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ଆଦିବାସୀ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡା.ଦେବାଶିଷ ମାରାଣ୍ଡି, ଜିଲା ପରିଷଦ ଅଧ୍ୟକ୍ଷା ଭାରତୀ ହଁାସଦାଃ, ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ଡା.ପ୍ରତିଭା ପଣ୍ଡା ଓ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ପ୍ରମୁଖ ଉପସ୍ଥିତ ରହି ସ୍ବାସ୍ଥ୍ୟ ସେବାର ବୈପ୍ଳବିକ ପରିବର୍ତ୍ତନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।
The post ପିଆର୍ଏମ୍ ମେଡିକାଲରେ ଯୋଡ଼ି ହେଲା ୬୫୦ ଶଯ୍ୟା appeared first on Dharitri Odia News.