୧୮୦ ଟଙ୍କାର ସଉଦା କିଣି ୧୪୦ ଟଙ୍କା ଦେଲେ ଗ୍ରାହକ, ବାକି ଟଙ୍କା ମାଗିବାରୁ ଦୋକାନୀଙ୍କୁ ମାଡମାରି ମାରିଦେଲେ !
ଭଦ୍ରକ ୨୦।୩: ସଉଦା କିଣିଲେ, ଦୋକାନୀକୁ ୪୦ ଟଙ୍କା କମ୍ ଦେଲେ । ଦୋକାନୀ ମାଗିବାରୁ ମାଡ଼ ମାରିଲେ । ମେଡିକାଲରେ ଦୋକାନୀଙ୍କୁ ମୃତ ଘୋଷଣା କଲେ ଡାକ୍ତର । ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ଦୁଃଖଦ ଘଟଣା । ଅଭିଯୋଗ ଅନୁଯାୟୀ, ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନ ବଣିଆ ଗାଁର ବିଜୟ ପଣ୍ଡା ଭଦ୍ରକ ଟାଉନ ଥାନା ଅଧିନ ଚରମ୍ପା ପଥରଆଡ଼ି ଛକରେ ଏକ ତେଜରାତି ଦୋକାନ କରିଥିଲେ । ଦିନ-ଦ୍ୱିପ୍ରହର ସମୟରେ ସେହି ଅଞ୍ଚଳର କାମେଶ ପରିଡା ନାମକ ଯୁବକ ବିଜୟଙ୍କ ଦୋକାନକୁ ଆସି ସଉଦା ନେଇଥିଲେ । ସମୁଦାୟ ୧୮୦ ଟଙ୍କା ହୋଇଥିବା ବେଳେ ସେ ଫୋନ୍ ପେ’ରେ ୧୪୦ ଟଙ୍କା ଦେଇ ପଳାଉଥିଲେ । ଏହି ସମୟରେ ବିଜୟ ତାଙ୍କୁ ବଳକା ୪୦ଟଙ୍କା ମାଗିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ କାମେଶ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ମାଡ଼ ମାରିବା ଫଳରେ ବିଜୟ ଦୋକାନ ତଳେ ପଡିଯାଇଥିଲେ । ସ୍ଥାନୀୟ ଦୋକାନୀମାନେ ତାଙ୍କୁ ଭଦ୍ରକ ମେଡିକାଲକୁ ଆଣିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ପରିବାର ଲୋକେ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି ।You Can Read:ସରିଲା ଅଦଳବଦଳ ପ୍ରକ୍ରିୟା, ନନ୍ଦନକାନନକୁ ଆସିଲେ ୧୬ ଜୀବଜନ୍ତୁ
ଭଦ୍ରକ ୨୦।୩: ସଉଦା କିଣିଲେ, ଦୋକାନୀକୁ ୪୦ ଟଙ୍କା କମ୍ ଦେଲେ । ଦୋକାନୀ ମାଗିବାରୁ ମାଡ଼ ମାରିଲେ । ମେଡିକାଲରେ ଦୋକାନୀଙ୍କୁ ମୃତ ଘୋଷଣା କଲେ ଡାକ୍ତର । ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ଦୁଃଖଦ ଘଟଣା ।
ଅଭିଯୋଗ ଅନୁଯାୟୀ, ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନ ବଣିଆ ଗାଁର ବିଜୟ ପଣ୍ଡା ଭଦ୍ରକ ଟାଉନ ଥାନା ଅଧିନ ଚରମ୍ପା ପଥରଆଡ଼ି ଛକରେ ଏକ ତେଜରାତି ଦୋକାନ କରିଥିଲେ । ଦିନ-ଦ୍ୱିପ୍ରହର ସମୟରେ ସେହି ଅଞ୍ଚଳର କାମେଶ ପରିଡା ନାମକ ଯୁବକ ବିଜୟଙ୍କ ଦୋକାନକୁ ଆସି ସଉଦା ନେଇଥିଲେ । ସମୁଦାୟ ୧୮୦ ଟଙ୍କା ହୋଇଥିବା ବେଳେ ସେ ଫୋନ୍ ପେ’ରେ ୧୪୦ ଟଙ୍କା ଦେଇ ପଳାଉଥିଲେ । ଏହି ସମୟରେ ବିଜୟ ତାଙ୍କୁ ବଳକା ୪୦ଟଙ୍କା ମାଗିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ କାମେଶ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ମାଡ଼ ମାରିବା ଫଳରେ ବିଜୟ ଦୋକାନ ତଳେ ପଡିଯାଇଥିଲେ । ସ୍ଥାନୀୟ ଦୋକାନୀମାନେ ତାଙ୍କୁ ଭଦ୍ରକ ମେଡିକାଲକୁ ଆଣିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ପରିବାର ଲୋକେ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି ।
You Can Read: