ଓଡିଶା ଛାଡିବ କି JSW ଇଭି ପ୍ଲାଣ୍ଟ ? ମନ୍ତ୍ରୀ କହିଲେ ସିଫ୍ଟ ହେବା ନେଇ ଫାଇନାଲ ହୋଇନାହିଁ

ଭୁବନେଶ୍ୱର ୨୪।୦୯ : ଓଡ଼ିଶାରେ ପ୍ରସ୍ତାବିତ JSW ପ୍ଲାଣ୍ଟ ମହାରାଷ୍ଟ୍ରକୁ ଚାଲିଯିବା ନେଇ ଚର୍ଚ୍ଚା। ପ୍ରସ୍ତାବିତ ପ୍ଲାଣ୍ଟ ମହାରାଷ୍ଟ୍ରକୁ ଚାଲିଯିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଗତ ୭ ମାସ ତଳେ ପୂର୍ବ ସରକାର ସମୟରେ ହୋଇଥିଲା ଚୁକ୍ତି। ଏବେ ପ୍ଲାଣ୍ଟ ମହାରାଷ୍ଟ୍ରକୁ ଚାଲିଯିବା ଚର୍ଚ୍ଚା ଜୋର ଧରିଛି। JSW ପ୍ଲାଣ୍ଟ ମହାରାଷ୍ଟ୍ରକୁ ଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ। ସେ କହିଛନ୍ତି ଯେ, JSW ସହ ଆଲୋଚନା ଚାଲିଛି । ନିର୍ଣ୍ଣୟ ଆସିଲେ ଜଣାଯିବ। ସେମାନେ ଓଡିଶା ଛାଡ଼ିବା ସମ୍ପର୍କରେ ଫାଇନାଲ ହୋଇନାହିଁ। ନିବେଶକ ମାନେ ସେମାନଙ୍କ ମୁତାବକ ନିବେଶ କରନ୍ତି। ବିଭିନ୍ନ କାରଣ ପ୍ରକଳ୍ପ ବିଳମ୍ବ ହୁଏ । JSW ଇଭି ଆରମ୍ଭରେ ମଧ୍ୟ ବିଳମ୍ବ ହୋଇଛି। ପୂର୍ବ ସରକାରରେ କଣ ହେଇଛି ସେନେଇ ଆମେ କଥା ବାର୍ତ୍ତା କରିବୁ। ସିଫ୍ଟ ହେବା ନେଇ ଫାଇନାଲ ହୋଇନାହିଁ। ଆମକୁ ସୂଚନା ମିଳିନାହିଁ।  

ଓଡିଶା ଛାଡିବ କି JSW ଇଭି ପ୍ଲାଣ୍ଟ ? ମନ୍ତ୍ରୀ କହିଲେ ସିଫ୍ଟ ହେବା ନେଇ ଫାଇନାଲ ହୋଇନାହିଁ

ଭୁବନେଶ୍ୱର ୨୪।୦୯ : ଓଡ଼ିଶାରେ ପ୍ରସ୍ତାବିତ JSW ପ୍ଲାଣ୍ଟ ମହାରାଷ୍ଟ୍ରକୁ ଚାଲିଯିବା ନେଇ ଚର୍ଚ୍ଚା। ପ୍ରସ୍ତାବିତ ପ୍ଲାଣ୍ଟ ମହାରାଷ୍ଟ୍ରକୁ ଚାଲିଯିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଗତ ୭ ମାସ ତଳେ ପୂର୍ବ ସରକାର ସମୟରେ ହୋଇଥିଲା ଚୁକ୍ତି। ଏବେ ପ୍ଲାଣ୍ଟ ମହାରାଷ୍ଟ୍ରକୁ ଚାଲିଯିବା ଚର୍ଚ୍ଚା ଜୋର ଧରିଛି। 

JSW ପ୍ଲାଣ୍ଟ ମହାରାଷ୍ଟ୍ରକୁ ଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ। ସେ କହିଛନ୍ତି ଯେ, JSW ସହ ଆଲୋଚନା ଚାଲିଛି । ନିର୍ଣ୍ଣୟ ଆସିଲେ ଜଣାଯିବ। ସେମାନେ ଓଡିଶା ଛାଡ଼ିବା ସମ୍ପର୍କରେ ଫାଇନାଲ ହୋଇନାହିଁ। ନିବେଶକ ମାନେ ସେମାନଙ୍କ ମୁତାବକ ନିବେଶ କରନ୍ତି। ବିଭିନ୍ନ କାରଣ ପ୍ରକଳ୍ପ ବିଳମ୍ବ ହୁଏ । JSW ଇଭି ଆରମ୍ଭରେ ମଧ୍ୟ ବିଳମ୍ବ ହୋଇଛି। ପୂର୍ବ ସରକାରରେ କଣ ହେଇଛି ସେନେଇ ଆମେ କଥା ବାର୍ତ୍ତା କରିବୁ। ସିଫ୍ଟ ହେବା ନେଇ ଫାଇନାଲ ହୋଇନାହିଁ। ଆମକୁ ସୂଚନା ମିଳିନାହିଁ।