ଓମଫେଡକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର !, ରାଜ୍ୟ ବିଜେପି ସରକାରର ଚାଷୀ ମାରଣ ନୀତି
ନନ୍ଦିଘୋଷ ବ୍ୟୁରୋ: ଓଡ଼ିଆ ଜାତି ଓ ଅସ୍ମିତା କଥା କହୁଥିବା ରାଜ୍ୟ ସରକାର ଜାଣିଶୁଣି ଓଡ଼ିଆ ଦୁଗ୍ଧ ଚାଷୀ ମାରଣ... The post ଓମଫେଡକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର !, ରାଜ୍ୟ ବିଜେପି ସରକାରର ଚାଷୀ ମାରଣ ନୀତି appeared first on .
ନନ୍ଦିଘୋଷ ବ୍ୟୁରୋ: ଓଡ଼ିଆ ଜାତି ଓ ଅସ୍ମିତା କଥା କହୁଥିବା ରାଜ୍ୟ ସରକାର ଜାଣିଶୁଣି ଓଡ଼ିଆ ଦୁଗ୍ଧ ଚାଷୀ ମାରଣ ନୀତି ଆପଣାଇଛନ୍ତି । ଓଡ଼ିଶାରେ ଗୁଜୁରାଟର ଦୁଗ୍ଧ ଉତ୍ପାଦନକାରୀ ସଂସ୍ଥା ଅମୂଲକୁ ସମୃଦ୍ଧ କରିବା ସହ ନିଜସ୍ୱ ସଂସ୍ଥା ଓମଫେଡକୁ ଦୁର୍ବଳ କରିବାକୁ ପ୍ରୟାସ କରୁଛନ୍ତି ସରକାର । ବାରମ୍ବାର ଦାବି ସତ୍ତ୍ୱେ ଓମଫେଡ କ୍ଷୀର ର ଦାମ ବଢ଼ାଯାଉନାହିଁ। ଓଡ଼ିଶାରେ ଆଧିପତ୍ୟ ବଢ଼ାଇ ଚାଲିଛି ଅମୂଲ । ଓମଫେଡରୁ ଚାଷୀ ମୁହଁ ଫେରାଇ ନେଉଛନ୍ତି । ଦୁଗ୍ଧ ଚାଷୀ ମହାସଂଘ ସରକାରଙ୍କ ଉପରେ ବର୍ଷିଥିବା ବେଳେ ଲୋକ ସୁରକ୍ଷା ମଞ୍ଚ ଏ ପ୍ରସଙ୍ଗରେ ସରକାରଙ୍କୁ କଡ଼ା ଚେତାବନୀ ଦେଇଛି।
ରାଜ୍ୟ ସରକାରଙ୍କ ଦୁଗ୍ଧ ଚାଷୀ ମାରଣ ନୀତି । ଓମଫେଡକୁ ଦୁର୍ବଳ କରିବାକୁ ପ୍ରୟାସ । ଦାବି ସତ୍ତ୍ୱେ ବଢ଼ାଯାଉନି ଓମଫେଡ୍ କ୍ଷୀର ଦର । ଓଡ଼ିଶାରେ ଆଧିପତ୍ୟ ବିସ୍ତାର କରୁଛି ଗୁଜରାଟ କମ୍ପାନୀ । ରାଜ୍ୟ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଅନ୍ୟ ରାଜ୍ୟ ସ୍ୱାର୍ଥକୁ ଲାଗିପାତି ରକ୍ଷା କରିବାକୁ ଓଡ଼ିଶାର ବିଜେପି ସରକାର ଉଦ୍ୟମ କରୁଥିବା ବଡ଼ ଅଭିଯୋଗ ହୋଇଛି। ପୋଲାଭରମ, ମହାନଦୀ, କୋଟିଆ ଓ ରେଳବାଇର ୱାଲଟିୟର ଡିଭିଜନ କ୍ଷେତ୍ରରେ ଏହା ଦେଖିବାକୁ ମିଳିଥିବା ବେଳେ ଏବେ ଦୁଗ୍ଧ କ୍ଷେତ୍ରରେ ମଧ୍ୟ ସମାନ କଥା ଦେଖିବାକୁ ମିଳିଛି। ଓଡ଼ିଶାର ନିଜସ୍ୱ ସଫଳ ଦୁଗ୍ଧ ଉତ୍ପାଦନ ସଂସ୍ଥା ଓମଫେଡକୁ ତଳିତଳାନ୍ତ କରି ଗୁଜୁରାଟର ଦୁଗ୍ଧ ଉତ୍ପାଦନକାରୀ ସଂସ୍ଥା ଅମୂଲକୁ ସମୃଦ୍ଧ କରିବାକୁ ରାଜ୍ୟ ସରକାର ଚକ୍ରାନ୍ତ କରୁଛନ୍ତି। ଏବେ ଓମଫେଡକୁ ଦୁଗ୍ଧ ଯୋଗାଣ ୬ ଲକ୍ଷ ୩୦ ହଜାର ଲିଟରରୁ ଖସି ୩ ଲକ୍ଷ ୧୦ ହଜାର ଲିଟରରେ ପହଞ୍ଚିଲାଣି। ରାଜ୍ୟରେ ଓମଫେଡକୁ ଜାଣିଶୁଣି ରୁଗଣ କରିବାକୁ ସରକାର ପ୍ରୟାସ କରୁଥିବାର ବଡ଼ ଅଭିଯୋଗ ଆଣିଛି ଦୁଗ୍ଧ ଚାଷୀ ମହାସଂଘ। ଚାଷୀଙ୍କୁ ଦୁଗ୍ଧର ଉଚିତ ମୂଲ୍ୟ ନ ଦେଲେ ଓମଫେଡ୍ ଇତିହାସ ହୋଇଯିବ ବୋଲି ଚେତାଇ ଦେଇଛି ରାଜ୍ୟ ଦୁଗ୍ଧ ଚାଷୀ ମହାସଂଘ ।
ଓମଫେଡ୍ ଚାଷୀଙ୍କୁ କ୍ଷୀର ଲିଟର ପିଛା ୩୫ ଟଙ୍କା ୫ ପଇସା ଦେଉଥିବା ବେଳେ ଅମୂଲ ଲିଟର ପିଛା ଚାଷୀଙ୍କୁ ୫୦ ଟଙ୍କା, ପ୍ରଗତି ୪୨ ଟଙ୍କା, ମିଲକୀ ମୁ ୪୨ ରୁ ୪୫ ଟଙ୍କା ଦେଉଛି। ରାଜ୍ୟର ଓମଫେଡ୍ ସୋସାଇଟି ଗୁଡ଼ିକ ଏବେ ରୁଗଣ ଅବସ୍ଥାରେ। ଓଡ଼ିଶାର ଦୁଗ୍ଧ ଚାଷୀଙ୍କ ଭାଗ୍ୟ ଏବଂ ଓମଫେଡକୁ ଏନଡିଡିବି ଓ ଅମୂଲ ହାତକୁ ଟେକିଦିଆଯାଇଥିବା ଅଭିଯୋଗ ହୋଇଛି । ସେପଟେ ସରକାରଙ୍କ ଏଭଳି ଦୁଗ୍ଧ ଚାଷୀ ମାରଣ ନୀତି ଓ ଓଡ଼ିଶାର ସ୍ୱାର୍ଥକୁ ବଳି ପକାଇବାକୁ ନେଇ ସାଧାରଣ ଲୋକେ ଓ ଜନ ସଂଗଠନ ନିଜର ଅସନ୍ତୋଷ ଜାହିର କରିଛନ୍ତି । ଯାହାକି ଓମଫେଡ୍ କ୍ଷେତ୍ରରେ ପ୍ରତିଫଳିତ ହେଉଛି ବୋଲି ଅଭିଯୋଗ କରିଛି ଲୋକ ସୁରକ୍ଷା ମଞ୍ଚ । ଦୁଗ୍ଧ ଚାଷୀଙ୍କୁ ହତାଶ କରିବା ଏବଂ ଓମଫେଡକୁ ବନ୍ଦ କରିବାର ଚକ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର। ସରକାରଙ୍କ ଏଭଳି ଆଭିମୁଖ୍ୟ ବିରୋଧରେ ରାଜ୍ୟରେ ବଡ଼ ଜନ ଜାଗରଣ ସୃଷ୍ଟି କରିବ ଲୋକ ସୁରକ୍ଷା ମଞ୍ଚ।
ଦୁଗ୍ଧ ଚାଷୀଙ୍କୁ କ୍ଷୀରର ଉଚିତ ମୂଲ୍ୟ ଦେଉନାହାନ୍ତି ରାଜ୍ୟ ସରକାର, ସୁଲଭ ମୂଲ୍ୟରେ ଗୋଖାଦ୍ୟ କିମ୍ବା ପ୍ରାଣୀସମ୍ପଦର ଚିକିତ୍ସା ଦାୟିତ୍ୱ ବି ନେଉନଥିବା ଅଭିଯୋଗ ହେଉଛି । ଚାଷୀଙ୍କୁ କ୍ଷୀର ଲିଟର ପିଛା ୪୦ ଟଙ୍କା ନ ଦେଲେ ଓ ମାଗଣା ଚିକିତ୍ସା ଓ ଗୋଖାଦ୍ୟ ଯୋଗାଇ ନ ଦେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦିଆଯାଇଛି।
The post ଓମଫେଡକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର !, ରାଜ୍ୟ ବିଜେପି ସରକାରର ଚାଷୀ ମାରଣ ନୀତି appeared first on .