‘ଓଡ଼ିଶାରୁ ଯେଉଁ ପରିବର୍ତ୍ତନ ହେବାକୁ ଅଛି, ତାହା କେନ୍ଦ୍ରାପଡ଼ାରୁ ହିଁ ଆରମ୍ଭ ହେବ'
କେନ୍ଦ୍ରାପଡ଼ାରୁ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା ହେବା ପରେ ପ୍ରଥମ ପ୍ରତିକ୍ରିୟାରେ ଏପରି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।
‘ଓଡ଼ିଶାରୁ ଯେଉଁ ପରିବର୍ତ୍ତନ ହେବାକୁ ଅଛି, ତାହା କେନ୍ଦ୍ରାପଡ଼ାରୁ ହିଁ ଆରମ୍ଭ ହେବ। ଏଥର ଆମେ ଅଧିକାଂଶ ଲୋକସଭା ଓ ବିଧାନସଭା ସିଟ୍ ଜିତିବୁ। ଏଥିରେ ସନ୍ଦେହ ନାହିଁ।’ କେନ୍ଦ୍ରାପଡ଼ାରୁ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା ହେବା ପରେ ପ୍ରଥମ ପ୍ରତିକ୍ରିୟାରେ ଏପରି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଗତକାଲି ଦିଲ୍ଲୀ ସ୍ଥିତ ହଜଖାସ୍ ଜଗନ୍ନାଥ ମନ୍ଦିରରେ ୧୭ଟି ଓଡ଼ିଆ ସଂଗଠନ ପକ୍ଷରୁ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବୈଜୟନ୍ତ ଆହୁରି କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଯେଉଁ ପରିବର୍ତ୍ତନ ହୋଇଛି ଆମେ ଅନୁଭବ କରିଛୁ।