‘ଓଡ଼ିଶାରେ ବିଜେପି ସରକାର କରିବ, ମୁଁ ଶପଥ ଉତ୍ସବକୁ ଆସିବି’

ଓଡ଼ିଶାରେ ଯଦି ନବୀନ ବ୍ରାଣ୍ଡ ଅଛି, ବିଜେପିକୁ ୩୮ ପ୍ରତିଶତ ଭୋଟ୍ ମିଳିଲା କିପରି ବୋଲି ପ୍ରଶ୍ନ କରିଛନ୍ତି ବିଶ୍ୱଶର୍ମା । ଯଦି ୧ କୋଟି ଲୋକ ଜଣଙ୍କୁ ବ୍ରାଣ୍ଡ ମାନୁ ନାହାନ୍ତି, ତା’ହେଲେ ଆଉ ୩୦ରୁ ୫୦ ଲକ୍ଷ ଭୋଟ୍ ଆସିବାକୁ କେତେ ସମୟ ଲାଗିବ।

‘ଓଡ଼ିଶାରେ ବିଜେପି ସରକାର କରିବ, ମୁଁ ଶପଥ ଉତ୍ସବକୁ ଆସିବି’

ଓଡ଼ିଶାରେ ସରକାର ଗଢ଼ିବ ବିଜେପି, ଆଉ ମୁଁ ଶପଥ ଉତ୍ସବକୁ ଆସିବି । ଭୁବନେଶ୍ୱର ଆସିଥିବା ଅବସରରେ ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ଏଭଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। କହିଛନ୍ତି, ୨୦୧୯ରେ ବିଜେପି ୩୮ ପ୍ରତିଶତ ଭୋଟ ପାଇଥିଲା। ବିଜେଡିଠାରୁ ମାତ୍ର ୪ ପ୍ରତିଶତ ଭୋଟ୍ ବ୍ୟବଧାନ ଥିଲା । ମୋଦି ସରକାରଙ୍କ କାମ ଯୋଗୁଁ ୪ ପ୍ରତିଶତ ଭୋଟ୍ ଆସି ସାରିଲାଣି।

ଓଡ଼ିଶାରେ ଯଦି ନବୀନ ବ୍ରାଣ୍ଡ ଅଛି, ବିଜେପିକୁ ୩୮ ପ୍ରତିଶତ ଭୋଟ୍ ମିଳିଲା କିପରି ବୋଲି ପ୍ରଶ୍ନ କରିଛନ୍ତି ବିଶ୍ୱଶର୍ମା । ଯଦି ୧ କୋଟି ଲୋକ ଜଣଙ୍କୁ ବ୍ରାଣ୍ଡ ମାନୁ ନାହାନ୍ତି, ତା’ହେଲେ ଆଉ ୩୦ରୁ ୫୦ ଲକ୍ଷ ଭୋଟ୍ ଆସିବାକୁ କେତେ ସମୟ ଲାଗିବ। ବିଶ୍ୱଶର୍ମାଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି।