ସିଦ୍ଧୁ ମୁସେୱାଲାଙ୍କ ବନ୍ଧୁ ବଣ୍ଟିକୁ ମରଣାନ୍ତକ ଆକ୍ରମଣ
ମୋହାଲି: ଲୋକପ୍ରିୟ ମ୍ୟୁଜିକ କମ୍ପୋଜର ତଥା ସିଦ୍ଧୁ ମୋସେୱାଲାଙ୍କ ବନ୍ଧୁ ବଣ୍ଟି ବେନ୍ସଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ବଣ୍ଟି ପଞ୍ଜାବ... The post ସିଦ୍ଧୁ ମୁସେୱାଲାଙ୍କ ବନ୍ଧୁ ବଣ୍ଟିକୁ ମରଣାନ୍ତକ ଆକ୍ରମଣ appeared first on .
ମୋହାଲି: ଲୋକପ୍ରିୟ ମ୍ୟୁଜିକ କମ୍ପୋଜର ତଥା ସିଦ୍ଧୁ ମୋସେୱାଲାଙ୍କ ବନ୍ଧୁ ବଣ୍ଟି ବେନ୍ସଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ବଣ୍ଟି ପଞ୍ଜାବ ମୋହାଲିର ଏକ ରେଷ୍ଟୁରାଣ୍ଟରେ ବସିଥିବା ବେଳେ କିଛି ଅଜଣା ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଯଦିଓ ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ବଣ୍ଟି । ସେ ଏବେ ସୁରକ୍ଷିତ ଅଛନ୍ତି ।
ରିପୋର୍ଟ ଅନୁଯାୟୀ, ଗୁଳି ମାଡ଼ ପରେ ତାଙ୍କୁ ୧ କୋଟି ଟଙ୍କା ଦେବାଲାଗି ଧମକପୂର୍ଣ୍ଣ କଲ୍ ଆସିଥିଲା। ଟଙ୍କା ନ ଦେଲେ ଜୀବନରୁ ମାରିଦେବକୁ ଫୋନ କଲରେ ଧମକ ମଧ୍ୟ ଦିଆଯାଇଛି। ବଣ୍ଟି କହିଛନ୍ତି ଯେ, ଏହି କଲ୍ ତାଙ୍କୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲକି ପାଟିଆଲଙ୍କ ନାମରେ କରାଯାଇଥିଲା। ଲକି ଏବେ କାନାଡାରେ ଅଛି। କୁହାଯାଏ, ଲକି ପାଟିଆଲ ଏବଂ ଲରେନ୍ସ ବିଷ୍ଣୋଇ ପରସ୍ପର ବିରୋଧି । ଲକି ବାମ୍ବିହା ଗ୍ୟାଙ୍ଗର ଲିଡର ।
ଏହି ଆକ୍ରମଣକୁ ନେଇ ବଣ୍ଟି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ପଞ୍ଜାବ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ବଣ୍ଟି ବେନସ୍ କେବଳ ସିଦ୍ଧୁ ମୁସାୱାଲାଙ୍କର ଜଣେ ଭଲ ବନ୍ଧୁ ନୁହଁନ୍ତି ଏବଂ ତାଙ୍କର ଅନେକ ଗୀତକୁ କମ୍ପୋଜ ମଧ୍ୟ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ଦୁଇ ବର୍ଷ ପୂର୍ବେ, ୨୦୨୨ ମସିହା ମେ ୨୯ରେ ସିଦ୍ଧୁ ମୋସେୱାଲାଙ୍କ ଉପରକୁ ଗୁଳି ବିନିମୟ ହୋଇଥିଲା, ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା
The post ସିଦ୍ଧୁ ମୁସେୱାଲାଙ୍କ ବନ୍ଧୁ ବଣ୍ଟିକୁ ମରଣାନ୍ତକ ଆକ୍ରମଣ appeared first on .