ଓରିଏଣ୍ଟାଲ ଇନ୍‌ସ୍ୟୁରାନ୍ସର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୧୩।୯: (ଅଭୟ ଦାଶ): ଓରିଏଣ୍ଟାଲ୍‌ ଇନ୍‌ସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍‌ର ୭୮ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଭୁବନେଶ୍ୱରସ୍ଥିତ କ୍ଷେତ୍ରୀୟ କାର୍ଯ୍ୟାଳୟଠାରେ କେୟାର ହସ୍ପିଟାଲ ଓ ହେରିଟେଜ୍‌ ହେଲ୍‌ଥ ଇନ୍‌ସ୍ୟୁରାନ୍ସ ଟିପିଏ ପ୍ରାଇଭେଟ୍‌ ଲିମିଟେଡ୍‌ର ମିଳିତ ସହଯୋଗରେ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ କରାଯାଇଥିଲା। ଏହି ଶିବିରକୁ କମ୍ପାନୀର ଉପମହାପ୍ରବନ୍ଧକ ଜେ.ଏନ୍‌. ସେଠୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ସେହିଭଳି ଏହି ଶିବିର ଜରିଆରେ କମ୍ପାନୀ କର୍ମଚାରୀ ଓ ଅନ୍ୟମାନଙ୍କର […] The post ଓରିଏଣ୍ଟାଲ ଇନ୍‌ସ୍ୟୁରାନ୍ସର ପ୍ରତିଷ୍ଠା ଦିବସ appeared first on Dharitri Odia News.

ଓରିଏଣ୍ଟାଲ ଇନ୍‌ସ୍ୟୁରାନ୍ସର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୧୩।୯: (ଅଭୟ ଦାଶ): ଓରିଏଣ୍ଟାଲ୍‌ ଇନ୍‌ସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍‌ର ୭୮ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଭୁବନେଶ୍ୱରସ୍ଥିତ କ୍ଷେତ୍ରୀୟ କାର୍ଯ୍ୟାଳୟଠାରେ କେୟାର ହସ୍ପିଟାଲ ଓ ହେରିଟେଜ୍‌ ହେଲ୍‌ଥ ଇନ୍‌ସ୍ୟୁରାନ୍ସ ଟିପିଏ ପ୍ରାଇଭେଟ୍‌ ଲିମିଟେଡ୍‌ର ମିଳିତ ସହଯୋଗରେ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ କରାଯାଇଥିଲା। ଏହି ଶିବିରକୁ କମ୍ପାନୀର ଉପମହାପ୍ରବନ୍ଧକ ଜେ.ଏନ୍‌. ସେଠୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ସେହିଭଳି ଏହି ଶିବିର ଜରିଆରେ କମ୍ପାନୀ କର୍ମଚାରୀ ଓ ଅନ୍ୟମାନଙ୍କର ବିପି, ଡାଇବେଟିସ୍‌, ଚକ୍ଷୁ, ଦାନ୍ତ ଏବଂ ହାର୍ଟ ଆଦିର ପ୍ରାଥମିକ ପରୀକ୍ଷା କରାଯାଇଥିଲା। ଏହି ଅବସରରେ କ୍ଷେତ୍ରୀୟ କାର୍ଯ୍ୟାଳୟଠାରେ ଏକ ବିଶେଷ ବୈଠକର ଆୟୋଜନ କରାଯାଇଥିଲା। ଏଥିରେ କ୍ଷେତ୍ରୀୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହ ଅନ୍ୟ ଶାଖା କାର୍ଯ୍ୟାଳୟର କର୍ମଚାରୀମାନେ ମଧ୍ୟ ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ଉତ୍ତମ ଗ୍ରାହକ ସେବା ଯୋଗାଇଦେବା ସହ ହିତାଧିକାରୀଙ୍କ ଦାବି ଓ ଅଭିଯୋଗ ସମାଧାନ ଆଦି ଉପରେ ବିଶେଷ ଗୁରୁତ୍ୱ ଦେବା ପାଇଁ ସେଠୀ ପରାମର୍ଶ ଦେଇଥିଲେ।

The post ଓରିଏଣ୍ଟାଲ ଇନ୍‌ସ୍ୟୁରାନ୍ସର ପ୍ରତିଷ୍ଠା ଦିବସ appeared first on Dharitri Odia News.