ଓଡିଶାରେ କୋଇଲା ବାଷ୍ପୀକରଣ ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ୱାନ

ନୂଆଦିଲ୍ଲୀ: କୋଲ୍ ଇଣ୍ଡିଆ ଲିମିଟେଡ଼୍ (ସିଆଇଲ) ଏବଂ ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ଼ (ଭେଲ୍) ଭାରତ କୋଇଲା ବାଷ୍ପୀକରଣ ଏବଂ ରସାୟନ ଲିମିଟେଡ୍ (ବିସିଜିସିଏଲ) ପକ୍ଷରୁ ଓଡିଶାରେ କୋଇଲାରୁ ଆମୋନିୟମ୍ ନାଇଟ୍ରେଟ୍’ ବାଷ୍ପୀକରଣ ପ୍ରକଳ୍ପ ଏଲଏସଟିକେ-୨ ଚୟନ ନିମନ୍ତେ ପାଇଁ ଗୁରୁବାର ଦିନ ଟେଣ୍ଡର ଆହ୍ୱାନ କରାଯାଇଛି। ଏହି ଟେଣ୍ଡର ନଥିପତ୍ର ଟେଣ୍ଡର ସଂଖ୍ୟା ପିଏନଏମଏମ/ପିସି୨୮୮/ଇ/୦୦୧ରେ ଉପଲବ୍ଧ ରହିଛି ଏବଂ ଏହି ଟେଣ୍ଡରର ଶୀର୍ଷକ ‘ଭାରତ କୋଇଲା ବାଷ୍ପୀକରଣ ଏବଂ କେମିକାଲ୍ସ ଲିମିଟେଡ୍, ବିସିଜିସିଏଲ’ ଭାବରେ ସିପିପି ପୋର୍ଟାଲରେ […]

ଓଡିଶାରେ କୋଇଲା ବାଷ୍ପୀକରଣ ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ୱାନ
Tenders for Coal Evaporation Project in Odisha

ନୂଆଦିଲ୍ଲୀ: କୋଲ୍ ଇଣ୍ଡିଆ ଲିମିଟେଡ଼୍ (ସିଆଇଲ) ଏବଂ ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ଼ (ଭେଲ୍) ଭାରତ କୋଇଲା ବାଷ୍ପୀକରଣ ଏବଂ ରସାୟନ ଲିମିଟେଡ୍ (ବିସିଜିସିଏଲ) ପକ୍ଷରୁ ଓଡିଶାରେ କୋଇଲାରୁ ଆମୋନିୟମ୍ ନାଇଟ୍ରେଟ୍’ ବାଷ୍ପୀକରଣ ପ୍ରକଳ୍ପ ଏଲଏସଟିକେ-୨ ଚୟନ ନିମନ୍ତେ ପାଇଁ ଗୁରୁବାର ଦିନ ଟେଣ୍ଡର ଆହ୍ୱାନ କରାଯାଇଛି। ଏହି ଟେଣ୍ଡର ନଥିପତ୍ର ଟେଣ୍ଡର ସଂଖ୍ୟା ପିଏନଏମଏମ/ପିସି୨୮୮/ଇ/୦୦୧ରେ ଉପଲବ୍ଧ ରହିଛି ଏବଂ ଏହି ଟେଣ୍ଡରର ଶୀର୍ଷକ ‘ଭାରତ କୋଇଲା ବାଷ୍ପୀକରଣ ଏବଂ କେମିକାଲ୍ସ ଲିମିଟେଡ୍, ବିସିଜିସିଏଲ’ ଭାବରେ ସିପିପି ପୋର୍ଟାଲରେ ଉପଲବ୍ଧ ରହିଛି। ଏଲଏସଟିକେ-୨ ଟେଣ୍ଡର ସିନଗ୍ୟାସ୍ ବିଶୁଦ୍ଧିକରଣ କାରଖାନା କାର୍ଯ୍ୟ ଏବଂ ଆମୋନିଆ ସିନ୍ଥେସିସ୍ ଗ୍ୟାସ୍ କାରଖାନା ସହିତ ସଂଶ୍ଳିଷ୍ଟ ଯାହାକି କୋଇଲା ଗ୍ୟାସିଫାୟରରୁ ଉତ୍ପାଦିତ ଅଶୋଧିତ ସିନ୍ ଗ୍ୟାସକୁ ଶୁଦ୍ଧ କରିବ ଏବଂ ଏହାକୁ ଆମୋନିଆ ସିନ୍ଥେସିସ୍ କରିବା ନିମନ୍ତେ ଉପଯୁକ୍ତ ସ୍ତରକୁ ଆଣିବ।

ପ୍ରାକ୍-ନିଲାମୀ ଚଳିତମାସ ୨୮କୁ ଧାର୍ଯ୍ୟ କରାଯାଇଛି ଏବଂ ଆଗ୍ରହୀ ନିଲାମଧାରୀମାନେ ଜୁନ୍‌ ୨୧ ତାରିଖ ପର୍ଯ୍ୟନ୍ତ ଏ ସମ୍ପର୍କରେ ସେମାନଙ୍କର ପ୍ରଶ୍ନମାନ ଆଦାନପ୍ରଦାନ କରିପାରିବେ। ସିଆଇଏଲ ଏବଂ ଭେଲ୍ ଭାରତରେ ପ୍ରଥମ ଥର ପାଇଁ ବ୍ୟବସାୟିକ ଆଧାରିତ କୋଇଲାରୁ ଭୂପୃଷ୍ଠ କୋଇଲା ବାଷ୍ପୀକରଣ (ଏସସିଜି) ପ୍ରଯୁକ୍ତି ଉପାୟରେ ଆମୋନିୟମ୍ ନାଇଟ୍ରେଟ୍ ପ୍ଲାଣ୍ଟ୍ ସ୍ଥାପନ କରିବା ସକାଶେ ଆଗ୍ରହ ପ୍ରକଟ କରିବା ସହ ଏକ ରାଜିନାମାରେ ସ୍ୱାକ୍ଷର କରିଛନ୍ତି। ଏହି ରାଜିନାମାର ସର୍ତ୍ତାବଳୀ ଅନୁସାରେ, ଭେଲ୍‌ ଦ୍ୱାରା ଉପଲବ୍ଧ କୋଇଲା ବାଷ୍ପୀକରଣ ପ୍ରଯୁକ୍ତି ଆଧାରରେ ସ୍ଥାନୀୟ ଭାବରେ ଏହାର ବିକାଶ ଘଟାଯିବ ଯାହାକି ଲଖନପୁର ଅଞ୍ଚଳରୁ ଉଚ୍ଚମାନର କୋଇଲା ପାଉଁଶରୁ ପ୍ରତି ବର୍ଷ ୦.୬୬ ନିୟୁତ ମେଟ୍ରିକ୍ ଟନ୍ (ଏମଏମଟିପିଏ) ପ୍ରଯୁକ୍ତି ଗ୍ରେଡର୍ ଆମୋନିୟମ୍ ନାଇଟ୍ରେନ୍ ଉତ୍ପାଦନ କରାଯିବ।

ପିଏଫଆରର ସୂତ୍ର ଅନୁସାରେ, ଏହି ସମଗ୍ର ପ୍ରକଳ୍ପ ନିମନ୍ତେ ୧୧,୭୮୨ କୋଟି ଟଙ୍କା ବିନିଯୋଗ ହେବ। ‘ବିସ୍ତୃତ ସମ୍ଭାବ୍ୟ ରିପୋର୍ଟ ପ୍ରସ୍ତୁତି (ଡିଏଫଆର)’ ନିମନ୍ତେ ମେସର୍ସ ପିଡିଆଇଏଲକୁ ପ୍ରକଳ୍ପ ନିମନ୍ତେ ପିଏମସି ଭାବରେ ଚୟନ କରାଯାଇଛି। ତଦନୁସାରେ, କୋଲ୍ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ) ଏବଂ ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ (ଭେଲ୍) ଏକ ଯୁଗ୍ମ ଉପକ୍ରମ କମ୍ପାନୀ, ଭାରତ କୋଇଲା ବାଷ୍ପୀକରଣ ଏବଂ ରସାୟନ ଲିମିଟେଡ଼୍ (ବିସିଜିସିଏଲ) ମେ ୨୧ରେ ଗଠନ କରିଛନ୍ତି ଯାହାକି ଏହି ଦୁଇ ରାଷ୍ଟ୍ରାୟତ୍ତ କମ୍ପାନୀଙ୍କୁ ବିବିଧ ବୈଷୟିକ କୋଇଲାରୁ ରାସାୟନିକ ବ୍ୟବସାୟ ପାଇଁ ସହଯୋଗ କରିବ। ଏହା କୋଲ୍ ଇଣ୍ଡିଆ ଲିମିଟେଡ଼୍ (ସିଆଇଏଲ)ର ଏକ ସହଯୋଗୀ ସଂସ୍ଥା ଯେଉଁଥିରେ ସିଆଇଏଲର ୫୧ ପ୍ରତିଶତ ଏବଂ ଭେଲର ୪୯ ପ୍ରତିଶତ ଅଂଶଧନ ରହିଛି।