ଓଡ଼ିଶା ପାଇଁ ଖୁସି ଖବର, ଗଡ଼ିବ ଆଉ ୩ଟି 'ବନ୍ଦେ ଭାରତ'
ଆଜି 'ବ୍ରହ୍ମପୁର-ଟାଟାନଗର' ଓ 'ହାୱଡ଼ା-ରାଉରକେଲା'ର ଶୁଭାରମ୍ଭ । ଆସନ୍ତାକାଲି ଗଡ଼ିବ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ ।
ଓଡ଼ିଶା ପାଇଁ ଖୁସି ଖବର। ଓଡ଼ିଶା ଦେଇ ଗଡ଼ିବ ତିନି ତିନିଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍। ଆଜି ବ୍ରହ୍ମପୁର-ଟାଟାନଗର ଓ ହାୱଡ଼ା-ରାଉରକେଲା ଏବଂ ଆସନ୍ତାକାଲି ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସର ଭର୍ଚୁଆଲ ମୋଡ୍ ରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ବ୍ରହ୍ମପୁର-ଟାଟା ବନ୍ଦେ ଭାରତ ବ୍ରହ୍ମପୁରରୁ ବାହାରି ବାଲୁଗାଁ, ଖୋର୍ଦ୍ଧାରୋଡ଼, ଭୁବନେଶ୍ବର, କଟକ, ଜଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ଼, ନୟାଗଡ଼, ବାଂଶପାଣି, ଡାଙ୍ଗୋଆପୋଷି, ଚାଇବାସା ହୋଇ ଟାଟାନଗରରେ ପହଞ୍ଚିବ। ଏହାର ଶୁଭାରମ୍ଭ ବେଳେ ବ୍ରହ୍ମପୁର ରେଳ ଷ୍ଟେସନରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ରାଉରକେଲା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ରାଉରକେଲାରୁ ହାୱଡ଼ା ଭିତରେ କେବଳ ୩ଟି ଷ୍ଟେସନ ଚକ୍ରଧରପୁର, ଟାଟାନଗର ଓ ଖଡ଼ଗପୁରରେ ଅଟକିବ ବୋଲି ସୂଚନା ମିଳିଛି। କାଲି ଶୁଭାରମ୍ଭ ହେବାକୁ ଥିବା ଦୁର୍ଗ- ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍ ଓଡ଼ିଶାର ଖରିଆର ରୋଡ, କଣ୍ଟାବାଞ୍ଜି, ଟିଟିଲାଗଡ଼, କେସିଙ୍ଗା, ରାୟଗଡ଼ାରେ ରହଣି କରି ବିଶାଖାପାଟଣାରେ ପହଞ୍ଚିବ। ପୂର୍ବରୁ ଓଡ଼ିଶା ଦେଇ ୩ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଥିବା ବେଳେ, ୩ଟି ନୂଆ ସେମି-ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ ପରେ ଏହା ୬କୁ ବୃଦ୍ଧି ପାଇବ।
ଓଡ଼ିଶା ପାଇଁ ଖୁସି ଖବର, ଗଡ଼ିବ ଆଉ ୩ଟି 'ବନ୍ଦେ ଭାରତ' । ଆଜି ଗଡ଼ିବ ଆଉ ୨ ବନ୍ଦେ ଭାରତ ଏକ୍ସପ୍ରେସ୍।
ଆଜି 'ବ୍ରହ୍ମପୁର-ଟାଟାନଗର' ଓ 'ହାୱଡ଼ା-ରାଉରକେଲା'ର ଶୁଭାରମ୍ଭ ।#VandeBharat #Odisha #PMModi #OTV pic.twitter.com/QnlcCZPZrt — ଓଟିଭି (@otvkhabar) September 15, 2024