ଓଡ଼ିଆ ଅସ୍ମିତା ପାଇଁ କୁମ୍ଭୀର କାନ୍ଦଣା ! ସରକାରଙ୍କୁ କାଠଗଡ଼ାକୁ ଟାଣିଲେ ବିରୋଧୀ ।

କନକ ବ୍ୟୁରୋ: ଗୋଟିଏପଟେ ଓଡ଼ିଆ ଅସ୍ମିତାର କଥା କହି କ୍ଷମତାକୁ ଆସିଥିବା ମୋହନ ସରକାର, ବିଶ୍ୱନେତାଙ୍କ ଆଗରେ ଏହାର ପୃଷ୍ଠପୋଷକତା କରୁଛନ୍ତି । ଅନ୍ୟପଟେ ଏହାର ସୁରକ୍ଷା ପାଇଁ କୌଣସି ପଦକ୍ଷେପ ଏଯାଏଁ ନେଇନଥିବା ଅଭିଯୋଗ ହେଉଛି । ବିଧାନସଭା ତଥ୍ୟ ଅନୁସାରେ ୧୪ଟି ଜିଲ୍ଲାରେ ପଡ଼ୋଶୀ ରାଜ୍ୟ ସହ ସୀମା ବିବାଦ ରହିଛି । କୋରାପୁଟ ଜିଲ୍ଲା କୋଟିଆରେ ଆନ୍ଧ୍ରର ବାରମ୍ବାର ଅନୁପ୍ରବେଶ ସତ୍ବେ ନୂଆ ସରକାର ନିଦାବିଷ୍ଣୁ । ମାଲକାନଗିରି ସୀମାନ୍ତ ଗାଁ ଜୁମଡାଙ୍ଗରେ ବିଦ୍ୟାଳୟ ଖୋଲି ତେଲୁଗୁ ପଢ଼ାଉଛି ଆନ୍ଧ୍ର ପ୍ରଦେଶ । ଆନ୍ଧ୍ର ସୀମାନ୍ତ ଗାଁରେ ଓଡ଼ିଆ ଭାଷା ପ୍ରତି ଲୋକଙ୍କ ଆନ୍ତରିକତା ଦେଖିବାକୁ ମିଳୁନାହିଁ  । ଗଞ୍ଜାମ ଜିଲ୍ଲାର ୩ଟି ବ୍ଲକରେ ସ୍କୁଲପିଲା ଓଡ଼ିଆ ବଦଳରେ ତେଲୁଗୁ ପଢ଼ିବାକୁ ପସନ୍ଦ କରୁଛନ୍ତି  । ସରକାରୀ ଚିଠି ଓଡ଼ିଆରେ ଲେଖିବାକୁ କେବଳ ଘୋଷଣା କରି ଚୁପ୍‌ ବସିଛନ୍ତି ସରକାରରାଜ୍ୟ ପ୍ରଶାସନର ସର୍ବୋଚ୍ଚ ପଦବୀରେ ଏବେ ବି ଅଣଓଡ଼ିଆ ଅଫିସରଙ୍କୁ ନିଯୁକ୍ତି ଦିଆଯାଉଛି  ।  ପୂର୍ବ ସରକାରକୁ କେବଳ ପ୍ରଚାର ସର୍ବଶ୍ୱ କହି ସମାଲୋଚନା କରିଆସୁଥିବା ମୋହନ ସରକାର ଓଡ଼ିଆ ଅସ୍ମିତାକୁ ନେଇ କିଛି କରିନଥିବା ଅଭିଯୋଗ ହେଉଛି। ଆଉ ଏହା ଭିତରେ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ସମ୍ମିଳନୀ ପରେ, ଓଡ଼ିଶା ବୁଲିବାକୁ ଆସିଥିଲେ ସିଙ୍ଗାପୁର ରାଷ୍ଟ୍ରପତି । ଦେଖନ୍ତୁ କିଭଳି, କଳାଭୂମିରେ ପ୍ରାୟ ୪ ଘଣ୍ଟା ସମୟ ବିତାଇଥିଲେ ରାଷ୍ଟ୍ରପତି ଥରମନ୍‌ ଶନ

ଓଡ଼ିଆ ଅସ୍ମିତା ପାଇଁ କୁମ୍ଭୀର କାନ୍ଦଣା ! ସରକାରଙ୍କୁ କାଠଗଡ଼ାକୁ ଟାଣିଲେ ବିରୋଧୀ ।

କନକ ବ୍ୟୁରୋ: ଗୋଟିଏପଟେ ଓଡ଼ିଆ ଅସ୍ମିତାର କଥା କହି କ୍ଷମତାକୁ ଆସିଥିବା ମୋହନ ସରକାର, ବିଶ୍ୱନେତାଙ୍କ ଆଗରେ ଏହାର ପୃଷ୍ଠପୋଷକତା କରୁଛନ୍ତି । ଅନ୍ୟପଟେ ଏହାର ସୁରକ୍ଷା ପାଇଁ କୌଣସି ପଦକ୍ଷେପ ଏଯାଏଁ ନେଇନଥିବା ଅଭିଯୋଗ ହେଉଛି । ବିଧାନସଭା ତଥ୍ୟ ଅନୁସାରେ ୧୪ଟି ଜିଲ୍ଲାରେ ପଡ଼ୋଶୀ ରାଜ୍ୟ ସହ ସୀମା ବିବାଦ ରହିଛି । କୋରାପୁଟ ଜିଲ୍ଲା କୋଟିଆରେ ଆନ୍ଧ୍ରର ବାରମ୍ବାର ଅନୁପ୍ରବେଶ ସତ୍ବେ ନୂଆ ସରକାର ନିଦାବିଷ୍ଣୁ । ମାଲକାନଗିରି ସୀମାନ୍ତ ଗାଁ ଜୁମଡାଙ୍ଗରେ ବିଦ୍ୟାଳୟ ଖୋଲି ତେଲୁଗୁ ପଢ଼ାଉଛି ଆନ୍ଧ୍ର ପ୍ରଦେଶ । ଆନ୍ଧ୍ର ସୀମାନ୍ତ ଗାଁରେ ଓଡ଼ିଆ ଭାଷା ପ୍ରତି ଲୋକଙ୍କ ଆନ୍ତରିକତା ଦେଖିବାକୁ ମିଳୁନାହିଁ  । ଗଞ୍ଜାମ ଜିଲ୍ଲାର ୩ଟି ବ୍ଲକରେ ସ୍କୁଲପିଲା ଓଡ଼ିଆ ବଦଳରେ ତେଲୁଗୁ ପଢ଼ିବାକୁ ପସନ୍ଦ କରୁଛନ୍ତି  । ସରକାରୀ ଚିଠି ଓଡ଼ିଆରେ ଲେଖିବାକୁ କେବଳ ଘୋଷଣା କରି ଚୁପ୍‌ ବସିଛନ୍ତି ସରକାର
ରାଜ୍ୟ ପ୍ରଶାସନର ସର୍ବୋଚ୍ଚ ପଦବୀରେ ଏବେ ବି ଅଣଓଡ଼ିଆ ଅଫିସରଙ୍କୁ ନିଯୁକ୍ତି ଦିଆଯାଉଛି  । 
 
ପୂର୍ବ ସରକାରକୁ କେବଳ ପ୍ରଚାର ସର୍ବଶ୍ୱ କହି ସମାଲୋଚନା କରିଆସୁଥିବା ମୋହନ ସରକାର ଓଡ଼ିଆ ଅସ୍ମିତାକୁ ନେଇ କିଛି କରିନଥିବା ଅଭିଯୋଗ ହେଉଛି। ଆଉ ଏହା ଭିତରେ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ସମ୍ମିଳନୀ ପରେ, ଓଡ଼ିଶା ବୁଲିବାକୁ ଆସିଥିଲେ ସିଙ୍ଗାପୁର ରାଷ୍ଟ୍ରପତି । ଦେଖନ୍ତୁ କିଭଳି, କଳାଭୂମିରେ ପ୍ରାୟ ୪ ଘଣ୍ଟା ସମୟ ବିତାଇଥିଲେ ରାଷ୍ଟ୍ରପତି ଥରମନ୍‌ ଶନ୍‌ମୁଗରତ୍ନମ । ସେହିପରି ଐତିହ୍ୟ ଗ୍ରାମ ରଘୁରାଜପୁର ଏବଂ ଉତ୍କଳୀୟ କଳା ନୈପୂଣ୍ୟରେ ପରିପୂର୍ଣ୍ଣ କୋଣାର୍କ ସୂର୍ୟ୍ୟ ମନ୍ଦିର ବୁଲି ଦେଖିଥିଲେ । ଏଥିରୁ ଅନୁମାନ ହେଉଛି ବିଦେଶୀ ଅତିଥୀଙ୍କ ଜରିଆରେ ଓଡ଼ିଆ ଅସ୍ମିତାକୁ ଅନ୍ତର୍ଜାତୀୟ ପୃଷ୍ଠଭୂମିରେ ରଖିବାକୁ ପ୍ରୟାସ କରୁଛନ୍ତି ସରକାର । ଏହାକୁ ସ୍ୱାଗତ କରିଥିଲେ ବି, ଓଡ଼ିଆ ଅସ୍ମିତାକୁ ନେଇ ଆନ୍ତରିକତା ପ୍ରସଙ୍ଗରେ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ସାମ୍ୱାଦିକ । 
 
ଓଡ଼ିଆ ଭାଷାର ସୁରକ୍ଷା ଓ ସୀମା ବିବାଦ ଛଡ଼ା ପଡ଼ୋଶୀଙ୍କ ସହ ଜଳ ବିବାଦକୁ ନେଇ ବି ନୂଆ ସରକାର ତାଙ୍କ ଆଭିମୁଖ୍ୟ ଏଯାଏ ସ୍ପଷ୍ଟ କରିନାହାନ୍ତି । ତେଣୁ ମୋହନ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କୁ ପ୍ରସଙ୍ଗ ମିଳିଯାଇଛି । 
ମୁଖ୍ୟମନ୍ତ୍ରୀ ମଧ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ମାରଥନ୍ ଗସ୍ତ ଜାରି ରଖିଛନ୍ତି । ବିଧାୟକମାନେ ମଧ୍ୟ ରାଜଧାନୀ ଛାଡି ନିର୍ବାଚନମଣ୍ଡଳୀରେ ବୁଲୁଛନ୍ତି । ଲୋକଙ୍କ ପ୍ରତିନିଧି ଲୋକଙ୍କ ପାଖକୁ ଯିବା ନୂଆ ସରକାରର ନୂଆ ଟ୍ରେଣ୍ଡ ବୋଲି କୁହାଯାଉଛି ।