ଓ୍ବକ୍‌ଫ ବିଲ୍‌କୁ ନେଇ NDAରେ ଫାଟ: ଇସ୍ତଫା ଦେଲେଣି ୫ ନେତା

ନୂଆଦିଲ୍ଲୀ,୪।୪: ଓ୍ବକ୍‌ଫ ସଂଶୋଧନ ବିଲ୍‌କୁ ସମର୍ଥନ ନେଇ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ)ରେ ଫାଟ ସୃଷ୍ଟି ହୋଇଛି। ଦଳୀୟ ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରି ଜେଡିୟୁର ୫ ଜଣ ନେତା ଇତିମଧ୍ୟରେ ଇସ୍ତଫା ଦେଲେଣି। ଇସ୍ତଫା ଦେଇଥିବା ନେତାମାନେ ହେଲେ ରାଜୁ ନାୟାର, ତାବ୍‌ରେଜ ସିଦ୍ଦିକି ଆଲିଗ୍‌, ମହମ୍ମଦ ଶାହନଓ୍ବାଜ ମଲିକ, ମହମ୍ମଦ କାସିମ ଅନ୍‌ସାରୀ ଏବଂ ନଦିମ୍‌ ଅଖତର। ଶାହନଓ୍ବାଜ ଏବଂ ଅନ୍‌ସାରୀ ଗୁରୁବାର ଇସ୍ତଫା ଦେଇଥିବାବେଳେ ନଦିମ୍‌, ରାଜୁ ଏବଂ ତାବ୍‌ରେଜ […] The post ଓ୍ବକ୍‌ଫ ବିଲ୍‌କୁ ନେଇ NDAରେ ଫାଟ: ଇସ୍ତଫା ଦେଲେଣି ୫ ନେତା appeared first on Dharitri Odia News.

ଓ୍ବକ୍‌ଫ ବିଲ୍‌କୁ ନେଇ NDAରେ ଫାଟ: ଇସ୍ତଫା ଦେଲେଣି ୫ ନେତା

ନୂଆଦିଲ୍ଲୀ,୪।୪: ଓ୍ବକ୍‌ଫ ସଂଶୋଧନ ବିଲ୍‌କୁ ସମର୍ଥନ ନେଇ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ)ରେ ଫାଟ ସୃଷ୍ଟି ହୋଇଛି। ଦଳୀୟ ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରି ଜେଡିୟୁର ୫ ଜଣ ନେତା ଇତିମଧ୍ୟରେ ଇସ୍ତଫା ଦେଲେଣି। ଇସ୍ତଫା ଦେଇଥିବା ନେତାମାନେ ହେଲେ ରାଜୁ ନାୟାର, ତାବ୍‌ରେଜ ସିଦ୍ଦିକି ଆଲିଗ୍‌, ମହମ୍ମଦ ଶାହନଓ୍ବାଜ ମଲିକ, ମହମ୍ମଦ କାସିମ ଅନ୍‌ସାରୀ ଏବଂ ନଦିମ୍‌ ଅଖତର। ଶାହନଓ୍ବାଜ ଏବଂ ଅନ୍‌ସାରୀ ଗୁରୁବାର ଇସ୍ତଫା ଦେଇଥିବାବେଳେ ନଦିମ୍‌, ରାଜୁ ଏବଂ ତାବ୍‌ରେଜ ଶୁକ୍ରବାର ଦଳ ଛାଡ଼ିଛନ୍ତି। ମୁସଲମାନମାନେ ବିରୋଧ କରୁଥିବା ଏହି କଳା ଆଇନ ସପକ୍ଷରେ ଜେଡିୟୁ ଭୋଟ ଦେଇଥିବା ଗଭୀର ଆଘାତ ଦେଇଛି ବୋଲି ରାଜୁ ନାୟାର ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। ସେ ଜେଡିୟୁ ଯୁବମୋର୍ଚ୍ଚାର ରାଜ୍ୟ ସମ୍ପାଦକ ପଦ ଏବଂ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ନୀତୀଶଙ୍କ ମାନସିକ ସ୍ଥିତି ଭଲ ନାହିଁ। ଜେଡିୟୁ ଏବେ ତାଙ୍କ ନିୟନ୍ତ୍ରଣରେ ନ ଥିବା ପୁର୍ନିଆର ସ୍ବାଧୀନ ଏମ୍‌ପି ପପ୍ପୁ ଯାଦବ କହିଛନ୍ତି।

The post ଓ୍ବକ୍‌ଫ ବିଲ୍‌କୁ ନେଇ NDAରେ ଫାଟ: ଇସ୍ତଫା ଦେଲେଣି ୫ ନେତା appeared first on Dharitri Odia News.