ବାହାନଗା ଟ୍ରେନ୍ ଟ୍ରାଜେଡିକୁ ବର୍ଷେ, ମନରୁ ଲିଭିନି ସେହି କାଳ ରାତିର କରାଳ ରୂପ
ସୋର ୦୨।୦୬ : ତାରିଖ ଜୁନ୍ ୨ । ସମୟ ସନ୍ଧ୍ୟା ୭ । ସ୍ଥାନ ବାହାନଗା ରେଳ ଷ୍ଟେସନ । ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିଲା କରମଣ୍ଡଳ ଏକ୍ସପ୍ରେସ। ଯାନ୍ତ୍ରିକ ତ୍ରୁଟି ପାଇଁ ବାହାନଗା ରେଳ ଷ୍ଟେସନରେ ଲୁପ୍ ଲାଇନରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ କରମଣ୍ଡଳର କିଛି ଡବା ରେଳ ଲାଇନରୁ ବାହାରକୁ ଛିଟ୍କି ପଡ଼ିଥିଲା । ଫଳରେ ଦୁର୍ଭାଗ୍ୟବଶତଃ ସେହି ସମୟରେ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ବିପରୀତ ରେଳ ଧାରଣାରେ ଯାଉଥିବା ବେଙ୍ଗାଲୁରୁ-ହାଓଡ଼ା ଏକ୍ସପ୍ରେସ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହାକି ଭାରତ ସମେତ ପୃଥିବୀର ସବୁଠୁ ବଡ଼ ଟ୍ରେନ୍ ଦୁର୍ଘଟଣା ବୋଲି ଅଭିହିତ କରାଯାଇଛି । ଏହା ଭିତରେ ବାହାନଗା ଟ୍ରେନ୍ ଟ୍ରାଜେଡିକୁ ପୂରିଛି ବର୍ଷେ । ଲୌହ ଦାନବର ରକ୍ତ ଭୋଜି କଥା ମନେ ପଡ଼ିଲେ ଏବେ ବି ଲୋମ ଟାଙ୍କୁରି ଉଠିଛି । ଏହି ଦୁଃଖଦ ଘଟଣା କେବଳ ଭାରତ କାହିଁକି ତମାମ ବିଶ୍ୱବାସୀଙ୍କ ଆଖିରେ ଲୁହ ଭରି ଦେଇଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଲିଭିଯାଇଥିଲା ୨୯୬ ଜଣଙ୍କ ଜୀବନ ଦୀପ । ୧୨ଶହରୁ ଊଦ୍ଧ୍ୱର୍ ଯାତ୍ରୀ ଆହତ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ସମସ୍ତ ରାଜନୈତିକ ଦଳର ନେତା ଏଠାକୁ ଆସିବା ସହ ସମବେଦନା ଜଣାଇଥିଲେ । କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ବିଭିନ୍ନ ପ୍ରତିଶ୍ରୁତି ଦିଆଯାଇଥିଲା । ତେବେ ସବୁ
ସୋର ୦୨।୦୬ : ତାରିଖ ଜୁନ୍ ୨ । ସମୟ ସନ୍ଧ୍ୟା ୭ । ସ୍ଥାନ ବାହାନଗା ରେଳ ଷ୍ଟେସନ । ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିଲା କରମଣ୍ଡଳ ଏକ୍ସପ୍ରେସ। ଯାନ୍ତ୍ରିକ ତ୍ରୁଟି ପାଇଁ ବାହାନଗା ରେଳ ଷ୍ଟେସନରେ ଲୁପ୍ ଲାଇନରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ କରମଣ୍ଡଳର କିଛି ଡବା ରେଳ ଲାଇନରୁ ବାହାରକୁ ଛିଟ୍କି ପଡ଼ିଥିଲା । ଫଳରେ ଦୁର୍ଭାଗ୍ୟବଶତଃ ସେହି ସମୟରେ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ବିପରୀତ ରେଳ ଧାରଣାରେ ଯାଉଥିବା ବେଙ୍ଗାଲୁରୁ-ହାଓଡ଼ା ଏକ୍ସପ୍ରେସ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହାକି ଭାରତ ସମେତ ପୃଥିବୀର ସବୁଠୁ ବଡ଼ ଟ୍ରେନ୍ ଦୁର୍ଘଟଣା ବୋଲି ଅଭିହିତ କରାଯାଇଛି ।
ଏହା ଭିତରେ ବାହାନଗା ଟ୍ରେନ୍ ଟ୍ରାଜେଡିକୁ ପୂରିଛି ବର୍ଷେ । ଲୌହ ଦାନବର ରକ୍ତ ଭୋଜି କଥା ମନେ ପଡ଼ିଲେ ଏବେ ବି ଲୋମ ଟାଙ୍କୁରି ଉଠିଛି । ଏହି ଦୁଃଖଦ ଘଟଣା କେବଳ ଭାରତ କାହିଁକି ତମାମ ବିଶ୍ୱବାସୀଙ୍କ ଆଖିରେ ଲୁହ ଭରି ଦେଇଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଲିଭିଯାଇଥିଲା ୨୯୬ ଜଣଙ୍କ ଜୀବନ ଦୀପ । ୧୨ଶହରୁ ଊଦ୍ଧ୍ୱର୍ ଯାତ୍ରୀ ଆହତ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ସମସ୍ତ ରାଜନୈତିକ ଦଳର ନେତା ଏଠାକୁ ଆସିବା ସହ ସମବେଦନା ଜଣାଇଥିଲେ । କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ବିଭିନ୍ନ ପ୍ରତିଶ୍ରୁତି ଦିଆଯାଇଥିଲା । ତେବେ ସବୁ ପ୍ରତିଶ୍ରୁତି ପ୍ରତାରଣା ପାଲଟିଛି ।