ଓ୍ୱାଇ.ବି ଖୁରାନିଆ ନୂଆ ଡିଜିପି, ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର ୧୬/୦୮: ଯୋଗେଶ ବାହାଦୂର ଖୁରାନିଆ ହେଲେ ନୂଆ ଡିଜିପି । ଖୁରାନିଆଙ୍କ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ଖୁରାନିଆ ହେଉଛନ୍ତି ୧୯୯୦ ବ୍ୟାଚ୍ର ବରିଷ୍ଠ ଆଇପିଏସ୍। ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି ଖୁରାନିଆ । ବିଏସ୍ଏଫ୍ ସ୍ପେଶାଲ ଡିଜି ଭାବେ କାର୍ଯ୍ୟ କରି ଫେରିଛନ୍ତି । ଖୁରାନିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ସେ ଓଡ଼ିଶାର ପରବର୍ତ୍ତୀ ଡିଜିପି ହେବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ୧୯୯୦ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇପିଏସ୍ ୱାଇ.ବି ଖୁରାନିଆ ପୂର୍ବରୁ ପୋଲିସ କମିଶନର ଥିଲେ । ସେ ନୟାଗଡ଼, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ ଓ ରାଉରକେଲା SP ଭାବେ ମଧ୍ୟ କ୍ୟାରିୟର ପ୍ରାରମ୍ଭିକ କାଳରେ ଦାୟିତ୍ୱ ନିର୍ବାହ କରିଛନ୍ତି। ତା ପରେ ସଦର୍ଣ୍ଣ ରେଞ୍ଜ ଡିଆଇଜି, ନର୍ଦ୍ଦର୍ଣ୍ଣ ରେଞ୍ଜ ଡିଆଇଜି, ଆଇଜି ନର୍ଦ୍ଦର୍ଣ୍ଣ ରେଞ୍ଜ, ଆଇଜି ସ୍ପେଶାଲ୍ ଆର୍ମଡ୍ ପୋଲିସ ଏବଂ ଆଇଜି ଅପରେସନ ପଦରେ ମଧ୍ୟ ଥିଲେ । ଏଥି ସହିତ ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଡିଆଇଜି ଏବଂ ବିଜୁ ପଟ୍ଟନାୟକ ପୁଲିସ ପ୍ରଶିକ୍ଷଣ ଏକାଡେମୀର ମଧ୍ୟ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଛନ୍ତି । ଗତ ୨୦୨୧ ମସିହାରୁ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ।
ଭୁବନେଶ୍ୱର ୧୬/୦୮: ଯୋଗେଶ ବାହାଦୂର ଖୁରାନିଆ ହେଲେ ନୂଆ ଡିଜିପି । ଖୁରାନିଆଙ୍କ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ଖୁରାନିଆ ହେଉଛନ୍ତି ୧୯୯୦ ବ୍ୟାଚ୍ର ବରିଷ୍ଠ ଆଇପିଏସ୍। ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି ଖୁରାନିଆ । ବିଏସ୍ଏଫ୍ ସ୍ପେଶାଲ ଡିଜି ଭାବେ କାର୍ଯ୍ୟ କରି ଫେରିଛନ୍ତି ।
ଖୁରାନିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ସେ ଓଡ଼ିଶାର ପରବର୍ତ୍ତୀ ଡିଜିପି ହେବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ୧୯୯୦ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇପିଏସ୍ ୱାଇ.ବି ଖୁରାନିଆ ପୂର୍ବରୁ ପୋଲିସ କମିଶନର ଥିଲେ । ସେ ନୟାଗଡ଼, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ ଓ ରାଉରକେଲା SP ଭାବେ ମଧ୍ୟ କ୍ୟାରିୟର ପ୍ରାରମ୍ଭିକ କାଳରେ ଦାୟିତ୍ୱ ନିର୍ବାହ କରିଛନ୍ତି।
ତା ପରେ ସଦର୍ଣ୍ଣ ରେଞ୍ଜ ଡିଆଇଜି, ନର୍ଦ୍ଦର୍ଣ୍ଣ ରେଞ୍ଜ ଡିଆଇଜି, ଆଇଜି ନର୍ଦ୍ଦର୍ଣ୍ଣ ରେଞ୍ଜ, ଆଇଜି ସ୍ପେଶାଲ୍ ଆର୍ମଡ୍ ପୋଲିସ ଏବଂ ଆଇଜି ଅପରେସନ ପଦରେ ମଧ୍ୟ ଥିଲେ । ଏଥି ସହିତ ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଡିଆଇଜି ଏବଂ ବିଜୁ ପଟ୍ଟନାୟକ ପୁଲିସ ପ୍ରଶିକ୍ଷଣ ଏକାଡେମୀର ମଧ୍ୟ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଛନ୍ତି । ଗତ ୨୦୨୧ ମସିହାରୁ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ।