ପାଟ୍ରୋଲିଂ ବେଳେ ବୋଟ୍‌ରୁ ଖସିପଡ଼ିଲେ ପୋଲିସ କର୍ମଚାରୀ, ଦୀର୍ଘ ସମୟଧରି ସମୁଦ୍ରରେ ବୁଲିଲା ବୋଟ୍

ଭୋଗରାଇ ୪।୧: ନୂଆବର୍ଷରେ ଦିଘା ସମୁଦ୍ର ବେଳାଭୂମିରେ ବଡ଼ ଅଘଟଣ । ସମୁଦ୍ରରେ ପାଟ୍ରୋଲିଂ କରୁଥିବା ବେଳେ ବୋଟ୍‌ରୁ ଖସିପଡିଲେ ପୋଲିସ କର୍ମଚାରୀ । ଦୀର୍ଘ ସମୟଧରି ସମୁଦ୍ରରେ ବୁଲିଲା ବୋଟ୍ । ଆୟତ୍ତ କରିବାକୁ ନାକେଦମ୍ ହେଲା ପୋଲିସ । ନୂଆବର୍ଷ ପାଇଁ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦିଘାରେ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ଭିଡ଼ ଜମିଛି । ନୂଆବର୍ଷ ରାତିରୁ ପର୍ଯ୍ୟଟକଙ୍କ ଭିଡ଼ଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୁରୁଣା ଦିଘା ପାଖରୁ ଓଡ଼ିଶା ସୀମାନ୍ତ ଉଦୟପୁର ପର୍ଯ୍ୟନ୍ତ ପୋଲିସ ପାଟ୍ରୋଲିଂ ବୋଟ୍‌କୁ ପ୍ରଶାସନ ପକ୍ଷରୁ ନିୟୋଜିତ କରାଯାଇଛି । ଏହି ପୋଲିସ ବୋଟ୍ ଶନିବାକ ପାଟ୍ରୋଲିଂ କରୁଥିବା ବେଳେ ହଠାତ କୌଣସି କାରଣରୁ କର୍ମଚାରୀ ଜଣଙ୍କ ବୋଟ୍‌ରୁ ତଳକୁ ଖସିଯାଇଥିଲେ । କିନ୍ତୁ ବୋଟ୍‌ଟି ଚାଲୁ ରହିଥିଲା । ପ୍ରାୟ ୧ ଘଣ୍ଟା ହେବ ବୋଟ୍‌ଟି ଏକା ଏକା ସମୁଦ୍ରରେ ବୁଲୁଥିବା ବେଳେ ବୋଟ୍‌ଟିକୁ ଆୟତ୍ତ କରିବା ପାଇଁ ପୋଲିସର ଅନ୍ୟ ବୋଟ୍‌ ଗୁଡିକୁ ନାକେଦମ ହେବାକୁ ପଡିଥିଲା । ବୋଟ୍‌ରେ ଥିବା ପୋଲିସ କର୍ମଚାରୀ ଜଣଙ୍କ ଗୁରୁତର ହେବାରୁ ତାଙ୍କୁ ନିକଟବର୍ତ୍ତୀ ଦିଘା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସମୁଦ୍ରରେ ଏପରି ଅଘଟଣ ଦେଖି ପର୍ଯ୍ୟଟକ ମାନେ ଭୟଭୀତ ହୋଇଥିବା ବେଳେ ପର୍ଯ୍ୟଟକ ମାନେ ନିଜକୁ ଅସୁରକ୍ଷିତ ବୋଲି ମନେ କରୁଛନ୍ତି ।You Can Read:ଜୈବିକ ପଦ୍ଧତିରେ ଉତ୍ପାଦିତ ହେଉଥିବା ଚାଉଳରେ ତିଆରି ହେବ ଅବଢ଼ା !  

ପାଟ୍ରୋଲିଂ ବେଳେ ବୋଟ୍‌ରୁ ଖସିପଡ଼ିଲେ ପୋଲିସ କର୍ମଚାରୀ, ଦୀର୍ଘ ସମୟଧରି ସମୁଦ୍ରରେ ବୁଲିଲା ବୋଟ୍

ଭୋଗରାଇ ୪।୧: ନୂଆବର୍ଷରେ ଦିଘା ସମୁଦ୍ର ବେଳାଭୂମିରେ ବଡ଼ ଅଘଟଣ । ସମୁଦ୍ରରେ ପାଟ୍ରୋଲିଂ କରୁଥିବା ବେଳେ ବୋଟ୍‌ରୁ ଖସିପଡିଲେ ପୋଲିସ କର୍ମଚାରୀ । ଦୀର୍ଘ ସମୟଧରି ସମୁଦ୍ରରେ ବୁଲିଲା ବୋଟ୍ । ଆୟତ୍ତ କରିବାକୁ ନାକେଦମ୍ ହେଲା ପୋଲିସ । 

ନୂଆବର୍ଷ ପାଇଁ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦିଘାରେ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ଭିଡ଼ ଜମିଛି । ନୂଆବର୍ଷ ରାତିରୁ ପର୍ଯ୍ୟଟକଙ୍କ ଭିଡ଼ଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୁରୁଣା ଦିଘା ପାଖରୁ ଓଡ଼ିଶା ସୀମାନ୍ତ ଉଦୟପୁର ପର୍ଯ୍ୟନ୍ତ ପୋଲିସ ପାଟ୍ରୋଲିଂ ବୋଟ୍‌କୁ ପ୍ରଶାସନ ପକ୍ଷରୁ ନିୟୋଜିତ କରାଯାଇଛି । ଏହି ପୋଲିସ ବୋଟ୍ ଶନିବାକ ପାଟ୍ରୋଲିଂ କରୁଥିବା ବେଳେ ହଠାତ କୌଣସି କାରଣରୁ କର୍ମଚାରୀ ଜଣଙ୍କ ବୋଟ୍‌ରୁ ତଳକୁ ଖସିଯାଇଥିଲେ । କିନ୍ତୁ ବୋଟ୍‌ଟି ଚାଲୁ ରହିଥିଲା । ପ୍ରାୟ ୧ ଘଣ୍ଟା ହେବ ବୋଟ୍‌ଟି ଏକା ଏକା ସମୁଦ୍ରରେ ବୁଲୁଥିବା ବେଳେ ବୋଟ୍‌ଟିକୁ ଆୟତ୍ତ କରିବା ପାଇଁ ପୋଲିସର ଅନ୍ୟ ବୋଟ୍‌ ଗୁଡିକୁ ନାକେଦମ ହେବାକୁ ପଡିଥିଲା । ବୋଟ୍‌ରେ ଥିବା ପୋଲିସ କର୍ମଚାରୀ ଜଣଙ୍କ ଗୁରୁତର ହେବାରୁ ତାଙ୍କୁ ନିକଟବର୍ତ୍ତୀ ଦିଘା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସମୁଦ୍ରରେ ଏପରି ଅଘଟଣ ଦେଖି ପର୍ଯ୍ୟଟକ ମାନେ ଭୟଭୀତ ହୋଇଥିବା ବେଳେ ପର୍ଯ୍ୟଟକ ମାନେ ନିଜକୁ ଅସୁରକ୍ଷିତ ବୋଲି ମନେ କରୁଛନ୍ତି ।

You Can Read:

ଜୈବିକ ପଦ୍ଧତିରେ ଉତ୍ପାଦିତ ହେଉଥିବା ଚାଉଳରେ ତିଆରି ହେବ ଅବଢ଼ା !