ଓଡ଼ିଆ ବର୍ଣ୍ଣମାଳା ଓ ବ୍ୟାକରଣ

ମୁଁ ପିଲାଦିନେ ପଢ଼ିଥିଲି ଓଡ଼ିଆ ବର୍ଣ୍ଣମାଳାରେ ସ୍ୱରବର୍ଣ୍ଣ ଓ ବ୍ୟଞ୍ଜନ ବର୍ଣ୍ଣ ବୋଲି ଦୁଇଟି ପ୍ରକରଣ “ଅ’, “ଆ’, “ଇ’, “ଈ’, “ଉ’, “ଊ’, “ଋ’, ହ୍ରସ ଲୁ, ଦୀର୍ଘ ଲୁ, “ଏ’, “ଐ’, “ଓ’, “ଔ’ ଇତ୍ୟାଦି ଚଉଦଟି ବର୍ଣ୍ଣ । ଏଥିମଧ୍ୟରୁ ଋ, ହ୍ରସ ଲୁ ଓ ଦୀର୍ଘ ଲୁ ର ବ୍ୟବହାର ଆଉ ଓଡ଼ିଆରେ ନାହିଁ । ତେରୁ ପ୍ରକୃତରେ ଦେଖିବାକୁ ଗଲେ ୧୧ଟି ବର୍ଣ୍ଣର ଉପଯୋଗିତା ଅନୁଭବ କରିହେବ । କିନ୍ତୁ […]

ଓଡ଼ିଆ ବର୍ଣ୍ଣମାଳା ଓ ବ୍ୟାକରଣ

ମୁଁ ପିଲାଦିନେ ପଢ଼ିଥିଲି ଓଡ଼ିଆ ବର୍ଣ୍ଣମାଳାରେ ସ୍ୱରବର୍ଣ୍ଣ ଓ ବ୍ୟଞ୍ଜନ ବର୍ଣ୍ଣ ବୋଲି ଦୁଇଟି ପ୍ରକରଣ “ଅ’, “ଆ’, “ଇ’, “ଈ’, “ଉ’, “ଊ’, “ଋ’, ହ୍ରସ ଲୁ, ଦୀର୍ଘ ଲୁ, “ଏ’, “ଐ’, “ଓ’, “ଔ’ ଇତ୍ୟାଦି ଚଉଦଟି ବର୍ଣ୍ଣ । ଏଥିମଧ୍ୟରୁ ଋ, ହ୍ରସ ଲୁ ଓ ଦୀର୍ଘ ଲୁ ର ବ୍ୟବହାର ଆଉ ଓଡ଼ିଆରେ ନାହିଁ । ତେରୁ ପ୍ରକୃତରେ ଦେଖିବାକୁ ଗଲେ ୧୧ଟି ବର୍ଣ୍ଣର ଉପଯୋଗିତା ଅନୁଭବ କରିହେବ । କିନ୍ତୁ ନିରପେକ୍ଷ ଓ ଆହୁରି ଗଭୀର ଭାବେ ବିଚାର କଲେ ଋ ଫଳାର ଉଚ୍ଚାରଣ “ରୁ’ ହେଉଥିବା ବେଳେ ହିନ୍ଦୀ ଓ ବଙ୍ଗଳାରେ “ରି’ ଉଚ୍ଚାରଣ କରାଯାଏ । ଓଡ଼ିଆରେ “ଋ’ର ଉଚ୍ଚାରଣ “ରି’ କେବେ ହୁଏନାହିଁ ବୋଲି ସ୍ପଷ୍ଟ ଭାବରେ କହିହେବ ନାହିଁ । ଉଦାହରଣ ସ୍ୱରୂପ “ମୃଗ’ ଶବ୍ଦକୁ “ମିରିଗ’ ବୋଲି କଞ୍ଚା ଓଡ଼ିଆରେ କୁହାଯାଉଛି । ସେହିପରି “ତୃଣ’ ଶବ୍ଦକୁ ତିରଣ ବୋଲି କୁହାଯାଉଛି । ଏଥିରୁ ସ୍ପଷ୍ଟ ବୁଝାଯାଏ ଯେ, “ତୃଣ’ ବା “ମୃଗ’ ଶବ୍ଦର ମୌଳିକ ଉଚ୍ଚାରଣ ଦୃଷ୍ଟିରୁ “ତିରଣ’ ବା “ତ୍ରୁଣ’, “ମ୍ରୁଗ’ “ମ୍ରିଗ’ ଲେଖାଗଲେ ବର୍ଣ୍ଣମାଳାର ଗୋଟିଏ ଅକ୍ଷରକୁ ବିଦାୟ ଦେଇହେବ । ଇଂରାଜୀରେ ଉiଚ୍ଚଝecଟ୍ଟicଚ୍ଚଝ mଚ୍ଚrk ରେ “ଋ’ ବା “ରି’ର ଉଚ୍ଚାରଣ ଆଦୌ ନାହିଁ । ଏହାପରେ ସ୍ୱରବର୍ଣ୍ଣରେ ଆଉ ଏକ ବିରାଟ ପରିବର୍ତ୍ତନ ସମ୍ବନ୍ଧରେ ମୁଁ ନିଜର ଏକ ମତବ୍ୟକ୍ତ କରିବାକୁ ଚାହେଁ । ଓଡ଼ିଆ ଭାଷାରେ ପଣ୍ଡିତମାନଙ୍କ ସୁବିଚାର ପାଇଁ ମୋର ଏହି ସ୍ୱତନ୍ତ୍ର ମତକୁ ନିବେଦନ କରୁଛି ।
(ନିତ୍ୟାନନ୍ଦ ମହାପାତ୍ର)
(“ସମୟ’ର ୧୧ ପୃଷ୍ଠାରେ ପ୍ରଥମେ ଏହା ତା-୧୦-୧୯୯୭ରେ ପ୍ରକାଶିତ ହୋଇଥିଲା, ସେଥିରୁ କିୟଦଂଶ)