ଝଡ ଭଳି ସାରିଲା ଓ୍ୱାୟନାଡ ଅପେରସନ, ମାଟି ତଳୁ ଖୋଜିଲା ୧୦ ରୁ ୧୨ ଶବ
ବ୍ରହ୍ମପୁର ୨୯/୦୮: ମାଟି ତଳୁ ଖୋଜିଛି ଶବ । ଯେଉଁଠି ମଣିଷ କି ମେସିନ ପାରିଲାନି । ସେଠି ପହଞ୍ଚିଗଲା ଷ୍ଟର୍ମ । ଭୂସ୍କଳନର ବିଭୀଷିକାକୁ ମାତ୍ ଦେଲା । ଆଉ ସଫଳତାର ସହ ସାରିଲା ଅପରେସନ । ଓଡ଼ିଶା ପୋଲିସର ଏକମାତ୍ର ସର୍ଚ୍ଚ ଅପରେସନ କୁକୁର ଫେରଛି ଓଡ଼ିଶା । ଗତ ୪ ତାରିଖରେ ବ୍ରହ୍ମପୁରରୁ ୱାୟାନାଡ଼ ଗସ୍ତ କରିଥିଲା ଷ୍ଟର୍ମ । ତେବେ ୬ ତାରିଖରେ ଆରମ୍ଭ ହୋଇଥିଲା ଷ୍ଟର୍ମର ସର୍ଚ୍ଚ ଅପରେସନ । ପୋଲିସ ଟିମ୍ରେ ସାମିଲ ହୋଇ ଓ୍ୱାୟନାଡରେ ଦେଖାଇଥିଲା ନିଜର ଦକ୍ଷତା, ପରାକାଷ୍ଠା । ଆଉ ମାଟି ତଳୁ ଖୋଜି ବାହାର କରିଥିଲା ଅନେକ ଜଣ ମୃତଦେହ । ଜୁଲାଇ ୩୦ରେ ୱାୟନାଡରେ ଦେଖିବାକୁ ମିଳିଥିଲା ପ୍ରକୃତିର କରାଳ ରୂପ । ଭୟଙ୍କର ଭୂସ୍ଖଳନରେ ପ୍ରାଣ ହରାଇଥିଲେ ଏକାଧିକ । ମାଟିତଳୁ ନିଖୋଜଙ୍କ ସନ୍ଧାନ ପାଇଁ ୱାୟନାଡ୍ ଯାଇ ଅଗଷ୍ଟ ୬ ତାରିଖରେ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଥିଲା ଷ୍ଟର୍ମ। ସାଙ୍ଗରେ ଥିଲେ ବ୍ରହ୍ମପୁର ପୋଲିସର ୫ ଜଣ ପୋଲିସ କର୍ମଚାରୀ। ଆଉ ଭୂସ୍ଖଳନ ସ୍ଥଳରେ ପହଞ୍ଚୁ ପହଞ୍ଚୁ ଷ୍ଟର୍ମ ଆରମ୍ଭ କରି ଦେଇଥିଲା ଅଭିଯାନ। ଯେଉଁଠି ଯେଉଁଠି ମୃତଦେହର ସନ୍ଧାନ ପାଉଥିଲା, ସଂଗେ ସଂଗେ ଜଣାଉଥିଲା ଟ୍ରେନରକୁ । ଆଉ ଷ୍ଟର୍ମଠାରୁ ଜାଣିବା ପରେ ଜେସିବି ସହାୟତାରେ ଖୋଳାଯାଇ ବାହାରୁଥିଲା ମୃତଦେହ। ପାଖାପାଖି ୧୨ଟି ମୃତଦେହ ବାହାର କରିଛି ଷ୍ଟର୍ମ ।ସବୁରି ମୁହଁରେ ଏବେ ଷ୍ଟର୍ମର ପ୍ରଶଂସା । ଷ୍ଟର୍ମର ସାହସିକତାକୁ ସଲାମ କରୁଛି ପୁରା କ
ବ୍ରହ୍ମପୁର ୨୯/୦୮: ମାଟି ତଳୁ ଖୋଜିଛି ଶବ । ଯେଉଁଠି ମଣିଷ କି ମେସିନ ପାରିଲାନି । ସେଠି ପହଞ୍ଚିଗଲା ଷ୍ଟର୍ମ । ଭୂସ୍କଳନର ବିଭୀଷିକାକୁ ମାତ୍ ଦେଲା । ଆଉ ସଫଳତାର ସହ ସାରିଲା ଅପରେସନ । ଓଡ଼ିଶା ପୋଲିସର ଏକମାତ୍ର ସର୍ଚ୍ଚ ଅପରେସନ କୁକୁର ଫେରଛି ଓଡ଼ିଶା । ଗତ ୪ ତାରିଖରେ ବ୍ରହ୍ମପୁରରୁ ୱାୟାନାଡ଼ ଗସ୍ତ କରିଥିଲା ଷ୍ଟର୍ମ । ତେବେ ୬ ତାରିଖରେ ଆରମ୍ଭ ହୋଇଥିଲା ଷ୍ଟର୍ମର ସର୍ଚ୍ଚ ଅପରେସନ । ପୋଲିସ ଟିମ୍ରେ ସାମିଲ ହୋଇ ଓ୍ୱାୟନାଡରେ ଦେଖାଇଥିଲା ନିଜର ଦକ୍ଷତା, ପରାକାଷ୍ଠା । ଆଉ ମାଟି ତଳୁ ଖୋଜି ବାହାର କରିଥିଲା ଅନେକ ଜଣ ମୃତଦେହ ।
ଜୁଲାଇ ୩୦ରେ ୱାୟନାଡରେ ଦେଖିବାକୁ ମିଳିଥିଲା ପ୍ରକୃତିର କରାଳ ରୂପ । ଭୟଙ୍କର ଭୂସ୍ଖଳନରେ ପ୍ରାଣ ହରାଇଥିଲେ ଏକାଧିକ । ମାଟିତଳୁ ନିଖୋଜଙ୍କ ସନ୍ଧାନ ପାଇଁ ୱାୟନାଡ୍ ଯାଇ ଅଗଷ୍ଟ ୬ ତାରିଖରେ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଥିଲା ଷ୍ଟର୍ମ। ସାଙ୍ଗରେ ଥିଲେ ବ୍ରହ୍ମପୁର ପୋଲିସର ୫ ଜଣ ପୋଲିସ କର୍ମଚାରୀ। ଆଉ ଭୂସ୍ଖଳନ ସ୍ଥଳରେ ପହଞ୍ଚୁ ପହଞ୍ଚୁ ଷ୍ଟର୍ମ ଆରମ୍ଭ କରି ଦେଇଥିଲା ଅଭିଯାନ। ଯେଉଁଠି ଯେଉଁଠି ମୃତଦେହର ସନ୍ଧାନ ପାଉଥିଲା, ସଂଗେ ସଂଗେ ଜଣାଉଥିଲା ଟ୍ରେନରକୁ । ଆଉ ଷ୍ଟର୍ମଠାରୁ ଜାଣିବା ପରେ ଜେସିବି ସହାୟତାରେ ଖୋଳାଯାଇ ବାହାରୁଥିଲା ମୃତଦେହ। ପାଖାପାଖି ୧୨ଟି ମୃତଦେହ ବାହାର କରିଛି ଷ୍ଟର୍ମ ।
ସବୁରି ମୁହଁରେ ଏବେ ଷ୍ଟର୍ମର ପ୍ରଶଂସା । ଷ୍ଟର୍ମର ସାହସିକତାକୁ ସଲାମ କରୁଛି ପୁରା କେରଳ ପୋଲିସ । କାରଣ ବିପର୍ଯୟର ତାଣ୍ଡବ ଲୀଳାରେ ହାହାକାର ସ୍ଥଲରେ ସାଥ ଦେଇଥିଲା ଷ୍ଟର୍ମ । ଖାଲି କେରଲ ପୋଲିସ ନୁହେଁ ଓଡିଶ ପୋଲିସର ବି ବଢିଛି ମନୋବଳ । ଓଡିଶା ପୋଲିସର ଏକମାତ୍ର ସର୍ଚ୍ଚ ଅପରେସନ କୁକୁର ଷ୍ଟର୍ମ ୱାୟାନାଡ଼ରେ ଯେଭଳି ଦକ୍ଷତା ପ୍ରତିପାଦନ କରିଛି ସେଥିପାଇଁ ପୋଲିସ ବିଭାଗ ବେଶ ଗର୍ବିତ ବୋଲି କହିଛନ୍ତି ବ୍ରହ୍ମପୁର ଏସ୍ପି ।
୨୦୧୮ ମସିହା ସେପ୍ଟେମ୍ବରରେ ଷ୍ଟର୍ମର ଜନ୍ମ। ଉନ୍ନତ ମାନର ଜର୍ମାନ୍ ସେଫର୍ଡ୍ ପ୍ରଜାତିର ଷ୍ଟର୍ମ । ୨୦୧୯ ମସିହାରେ ରାଜ୍ୟ ପୋଲିସ କ୍ରାଇମ୍ବ୍ରାଞ୍ଚ କେ-୯ ସ୍ୱାଡକୁ ଅଣାଯାଇଥିଲା । ମାତ୍ର ୫ ବର୍ଷ ବୟସରେ ଆରମ୍ଭ ହୋଇଥିଲା ପ୍ରଶିକ୍ଷଣ । ପ୍ରାକୃତିକ ଦୁର୍ବିପାକ ବେଳେ ଜୀବିତ ବା ମୃତ ବ୍ୟକ୍ତିଙ୍କ ସନ୍ଧାନ ଲାଗି ମିଳିଥିଲା ଟ୍ରେନିଂ । ଆଉ ସେହି ଟ୍ରେନିଂ ବଳରେ ଷ୍ଟର୍ମ ଦେଖାଇଛି ତାର କରାମତି ।