କୈଥାଲରୁ ଲଢ଼ିବେ ସୂର୍ଯ୍ୟଓ୍ବୋଲାଙ୍କ ପୁଅ

ନୂଆଦିଲ୍ଲୀ,୧୨ା୯: କଂଗ୍ରେସ ପକ୍ଷରୁ ବୁଧବାର ହରିୟାଣା ବିଧାନସଭା ନିର୍ବାଚନ ପାଇଁ ତୃତୀୟ ତାଲିକା ଜାରି କରାଯାଇଛି। ଏଥିରେ ୪୦ ପ୍ରାର୍ଥୀଙ୍କ ମଧ୍ୟରେ ଦଳୀୟ ଏମ୍‌ପି ରଣଦୀପ ସୂର୍ଯ୍ୟଓ୍ବୋଲାଙ୍କ ପୁଅ ଆଦିତ୍ୟ ସୂର୍ଯ୍ୟଓ୍ବୋଲା ରହିଛନ୍ତି। ଆଦିତ୍ୟ କୈଥାଲ ଆସନରୁ ନିର୍ବାଚନ ଲଢ଼ିବେ। ସେହିପରି ଚନ୍ଦ୍ର ମୋହନଙ୍କୁ ପଞ୍ଚକୁଲା, ନିର୍ମଳ ସିଂ ଅମ୍ବାଲା ସିଟି ଏବଂ ଆକ୍ରମ୍‌ ଖାନ୍‌ଙ୍କୁ ଜଗାଧ୍ରି ଆସନରେ ଟିକେଟ ଦିଆଯାଇଛି। ଏହାକୁ ମିଶାଇ ବିଧାନସଭାର ୯୦ ଆସନ ମଧ୍ୟରୁ ୮୧ ସିଟ୍‌ ପାଇଁ କଂଗ୍ରେସ ପ୍ରାର୍ଥୀ […] The post କୈଥାଲରୁ ଲଢ଼ିବେ ସୂର୍ଯ୍ୟଓ୍ବୋଲାଙ୍କ ପୁଅ appeared first on Dharitri Odia News.

କୈଥାଲରୁ ଲଢ଼ିବେ ସୂର୍ଯ୍ୟଓ୍ବୋଲାଙ୍କ ପୁଅ

ନୂଆଦିଲ୍ଲୀ,୧୨ା୯: କଂଗ୍ରେସ ପକ୍ଷରୁ ବୁଧବାର ହରିୟାଣା ବିଧାନସଭା ନିର୍ବାଚନ ପାଇଁ ତୃତୀୟ ତାଲିକା ଜାରି କରାଯାଇଛି। ଏଥିରେ ୪୦ ପ୍ରାର୍ଥୀଙ୍କ ମଧ୍ୟରେ ଦଳୀୟ ଏମ୍‌ପି ରଣଦୀପ ସୂର୍ଯ୍ୟଓ୍ବୋଲାଙ୍କ ପୁଅ ଆଦିତ୍ୟ ସୂର୍ଯ୍ୟଓ୍ବୋଲା ରହିଛନ୍ତି। ଆଦିତ୍ୟ କୈଥାଲ ଆସନରୁ ନିର୍ବାଚନ ଲଢ଼ିବେ। ସେହିପରି ଚନ୍ଦ୍ର ମୋହନଙ୍କୁ ପଞ୍ଚକୁଲା, ନିର୍ମଳ ସିଂ ଅମ୍ବାଲା ସିଟି ଏବଂ ଆକ୍ରମ୍‌ ଖାନ୍‌ଙ୍କୁ ଜଗାଧ୍ରି ଆସନରେ ଟିକେଟ ଦିଆଯାଇଛି। ଏହାକୁ ମିଶାଇ ବିଧାନସଭାର ୯୦ ଆସନ ମଧ୍ୟରୁ ୮୧ ସିଟ୍‌ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କଲାଣି। ତେବେ ଅନ୍ୟ ୯ ଆସନରେ କାହାକୁ ଟିକେଟ ଦିଆଯାଇ ନ ଥିବାରୁ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ସହ ଶେଷ ମୁହୂର୍ତ୍ତରେ ଆସନ ବୁଝାମଣା ହୋଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ସେହିପରି ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଦଳ ପକ୍ଷରୁ ଆଉ ୪ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏଥିସହ ଉପତ୍ୟକାରେ ନାମ ଘୋଷିତ କଂଗ୍ରେସ ପ୍ରାର୍ଥୀଙ୍କ ସଂଖ୍ୟା ୩୯ରେ ପହଞ୍ଚତ୍ଛି।

The post କୈଥାଲରୁ ଲଢ଼ିବେ ସୂର୍ଯ୍ୟଓ୍ବୋଲାଙ୍କ ପୁଅ appeared first on Dharitri Odia News.