ଓଡ଼ିଶାରେ ୨ ରେଲ୍‌ ଫ୍ଲାଏଓଭର ପାଇଁ ରେଳ ମନ୍ତ୍ରଣାଳୟର ୫୦୯ କୋଟି ମଞ୍ଜୁରୀ

ଭୁବନେଶ୍ୱର,୯।୧୨: ରାଜ୍ୟରେ ରେଳ ଭିତ୍ତିଭୂମି ସୁଦୃଢ କରିବାକୁ ୫୦୯ କୋଟି ମଞ୍ଜୁରୀ କରିଛି ମନ୍ତ୍ରଣାଳୟ। କଟକ ଓ ରାୟଗଡ଼ାରେ ଫ୍ଲାଏଓଭର ପାଇଁ ମନ୍ତ୍ରାଳୟ ପକ୍ଷରୁ ଏହି ଅର୍ଥ ମଞ୍ଜୁର କରାଯାଇଛି। ରାଜଆଠଗଡ଼-ରାଧାକିଶୋରପୁର ଓ ମାଛପୁର ମଧ୍ୟରେ ହେବ ଫ୍ଲାଏଓଭର ଏବଂ ରାୟଗଡ଼ାର ସିଙ୍ଗାପୁର ରୋଡ୍ ଷ୍ଟେସନରେ ହେବ ଫ୍ଲାଏଓଭର। ରେଳବାଇ ଏହାର ବ୍ୟାପକ ଶକ୍ତି, ମିନେରାଲ୍ ଆଣ୍ଡ ସିମେଣ୍ଟ କରିଡର ଯୋଜନାର ଏକ ଅଂଶ ଭାବରେ ଦୁଇଟି ଫ୍ଲାଏଓଭର ନିର୍ମାଣ ପାଇଁ ଏହି ମଞ୍ଜୁର କରିଛି, ଯାହା […] The post ଓଡ଼ିଶାରେ ୨ ରେଲ୍‌ ଫ୍ଲାଏଓଭର ପାଇଁ ରେଳ ମନ୍ତ୍ରଣାଳୟର ୫୦୯ କୋଟି ମଞ୍ଜୁରୀ appeared first on Dharitri Odia News.

ଓଡ଼ିଶାରେ ୨ ରେଲ୍‌ ଫ୍ଲାଏଓଭର ପାଇଁ ରେଳ ମନ୍ତ୍ରଣାଳୟର ୫୦୯ କୋଟି ମଞ୍ଜୁରୀ

ଭୁବନେଶ୍ୱର,୯।୧୨: ରାଜ୍ୟରେ ରେଳ ଭିତ୍ତିଭୂମି ସୁଦୃଢ କରିବାକୁ ୫୦୯ କୋଟି ମଞ୍ଜୁରୀ କରିଛି ମନ୍ତ୍ରଣାଳୟ। କଟକ ଓ ରାୟଗଡ଼ାରେ ଫ୍ଲାଏଓଭର ପାଇଁ ମନ୍ତ୍ରାଳୟ ପକ୍ଷରୁ ଏହି ଅର୍ଥ ମଞ୍ଜୁର କରାଯାଇଛି। ରାଜଆଠଗଡ଼-ରାଧାକିଶୋରପୁର ଓ ମାଛପୁର ମଧ୍ୟରେ ହେବ ଫ୍ଲାଏଓଭର ଏବଂ ରାୟଗଡ଼ାର ସିଙ୍ଗାପୁର ରୋଡ୍ ଷ୍ଟେସନରେ ହେବ ଫ୍ଲାଏଓଭର।

ରେଳବାଇ ଏହାର ବ୍ୟାପକ ଶକ୍ତି, ମିନେରାଲ୍ ଆଣ୍ଡ ସିମେଣ୍ଟ କରିଡର ଯୋଜନାର ଏକ ଅଂଶ ଭାବରେ ଦୁଇଟି ଫ୍ଲାଏଓଭର ନିର୍ମାଣ ପାଇଁ ଏହି ମଞ୍ଜୁର କରିଛି, ଯାହା ରେଳ ଚଳାଚଳର ଉନ୍ନତି ତଥା ପ୍ରମୁଖ ରେଳ ଲାଇନଗୁଡିକରେ ଯାତାୟାତରେ ଅସୁବିଧା ଦୂର କରିବାକୁ ଲକ୍ଷ୍ୟ ରଖିଛି। ନିକଟରେ ଓଡ଼ିଶା ଗସ୍ତ ସମୟରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶାରେ ଦୁଇଟି ରେଳ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଅନୁମୋଦନ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ।

 

The post ଓଡ଼ିଶାରେ ୨ ରେଲ୍‌ ଫ୍ଲାଏଓଭର ପାଇଁ ରେଳ ମନ୍ତ୍ରଣାଳୟର ୫୦୯ କୋଟି ମଞ୍ଜୁରୀ appeared first on Dharitri Odia News.