ଓଲଟି ପଡ଼ିଲା ବସ୍‌; ୨ ଜଣଙ୍କ ମୃତ୍ୟୁ, ୫୦ରୁ ଅଧିକ ଗୁରୁତର

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରୁ ୫୦ରୁ ଅଧିକ ଯାତ୍ରୀଙ୍କୁ ଧରି ‘ସାଲୁଙ୍କି’ ନାମକ ଏକ ଯାତ୍ରୀବାହୀ ବସ୍‌ ଫୁଲବାଣୀ ଅଭିମୁଖେ ଯାଉଥିଲା। ତେବେ ବସ୍‌ଟି ଫିରିଙ୍ଗିଆ ଥାନା ଫିରିଙ୍ଗିଆ ନିକଟସ୍ଥ ବୁଲାଣି ରାସ୍ତାରେ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି।

ଓଲଟି ପଡ଼ିଲା ବସ୍‌; ୨ ଜଣଙ୍କ ମୃତ୍ୟୁ, ୫୦ରୁ ଅଧିକ ଗୁରୁତର

ବୁଲାଣୀ ରାସ୍ତାରେ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌। ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଗୁରୁତର ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କନ୍ଧମାଳ ଜିଲ୍ଲାରେ ଘଟିଛି। ରାତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବ୍ୟାଘାତ ହେଉଛି।

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରୁ ୫୦ରୁ ଅଧିକ ଯାତ୍ରୀଙ୍କୁ ଧରି ‘ସାଲୁଙ୍କି’ ନାମକ ଏକ ଯାତ୍ରୀବାହୀ ବସ୍‌ ଫୁଲବାଣୀ ଅଭିମୁଖେ ଯାଉଥିଲା। ତେବେ ବସ୍‌ଟି ଫିରିଙ୍ଗିଆ ଥାନା ଫିରିଙ୍ଗିଆ ନିକଟସ୍ଥ ବୁଲାଣି ରାସ୍ତାରେ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ବସ୍‌ ତଳେ ଚାପି ହୋଇଯାଇଛନ୍ତି ଯାତ୍ରୀ। ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ କର୍ମଚାରୀ ଓ ପୁଲିସ୍‌ ଯାତ୍ରୀଙ୍କୁ ଉଦ୍ଧାର କରି ଫିରିଙ୍ଗିଆ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଦୁଇ ଜଣଙ୍କୁ ଡାକ୍ତର ମୃତ ଗୋଷଣା କରିଥିଲେ। ଗୁରୁତର ଥିବା ଯାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।

ଦୁର୍ଘଟଣାରେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଚାଲିଛି। ତେବେ ରାତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବ୍ୟାଘାତ ହେଉଛି। ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଚର୍ଚ୍ଚା ହେଉଛି।

ରିପୋର୍ଟ- ଫଲବାଣୀରୁ ତ୍ରିନାଥ ସାହୁ