ଓଡିଶା ରଣଜୀ ଟିମ୍‌ରେ ଭଦ୍ରକରୁ ହର୍ଷିତ୍ ରାଠୋଡ୍

ଭଦ୍ରକ : ଓଡିଶା କ୍ରିକେଟ ଆସୋସିଏସନ ଗତକାଲି(ଶୁକ୍ରବାର) ଦିନ ୨୦୨୪-୨୫ କ୍ରୀଡା ବର୍ଷ ପାଇଁ ରାଜ୍ୟ ରଣଜୀ ଟିମ୍ ଘୋଷଣା କରିଛି। ଏହି ଟିମରେ ଭଦ୍ରକର କ୍ରିକେଟର ହର୍ଷିତ୍ ରାଠୋଡ୍ ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି। ଭଦ୍ରକ ଜିଲ୍ଲାରୁ ପ୍ରଥମ କ୍ରିକେଟର ରୂପେ ସେ ଗତବର୍ଷ ଓଡିଶା ରଣଜୀ ଟିମ୍‌ରେ ସ୍ଥାନ ପାଇଥିଲେ। ଏବର୍ଷ ତାଙ୍କର ପୁନଃମନୋନୟନ ଭଦ୍ରକର କ୍ରିକେଟ୍ ମହଲରେ ଖୁସିର ମାହୋଲ୍ ସୃଷ୍ଟି କରିଛି। ୨୫ ବର୍ଷୀୟ ହର୍ଷିତ୍ ହେଉଛନ୍ତି ଭଦ୍ରକ ସହର ଚରମ୍ପାର […]

ଓଡିଶା ରଣଜୀ ଟିମ୍‌ରେ ଭଦ୍ରକରୁ ହର୍ଷିତ୍ ରାଠୋଡ୍
Harshit Rathore from Bhadrak in Odisha Ranji team

ଭଦ୍ରକ : ଓଡିଶା କ୍ରିକେଟ ଆସୋସିଏସନ ଗତକାଲି(ଶୁକ୍ରବାର) ଦିନ ୨୦୨୪-୨୫ କ୍ରୀଡା ବର୍ଷ ପାଇଁ ରାଜ୍ୟ ରଣଜୀ ଟିମ୍ ଘୋଷଣା କରିଛି। ଏହି ଟିମରେ ଭଦ୍ରକର କ୍ରିକେଟର ହର୍ଷିତ୍ ରାଠୋଡ୍ ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି। ଭଦ୍ରକ ଜିଲ୍ଲାରୁ ପ୍ରଥମ କ୍ରିକେଟର ରୂପେ ସେ ଗତବର୍ଷ ଓଡିଶା ରଣଜୀ ଟିମ୍‌ରେ ସ୍ଥାନ ପାଇଥିଲେ। ଏବର୍ଷ ତାଙ୍କର ପୁନଃମନୋନୟନ ଭଦ୍ରକର କ୍ରିକେଟ୍ ମହଲରେ ଖୁସିର ମାହୋଲ୍ ସୃଷ୍ଟି କରିଛି।

୨୫ ବର୍ଷୀୟ ହର୍ଷିତ୍ ହେଉଛନ୍ତି ଭଦ୍ରକ ସହର ଚରମ୍ପାର ଏକ କ୍ଷୁଦ୍ର ବ୍ୟବସାୟୀ ପରିବାରର ଏକମାତ୍ର ପୁତ୍ର। ପିତା ପ୍ରଫୁଲ୍ଲ ରାଠୋଡ୍ ଏବେ ଦିବଂଗତ। ମାତା ହେଉଛନ୍ତି ତନୁଜା ଦେବୀ। ଆର୍ଥିକ ଅନାଟନ ସତ୍ତ୍ୱେ ସେ ଚରମ୍ପା ସ୍ଥିତ ସମ୍ମାନଜନକ ହ୍ୟାପ୍ପି ହୋମ୍ ସ୍କୁଲରେ ଅଧ୍ୟୟନ କରିବାର ସୁଯୋଗ ପାଇଥିଲେ। ଏହି ବିଦ୍ୟାଳୟର ଅଧ୍ୟାପକ ରବି ନାରାୟଣ ଓଝା କ୍ରୀଡା ପ୍ରତି ହର୍ଷିତଙ୍କର ଆସକ୍ତି ଦେଖି ତାଙ୍କୁ କ୍ରିକେଟର ବର୍ଣ୍ଣମାଳା ଶିଖାଇଥିଲେ। ପରବର୍ତ୍ତୀ ସମୟରେ ସେ ଓଡ଼ିଶାର ଯଶସ୍ବୀ କ୍ରିକେଟ୍ ପ୍ରଶିକ୍ଷକ କେ.ଭି.ପ୍ରସାଦଙ୍କ ସଂସ୍ପର୍ଶରେ ଆସିଥିଲେ ଓ ତାଙ୍କ ଦ୍ବାରା ପ୍ରତିଷ୍ଠିତ ‘ବିଜୟ ଭାନୁ ମେମୋରିଆଲ୍ କ୍ରିକେଟ୍ ଏକାଡେମୀ’ରେ ଯୋଗ ଦେଇଥିଲେ। ଏଇଠି ତାଙ୍କ ପ୍ରତିଭା ପୂର୍ଣ୍ଣ ବିକଶିତ ହୋଇଥିଲା ଓ ଜଣେ ବାମହାତୀ ଅର୍ଥୋଡକସ୍ ସ୍ପିନର୍ ତଥା ବ୍ୟାଟସମ୍ୟାନ୍ ଭାବରେ ସେ ପରିଚୟ ସୃଷ୍ଟି କରିଥିଲେ।

୨୦୧୩ ମସିହାରେ ହର୍ଷିତ୍ ୧୬ ବର୍ଷୀୟ ଓଡିଶା ଟିମରେ ସ୍ଥାନ ପାଇଁ ‘ବିଜୟ ମର୍ଚ୍ଚାଣ୍ଟ୍ ଟ୍ରଫି କ୍ରିକେଟ୍’ ଖେଳିଥିଲେ। ପ୍ରଥମ ମ୍ୟାଚ୍ ରେ ସେ କେରଳ ବିପକ୍ଷରେ ଚତୁର ବୋଲିଂ କରି ପ୍ରାରମ୍ଭିକ ୫ ଜଣ ବ୍ୟାଟସମ୍ୟାନ୍‌ଙ୍କୁ ଶୂନ୍ୟରେ ଆଉଟ୍ କରି ଜାତୀୟ ସ୍ତରରେ ଆଲୋଢନ ସୃଷ୍ଟି କରିଥିଲେ। ତାପରେ ଆଉ ପଛକୁ ଚାହିଁ ନାହାନ୍ତି ହର୍ଷିତ୍। ୨୦୧୬ ମସିହାରେ ସେ ୧୯ ବର୍ଷୀୟ ‘ଧ୍ରୁବ ପାଣ୍ଡବ ଟ୍ରଫି’ ପାଇଁ, ୨୦୧୯ ମସିହାରେ ୨୩ ବର୍ଷୀୟ ‘ସି.କେ.ନାୟଡୁ ଟ୍ରଫି’ କ୍ରିକେଟ୍ ରେ ଓଡ଼ିଶାର ପ୍ରତିନିଧିତ୍ଵ କରିଥିଲେ। ସେହିପରି ୨୦୨୧ ଓ ୨୦୨୨ ମସିହାରେ ସେ ୨୫ ବର୍ଷୀୟ ‘ସି.କେ.ନାୟଡୁ ଟ୍ରଫି’ କ୍ରିକେଟ୍ ରେ ଓଡ଼ିଶା ତରଫରୁ ଖେଳିଥିଲେ। ସିନିୟର କ୍ରିକେଟ୍ ରେ ମଧ୍ୟ ହର୍ଷିତ୍ ଙ୍କ ଦବଦବା ଥିଲା। ୨୦୨୦ ରେ ସେ ଏକଦିବସୀୟ ଫର୍ମାଟ୍ ରେ ଅନୁଷ୍ଠିତ ‘ବିଜୟ ହଜାରେ ଟ୍ରଫି’ ଓ ଟି-୨୦ ଫର୍ମାଟ୍ ରେ ଅନୁଷ୍ଠିତ ‘ସୟିଦ୍ ମୁସ୍ତାକ୍ ଅଲ୍ଲୀ ଟ୍ରଫି’ କ୍ରିକେଟ୍ ପାଇଁ ‘ଟିମ୍ ଓଡ଼ିଶା’ ରେ ସ୍ଥାନ ପାଇଥିଲେ। ୨୦୨୩-୨୪ ସିଜନ୍ ରେ ସେ ‘ସୟିଦ୍ ମୁସ୍ତାକ୍ ଅଲ୍ଲୀ’ ଓ ‘ବିଜୟ ହଜାରେ ଟ୍ରଫି’ ସହ ଓଡିଶା ରଣଜୀ ଟିମ୍ ରେ ସ୍ଥାନ ପାଇ ନିଜ ପାଇଁ ତଥା ଭଦ୍ରକ ଜିଲ୍ଲା ପାଇଁ ଏକ ଗୌରବର ଅଧ୍ୟାୟ ରଚନା କରିଛନ୍ତି। ପ୍ରବଳ ପ୍ରତିଦ୍ବନ୍ଦିତା ମୂଳକ କ୍ରିକେଟରେ ତାଙ୍କର ତେଜୋଦିପ୍ତ ପ୍ରଦର୍ଶନ ପ୍ରଚ୍ଛଦପଟେ ମାଆ ତନୁଜା ଦେବୀଙ୍କ ଆଶୀର୍ବାଦ, ଗୁରୁ କେ.ଭି. ପ୍ରସାଦଙ୍କ ପ୍ରଶିକ୍ଷଣ ଓ ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନର ସାଧାରଣ ସମ୍ପାଦକ ଧୀରେନ ପଲାଇଙ୍କ ପ୍ରେରଣା ବିଦ୍ୟମାନ।