ନିର୍ବାଚନ ଇସ୍ତାହାର କମିଟି ଗଠନ କଲା ବିଜେପି; ଅଧ୍ୟକ୍ଷ ହେଲେ ରାଜନାଥ, ୨୭ ଜଣିଆ କମିଟିରେ ଓଡ଼ିଶାରୁ ୩
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ୨୦୨୪ ପାଇଁ ବିଜେପି ମେନୁଫେଷ୍ଟୋ (ନିର୍ବାଚନ ଇସ୍ତାହାର)କମିଟି ଗଠନ କରିଛି। କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ କମିଟିର ଅଧ୍ୟକ୍ଷ ନିଯୁକ୍ତ ହୋଇଥିବା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ପିୟୂଷ ଗୋୟଲ ସଂଯୋଜକ ଓ ସହସଂଯୋଜକ ରହିଛନ୍ତି। ଅନ୍ୟ ୨୪ ଜଣ ଏହି କମିଟିର ସଦସ୍ୟ ରହିଛନ୍ତି।କେନ୍ଦ୍ର ବିଜେପି ନିର୍ବାଚନ ଇସ୍ତାହାର କମିଟିରେ ଓଡ଼ିଶାରୁ ୩ ଜଣଙ୍କ ନାଁ ରହିଛି। ସେମାନେ ହେଲେ-କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ। ସେହିପରି ଉତ୍ତର ପ୍ରଦେଶରୁ ୫ ଜଣ, ମହାରାଷ୍ଟ୍ରରରୁ ଓ ମଧ୍ୟପ୍ରଦେଶରୁ ୩ ଜଣ ଲେଖା ସଦସ୍ୟ କମିଟିରେ ରହିଛନ୍ତି। ୨୭ ଜଣିଆ କମିଟିରେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସାମିଲ୍ କରାଯାଇଛି। ନିକଟରେ ନିର୍ବାଚିତ ହୋଇଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ସଦସ୍ୟ ରକାଯାଇଛି।ପଢ଼ନ୍ତୁ-ଏକଜିଟ୍ ପୋଲ୍ ଉପରେ କଟକଣା, ଏପ୍ରିଲ ୧୯ରୁ ଜୁନ୍ ୧ ଯାଏଁ ଜନମତ ସର୍ଭେ ବନ୍ଦଇସ୍ତାହାର କମିଟିରେ ସଦସ୍ୟମାନେ ହେଲେ- ଅର୍ଜୁନ ମୁଣ୍ଡା, ଭୂପେନ୍ଦର ଯାଦବ,ଅର୍ଜୁନ ରାମ ମେଘୱାଲ, କିରଣ ରିଜିଜୁ, ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଭୁପେନ୍ଦର ପଟେଲ, ବିଷ୍ଣୁ ଦେଓ ସାଏ, ଶିବରାଜ ସିଂହ ଚୌହ୍ୱାନ, ହିମନ୍ତ ବିଶ୍ୱଶର୍
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ୨୦୨୪ ପାଇଁ ବିଜେପି ମେନୁଫେଷ୍ଟୋ (ନିର୍ବାଚନ ଇସ୍ତାହାର)କମିଟି ଗଠନ କରିଛି। କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ କମିଟିର ଅଧ୍ୟକ୍ଷ ନିଯୁକ୍ତ ହୋଇଥିବା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ପିୟୂଷ ଗୋୟଲ ସଂଯୋଜକ ଓ ସହସଂଯୋଜକ ରହିଛନ୍ତି। ଅନ୍ୟ ୨୪ ଜଣ ଏହି କମିଟିର ସଦସ୍ୟ ରହିଛନ୍ତି।
କେନ୍ଦ୍ର ବିଜେପି ନିର୍ବାଚନ ଇସ୍ତାହାର କମିଟିରେ ଓଡ଼ିଶାରୁ ୩ ଜଣଙ୍କ ନାଁ ରହିଛି। ସେମାନେ ହେଲେ-କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ। ସେହିପରି ଉତ୍ତର ପ୍ରଦେଶରୁ ୫ ଜଣ, ମହାରାଷ୍ଟ୍ରରରୁ ଓ ମଧ୍ୟପ୍ରଦେଶରୁ ୩ ଜଣ ଲେଖା ସଦସ୍ୟ କମିଟିରେ ରହିଛନ୍ତି।
୨୭ ଜଣିଆ କମିଟିରେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସାମିଲ୍ କରାଯାଇଛି। ନିକଟରେ ନିର୍ବାଚିତ ହୋଇଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ସଦସ୍ୟ ରକାଯାଇଛି।
ପଢ଼ନ୍ତୁ-ଏକଜିଟ୍ ପୋଲ୍ ଉପରେ କଟକଣା, ଏପ୍ରିଲ ୧୯ରୁ ଜୁନ୍ ୧ ଯାଏଁ ଜନମତ ସର୍ଭେ ବନ୍ଦ
ଇସ୍ତାହାର କମିଟିରେ ସଦସ୍ୟମାନେ ହେଲେ- ଅର୍ଜୁନ ମୁଣ୍ଡା, ଭୂପେନ୍ଦର ଯାଦବ,ଅର୍ଜୁନ ରାମ ମେଘୱାଲ, କିରଣ ରିଜିଜୁ, ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଭୁପେନ୍ଦର ପଟେଲ, ବିଷ୍ଣୁ ଦେଓ ସାଏ, ଶିବରାଜ ସିଂହ ଚୌହ୍ୱାନ, ହିମନ୍ତ ବିଶ୍ୱଶର୍ମା,ମୋହନ ଯାଦବ, ବସୁନ୍ଦରା ରାଜେ, ସ୍ମୃତି ଇରାନୀ, ରବିଶଙ୍କର ପ୍ରସାଦ, ସୁଶୀଲ ମୋଦୀ, କେଶବ ପ୍ରସାଦ ମୌର୍ଯ୍ୟ,ରାଜୀବ ଚନ୍ଦ୍ର ଶେଖର,ବିନୋଦ ତାୱଡ଼େ,ରାଧା ମୋହନ ଦାସ ଅଗରୱାଲ,ମଞ୍ଜିନ୍ଦର ସିଂହ ସିର୍ସା,ଓପି ଧନଖର, ଅନୀଲ ଆଣ୍ଟୋନୀ, ତାରିଖ ମନସୁର।