ଓଡ଼ିଶା ଉପରେ ପଡ଼ିବ ନାହିଁ ଘୂର୍ଣ୍ଣିବଳୟର ପ୍ରଭାବ, ୧୩ରୁ ଦକ୍ଷିଣ ଓଡ଼ିଶାରେ ବର୍ଷା

ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟର ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ । ୧୧ କିମ୍ବା ୧୨ ଆଡକୁ ଦକ୍ଷିଣ ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଆଉ ଏକ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ୧୩ରୁ ବର୍ଷା ହେବ । ଆସନ୍ତା ୨ ଦିନ ରାଜ୍ୟର ୧୧ ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଅନୁଭୁତ ହେବ । ଏଥିପାଇଁ ସେହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ଚଳିତ ବର୍ଷ ମେ ମାସରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ଏବର୍ଷ ମେ ମାସଟି ଥଣ୍ଡା ମାସ ଭାବରେ ବି ରେକର୍ଡ ଲାଭ କରିଛି। ବଙ୍ଗୋବସାଗରରେ ସୃଷ୍ଟି ହେଲା  ଘୂର୍ଣ୍ଣିବଳୟ କ୍ଷେତ୍ର । ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଆଗାମୀ ୭ ଦିନ ମଧ୍ୟରେ ଏହା ଅବପାତର ରୂପ ନେଇପାରେ । ଏହି ଘୁର୍ଣ୍ଣିବଳୟର ବିଶେଷ ପ୍ରଭାବ ଓଡିଶା ଉପରେ ନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ଆସନ୍ତା ୧୧ କିମ୍ବା ୧୨ରେ ଦକ୍ଷିଣ ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ଯେଉଁ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ତାର ପ୍ରଭାବରେ ଦକ୍ଷିଣ ଓଡିଶାରେ ୧୩ ରୁ ବର୍ଷା ହେବ । ସେହିଭଳି ୧୬ କିମ୍ବା ୧୭ ଆଡ଼କୁ ପୁଣି ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ମଧ୍ୟ ସମ୍ବାବନା ରହିଛି ।Also read: ଯିଏ କଥା ହେବ ଦୁଇ ହଜାର ଟଙ୍କା ତଣ୍ଡ ଗଣିବ, ବାପାଙ୍କ ଶୁଦ୍ଧିକ୍ରିୟାରେ ହାଣ୍ଡିଆକୁ ବନ୍ଦକରି ପୁଅ ଭୋଗୁଛି ଦଣ୍ଡସେହିପ

ଓଡ଼ିଶା ଉପରେ ପଡ଼ିବ ନାହିଁ ଘୂର୍ଣ୍ଣିବଳୟର ପ୍ରଭାବ, ୧୩ରୁ ଦକ୍ଷିଣ ଓଡ଼ିଶାରେ ବର୍ଷା

ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟର ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ । ୧୧ କିମ୍ବା ୧୨ ଆଡକୁ ଦକ୍ଷିଣ ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଆଉ ଏକ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ୧୩ରୁ ବର୍ଷା ହେବ । ଆସନ୍ତା ୨ ଦିନ ରାଜ୍ୟର ୧୧ ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଅନୁଭୁତ ହେବ । ଏଥିପାଇଁ ସେହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ଚଳିତ ବର୍ଷ ମେ ମାସରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ଏବର୍ଷ ମେ ମାସଟି ଥଣ୍ଡା ମାସ ଭାବରେ ବି ରେକର୍ଡ ଲାଭ କରିଛି। 

ବଙ୍ଗୋବସାଗରରେ ସୃଷ୍ଟି ହେଲା  ଘୂର୍ଣ୍ଣିବଳୟ କ୍ଷେତ୍ର । ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଆଗାମୀ ୭ ଦିନ ମଧ୍ୟରେ ଏହା ଅବପାତର ରୂପ ନେଇପାରେ । ଏହି ଘୁର୍ଣ୍ଣିବଳୟର ବିଶେଷ ପ୍ରଭାବ ଓଡିଶା ଉପରେ ନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ଆସନ୍ତା ୧୧ କିମ୍ବା ୧୨ରେ ଦକ୍ଷିଣ ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ଯେଉଁ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ତାର ପ୍ରଭାବରେ ଦକ୍ଷିଣ ଓଡିଶାରେ ୧୩ ରୁ ବର୍ଷା ହେବ । ସେହିଭଳି ୧୬ କିମ୍ବା ୧୭ ଆଡ଼କୁ ପୁଣି ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ମଧ୍ୟ ସମ୍ବାବନା ରହିଛି ।

Also read: ଯିଏ କଥା ହେବ ଦୁଇ ହଜାର ଟଙ୍କା ତଣ୍ଡ ଗଣିବ, ବାପାଙ୍କ ଶୁଦ୍ଧିକ୍ରିୟାରେ ହାଣ୍ଡିଆକୁ ବନ୍ଦକରି ପୁଅ ଭୋଗୁଛି ଦଣ୍ଡ

ସେହିପରି କିଛି ବିଦେଶୀ ପାଣିପାଗ ସଂସ୍ଥା ମଧ୍ୟ ଆକଳନ କରିଛନ୍ତି ଯେ ୧୨ ତାରିଖ ବେଳକୁ ବଙ୍ଗୋପସାଗରରେ ଲଗୁଚାପ ସକ୍ରିୟ ହୋଇପାରେ। ଏଥିପାଇଁ ମୌସୁମୀ ପ୍ରବାହ ସକ୍ରିୟ ହେବ। ଅନ୍ୟପକ୍ଷରେ ରାଜ୍ୟରେ ୨ଦିନ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ଆସନ୍ତାକାଲି ପଶ୍ଚିମ ଓଡିଶାର କିଛି ସ୍ଥାନରେ ପାରଦ ୪୪ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ ରହିଛି । ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ ଗରମ ସହ ଗୁଳୁଗୁଳି ଅନୁଭୂତ ହେବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି ପାଇଁ ହିଟୱେଭ୍ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।