ଓଡିଶା ବିହାର ବନ୍ଧୁକ ବ୍ୟବସାୟ ରାକେଟର ମୁଖ୍ୟ ଗୋଲଡେନ ସିଂହକୁ ଗିରଫ କଲା କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ

କଟକ: କଟକ ପୋଲିସକୁ ବଡ଼ ସଫଳତା । ଓଡିଶା ବିହାର ବନ୍ଧୁକ ବ୍ୟବସାୟ ରାକେଟର ମୁଖ୍ୟ ଗୋଲଡେନ ସିଂହକୁ ବିହାର... The post ଓଡିଶା ବିହାର ବନ୍ଧୁକ ବ୍ୟବସାୟ ରାକେଟର ମୁଖ୍ୟ ଗୋଲଡେନ ସିଂହକୁ ଗିରଫ କଲା କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ appeared first on .

ଓଡିଶା ବିହାର ବନ୍ଧୁକ ବ୍ୟବସାୟ ରାକେଟର ମୁଖ୍ୟ ଗୋଲଡେନ ସିଂହକୁ ଗିରଫ କଲା କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ

କଟକ: କଟକ ପୋଲିସକୁ ବଡ଼ ସଫଳତା । ଓଡିଶା ବିହାର ବନ୍ଧୁକ ବ୍ୟବସାୟ ରାକେଟର ମୁଖ୍ୟ ଗୋଲଡେନ ସିଂହକୁ ବିହାର ଏସଟିଏଫ ସହଯୋଗରେ ଗିରଫ କରିବାରେ ସକ୍ଷମ ହୋଇଛି କମିଶରେଟ ପୋଲିସର ସ୍ୱତନ୍ତ୍ର ଟିମ ।  ସହଯୋଗୀ କଟକ କେଶରପୁର ଅଞ୍ଚଳର ୱାସିମ ଖାନକୁ ମଧ୍ୟ ମଙ୍ଗଳାବାଗ ପୋଲିସ ଗିରଫ କରିଛି । ତା ଠାରୁ ଗୋଟିଏ ବନ୍ଧୁକ ଓ ଗୋଲଡେନ ଠାରୁ ଦୁଇଟି ବନ୍ଧୁକ ସମୁଦାୟ 3ଟି ବନ୍ଧୁକ ଜବତ ହୋଇଛି । 3 ଦିନ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିଛି ପୋଲିସ୍ । ରିମାଣ୍ଡରେ ଆସିବା ପରେ ଏନେଇ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଡିସିପି କେ. ଵିଶାଲ ସିଂହ ସୂଚନା ଦେଇଛନ୍ତି।  ଗତ କିଛିଦିନ ତଳେ ଜଗତପୁର ଅଞ୍ଚଳରେ ବ୍ୟାଙ୍କ ଏଟିଏମ ଭ୍ୟାନ ଲୁଟ ଯୋଜନା କରୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଥିବା 4ଜଣ ଡକାୟତଙ୍କ ନିକଟରୁ 4ଟି ବନ୍ଧୁକ ଜବତ ହୋଇଥିଲା । ଏହି ବନ୍ଧୁକ ସେମାନେ ବିହାରର ମୁଙ୍ଗେରରୁ ଆଣି ଏହି ଡକାୟତି କଲାପରେ ବିକ୍ରି କରିବାକୁ ଯୋଜନା କରିଥିବା ପୋଲିସ ଜାଣିବାକୁ ପାଇଥିଲା । ସେମାନଙ୍କ ଠାରୁ ମିଳିଥିବା ତଥ୍ୟକୁ ଆଧାର କରି ଡିସିପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ ବିହାର ଯାଇଥିଲା । ଅଭିଯୁକ୍ତମାନଙ୍କ ବୟାନକୁ ଆଧାରକରି କଟକ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା ପୋଲିସ ।

The post ଓଡିଶା ବିହାର ବନ୍ଧୁକ ବ୍ୟବସାୟ ରାକେଟର ମୁଖ୍ୟ ଗୋଲଡେନ ସିଂହକୁ ଗିରଫ କଲା କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ appeared first on .