ଓମପ୍ରକାଶ ଚୌଟାଲାଙ୍କ ପରଲୋକ

ଗୁରୁଗ୍ରାମ: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌଟାଲାଙ୍କ ପରଲୋକ । ଶୁକ୍ରବାର ଗୁରୁଗ୍ରାମରେ ଥିବା ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ତାଙ୍କର ଶ୍ଵାସକ୍ରିୟାରେ ସମସ୍ୟା ଥିଲା ଏବଂ ଗତ ତିନି-ଚାରି ବର୍ଷ ଧରି ସେ ମେଦାନ୍ତାରେ ଚିକିତ୍ସିତ ହେଉଥିଲେ। ଆଜି ହଠାତ୍ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ୧୧ଟା ୩୫ ସମୟରେ ତାଙ୍କୁ ମେଦାନ୍ତାରରେ ଭର୍ତ୍ତି କରାଯାଇଥିଲା। ଦିନ ସାଢେ ୧୨ ଟା ବେଳେ […]

ଓମପ୍ରକାଶ ଚୌଟାଲାଙ୍କ ପରଲୋକ
ଓମପ୍ରକାଶ ଚୌଟାଲାଙ୍କ ପରଲୋକ

ଗୁରୁଗ୍ରାମ: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌଟାଲାଙ୍କ ପରଲୋକ । ଶୁକ୍ରବାର ଗୁରୁଗ୍ରାମରେ ଥିବା ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ତାଙ୍କର ଶ୍ଵାସକ୍ରିୟାରେ ସମସ୍ୟା ଥିଲା ଏବଂ ଗତ ତିନି-ଚାରି ବର୍ଷ ଧରି ସେ ମେଦାନ୍ତାରେ ଚିକିତ୍ସିତ ହେଉଥିଲେ।

ଆଜି ହଠାତ୍ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ୧୧ଟା ୩୫ ସମୟରେ ତାଙ୍କୁ ମେଦାନ୍ତାରରେ ଭର୍ତ୍ତି କରାଯାଇଥିଲା। ଦିନ ସାଢେ ୧୨ ଟା ବେଳେ ତାଙ୍କର ବିୟୋଗ ଘଟିଥିବା ନେଇ ହସ୍ପିଟାଲ ପକ୍ଷରୁ ପରିବାରକୁ ସୂଚନା ଦିଆଯାଇଛି। ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା କହିଛନ୍ତି ଡାକ୍ତର। ଆସନ୍ତାକାଲି ସକାଳ ୮ଟାରୁ ରାତି ୨ଟା ପର୍ଯ୍ୟନ୍ତ ଅନ୍ତିମ ଦର୍ଶନ ପାଇଁ ତାଙ୍କ ମୃତଦେହକୁ ତେଜା ଖେଡ଼ା ଫାର୍ମରେ ରଖାଯିବ। ଦିନ ୩ଟାରେ ଅନ୍ତିମ ସଂସ୍କାର କରାଯିବ । ଓମ୍‌ ପ୍ରକାଶ ଇଣ୍ଡିଆନ ନ୍ୟାସନାଲ ଲୋକଦଳର ଅଧ୍ୟକ୍ଷ ଥିବା ବେଳେ ୫ ଥର ହରିୟାଣାର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ।

ଓମ୍‌ପ୍ରକାଶଙ୍କ ପିତା ଥିଲେ ଚୌଧୁରୀ ଦେବୀଲାଲ। ସେ ହରିୟାଣାର ୨ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଭାରତର ଉପ ପ୍ରଧାନମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଦେବୀଲାଲଙ୍କ ୫ ସନ୍ତାନ ମଧ୍ୟରୁ ଓମ୍‌ପ୍ରକାଶ ଚୌତାଲା ସବୁଠୁ ବଡ଼ ଥିଲେ। ଦେବୀଲାଲ ଡେପୁଟି ପ୍ରଧାନମନ୍ତ୍ରୀ ପଦରେ ବସିବା ପରେ ବଡ଼ ପୁଅ ଓମ୍‌ପ୍ରକାଶ ଚୌତାଲା ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେଲେ। ନିଜ ଜୀବନ କାଳ ମଧ୍ୟରେ ସେ ୫ ଥର ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ।

ଓମ ପ୍ରକାଶ ୨ ଡିସେମ୍ବର ୧୯୮୯ରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ୧୭୧ ଦିନ ଏହି ପଦବୀରେ ରହିଥିଲେ। ଏହା ପରେ ସେ ୧୨ ଜୁଲାଇ ୧୯୯୦ରେ ମୁଖ୍ୟମନ୍ତ୍ରୀ ହୋଇ ପଦବୀରେ ମାତ୍ର ୫ ଦିନ ରହିଥିଲେ। ଏହା ପରେ ସେ ପୁଣି ୨୨ ମାର୍ଚ୍ଚ ୧୯୯୧ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ୧୫ ଦିନ ପଦବୀରେ ରହିଥିଲେ। ଓମ୍‌ପ୍ରକାଶ ପୁଣି ୨୪ ଜୁଲାଇ ୧୯୯୯ରେ ମୁଖ୍ୟମନ୍ତ୍ରୀ ଚେୟାରରେ ବସି ୨ ମାର୍ଚ୍ଚ ୨୦୦୦ ପର୍ଯ୍ୟନ୍ତ ରହିଥିଲେ। ଏହାପରେ ଓମପ୍ରକାଶ ଚୌତାଲା ବିଜେପି ସହାୟତାରେ ହରିୟାଣାରେ ସରକାର ଗଠନ କରିଥିଲେ। ୨୦୦୫ ସୁଦ୍ଧା ସେ ହରିୟାଣାର ସିଏମ୍ ହୋଇଥିଲେ । ଓମ ପ୍ରକାଶ ୮୭ ବର୍ଷ ବୟସରେ ପ୍ରଥମେ ଦଶମ ଏବଂ ପରେ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।