ଓଲଟିଲା ବରଯାତ୍ରୀ ଗାଡ଼ି: ଡ୍ରାଇଭର ମୃତ, ୬ ଗୁରୁତର
କୋକସରା,୨୧ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ନଂ. ଜାତୀୟ ରାଜପଥର କଳାହାଣ୍ଡି ଜିଲା କୋକସରା ଥାନା ଚିଲିଗୁଡା ଗାଁ ନିକଟରେ ଶୁକ୍ରବାର ଏକ ବରଯାତ୍ରୀ ଗାଡି ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା। ଏଥିରେ ଗାଡ଼ି ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ୬ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଜୁନାଗଡ଼ ଥାନା ବରଗାଁ ଗ୍ରାମର ଭଜନ କର। ସୂଚନା ଅନୁସାରେ ଜୁନାଗଡ଼ ବ୍ଲକ ବରଗାଁରୁ ଗୁରୁବାର ଟାଭେରା କାର୍ରେ ବରଯାତ୍ରୀ ଦଳ ଛତିଶଗଡ଼ ରାଜ୍ୟ କେରଣ୍ଡୁଲରୁ ଏକ ବିବାହ କାର୍ଯ୍ୟକ୍ରମରେ […] The post ଓଲଟିଲା ବରଯାତ୍ରୀ ଗାଡ଼ି: ଡ୍ରାଇଭର ମୃତ, ୬ ଗୁରୁତର appeared first on Dharitri Odia News.
କୋକସରା,୨୧ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ନଂ. ଜାତୀୟ ରାଜପଥର କଳାହାଣ୍ଡି ଜିଲା କୋକସରା ଥାନା ଚିଲିଗୁଡା ଗାଁ ନିକଟରେ ଶୁକ୍ରବାର ଏକ ବରଯାତ୍ରୀ ଗାଡି ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା। ଏଥିରେ ଗାଡ଼ି ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ୬ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଜୁନାଗଡ଼ ଥାନା ବରଗାଁ ଗ୍ରାମର ଭଜନ କର।
ସୂଚନା ଅନୁସାରେ ଜୁନାଗଡ଼ ବ୍ଲକ ବରଗାଁରୁ ଗୁରୁବାର ଟାଭେରା କାର୍ରେ ବରଯାତ୍ରୀ ଦଳ ଛତିଶଗଡ଼ ରାଜ୍ୟ କେରଣ୍ଡୁଲରୁ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ବେଳେ ଶୁକ୍ରବାର ଭୋର ୪ଟା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ କେତେଜଣ ଯୁବକ ପହଞ୍ଚତ୍ କାର୍ରୁ ଗୁରୁତରଙ୍କୁ ଉଦ୍ଧାର କରିବା ସହ କୋକସରା ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବା ସହ ଗୁରୁତରଙ୍କୁ ଦମକଳ ଗାଡିରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡ୍ରାଇଭର ଭଜନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ଥିବା ସୁବାସ ଖମାରି (୫୫), ବବିଲୁ ହରିଜନ (୧୭), ସୁମନ୍ତ କର (୨୫), ଧର୍ମରାଜ କର(୩୨), ଅରୁପ ଖମାରି (୨୨) ଓ ତୋଫାନ ସୁନାନୀ (୧୬)ଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ଥାନାରେ ଏକ ମାମଲା (ନଂ.୯୨/୨୫) ରୁଜୁ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
The post ଓଲଟିଲା ବରଯାତ୍ରୀ ଗାଡ଼ି: ଡ୍ରାଇଭର ମୃତ, ୬ ଗୁରୁତର appeared first on Dharitri Odia News.