ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିଲା ନାମାଙ୍କନ ଦାଖଲ, ମେ ୧୩ ରେ ଭୋଟଗ୍ରହଣ

ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିଲା ନାମାଙ୍କନ ଦାଖଲ । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ଏବଂ ଏହା ଅଧୀନରେ ଥିବା ୨୮ଟି ବିଧାନସଭା ଆସନରେ ଭୋଟିଂ ହେବ । ମେ ୧୩ରେ ହେବ ଭୋଟଗ୍ରହଣ । ଗତ ୨୦୧୯ ନିର୍ବାଚନରେ ବ୍ରହ୍ମପୁର ଓ ନବରଙ୍ଗପୁର ଲୋକସଭା ଆସନରେ ବିଜେଡି ଜିତିଥିବା ବେଳେ କଳାହାଣ୍ଡିରେ ବିଜେପି ଓ କୋରାପୁଟ ଲୋକସଭା ଆସନରେ କଂଗ୍ରେସ ଜିତିଥିଲା […] The post ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିଲା ନାମାଙ୍କନ ଦାଖଲ, ମେ ୧୩ ରେ ଭୋଟଗ୍ରହଣ appeared first on KNews Odisha.

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିଲା ନାମାଙ୍କନ ଦାଖଲ, ମେ ୧୩ ରେ ଭୋଟଗ୍ରହଣ
nomination

ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିଲା ନାମାଙ୍କନ ଦାଖଲ । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ଏବଂ ଏହା ଅଧୀନରେ ଥିବା ୨୮ଟି ବିଧାନସଭା ଆସନରେ ଭୋଟିଂ ହେବ । ମେ ୧୩ରେ ହେବ ଭୋଟଗ୍ରହଣ ।

ଗତ ୨୦୧୯ ନିର୍ବାଚନରେ ବ୍ରହ୍ମପୁର ଓ ନବରଙ୍ଗପୁର ଲୋକସଭା ଆସନରେ ବିଜେଡି ଜିତିଥିବା ବେଳେ କଳାହାଣ୍ଡିରେ ବିଜେପି ଓ କୋରାପୁଟ ଲୋକସଭା ଆସନରେ କଂଗ୍ରେସ ଜିତିଥିଲା । ଏହି ଚାରୋଟି ସଂସଦୀୟ କ୍ଷେତ୍ର ଅଧୀନ ୨୮ ବିଧାନସଭା ଆସନରୁ ଗତଥର ୨୧ଟି ଆସନ ବିଜେଡି ଜିତିଥିଲା ।

ବିଜେପି ଚାରିଟି ଓ କଂଗ୍ରେସ ୩ଟି ଆସନରେ ବିଜୟୀ ହୋଇଥିଲେ । ଏଥର ୨୮ଟି ବିଧାନସଭା ଆସନ ମଧ୍ୟରୁ ୮ଟିରେ ହେବ ହେଭିୱେଟ୍ ଲଢେଇ । ୨୪ ତାରିଖ ସୁଦ୍ଧା ୪ଟି ଲୋକସଭା ଆସନ ପାଇଁ ମୋଟ ୫୫ ଜଣ ନାମାଙ୍କନ ଦାଖଲ କରିଛନ୍ତି । ସବୁଠାରୁ ଅଧିକ କଳାହାଣ୍ଡିରେ ୧୭ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ନବରଙ୍ଗପରୁ ୭ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

କୋରାପୁଟ ଲୋକସଭା ଆସନ ଲାଗି ୧୬ ଜଣ ଓ ବ୍ରହ୍ମପୁର ଲୋକସଭା ଆସନ ଲାଗି ୧୫ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଆଜି ନାମାଙ୍କନ ଦାଖଲର ଶେଷ ଦିନ ଥିବାବେଳେ ଆସନ୍ତାକାଲି ଯାଞ୍ଚ ହେବ । ୨୯ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ ।

The post ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିଲା ନାମାଙ୍କନ ଦାଖଲ, ମେ ୧୩ ରେ ଭୋଟଗ୍ରହଣ appeared first on KNews Odisha.