ଓଡ଼ିଶାରେ ୨ହଜାର ୧୦୩ ହାତୀ, ୧୪ ନଭେମ୍ବରରୁ ୧୬ ନଭେମ୍ବର ପର୍ଯ୍ୟନ୍ତ ୨୮ଟି ଜିଲ୍ଲାରେ ହୋଇଥିଲା ଗଣନା

ଓଡ଼ିଶାରେ ୨ହଜାର ୧୦୩ ହାତୀ ।  ଆସିଲା ଶୀତକାଳୀନ ହାତୀ ଗଣନା ରିପୋର୍ଟ । ୧୪ ନଭେମ୍ବରରୁ ୧୬ ନଭେମ୍ବର ପର୍ଯ୍ୟନ୍ତ ୨୮ଟି ଜିଲ୍ଲାରେ ହୋଇଥିଲା ଗଣନା। ମେ’ ୨୦୨୪ ଖରାଦିନିଆ ହାତୀ ଗଣନାରେ ରାଜ୍ୟରେ ଥିଲେ ୨ହଜାର ୯୮ଟି ହାତୀ। ନଭେମ୍ବରରେ ଗଣନାରେ ବଢ଼ିଛନ୍ତି ହାତୀ ସଂଖ୍ୟା । ୫୩୬ଟି ଅଣ୍ଡିରା, ୯୮୩ ଟି ମାଈ ଓ ୫୮୪ଟି ଛୁଆ ହାତୀ ଅଛନ୍ତି । ଢେଙ୍କାନାଳ ଡିଭିଜନରେ ୨୯୧ ଓ କେନ୍ଦୁଝର ଡିଭିଜନରେ ଅଛନ୍ତି ୧୬୦ […] The post ଓଡ଼ିଶାରେ ୨ହଜାର ୧୦୩ ହାତୀ, ୧୪ ନଭେମ୍ବରରୁ ୧୬ ନଭେମ୍ବର ପର୍ଯ୍ୟନ୍ତ ୨୮ଟି ଜିଲ୍ଲାରେ ହୋଇଥିଲା ଗଣନା appeared first on KNews Odisha.

ଓଡ଼ିଶାରେ ୨ହଜାର ୧୦୩ ହାତୀ, ୧୪ ନଭେମ୍ବରରୁ ୧୬ ନଭେମ୍ବର ପର୍ଯ୍ୟନ୍ତ ୨୮ଟି ଜିଲ୍ଲାରେ ହୋଇଥିଲା ଗଣନା
elephant

ଓଡ଼ିଶାରେ ୨ହଜାର ୧୦୩ ହାତୀ ।  ଆସିଲା ଶୀତକାଳୀନ ହାତୀ ଗଣନା ରିପୋର୍ଟ । ୧୪ ନଭେମ୍ବରରୁ ୧୬ ନଭେମ୍ବର ପର୍ଯ୍ୟନ୍ତ ୨୮ଟି ଜିଲ୍ଲାରେ ହୋଇଥିଲା ଗଣନା। ମେ’ ୨୦୨୪ ଖରାଦିନିଆ ହାତୀ ଗଣନାରେ ରାଜ୍ୟରେ ଥିଲେ ୨ହଜାର ୯୮ଟି ହାତୀ। ନଭେମ୍ବରରେ ଗଣନାରେ ବଢ଼ିଛନ୍ତି ହାତୀ ସଂଖ୍ୟା । ୫୩୬ଟି ଅଣ୍ଡିରା, ୯୮୩ ଟି ମାଈ ଓ ୫୮୪ଟି ଛୁଆ ହାତୀ ଅଛନ୍ତି । ଢେଙ୍କାନାଳ ଡିଭିଜନରେ ୨୯୧ ଓ କେନ୍ଦୁଝର ଡିଭିଜନରେ ଅଛନ୍ତି ୧୬୦ ହାତୀ ।  ଆଠଗଡ଼ ଡିଭିଜନରେ ୧୨୪ ଓ ଦେବଗଡ଼ ଡିଭିଜନରେ ଅଛନ୍ତି ୧୨୩ ହାତୀ  । ଅନୁଗୁଳ ଡିଭିଜନରେ ଅଛନ୍ତି ୧୧୭ ହାତୀ । ଢେଙ୍କାନାଳ, ଦେବଗଡ଼, ରାଉରକେଲା, କେନ୍ଦୁଝର, ସମ୍ବଲୁପର, ଆଠମଲ୍ଲିକ, ଘୁମୁସର ଉତ୍ତର, ବଲାଙ୍ଗିର ଓ ରେଢାଖୋଲ ବନଖଣ୍ଡରେ ହାତୀ ସଂଖ୍ୟରେ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି । ଶିମିଳିପାଳ ଉତ୍ତର, ସାତକୋଶିଆ, ବାମରା ଏବଂ ରାୟଗଡ଼ ବନଖଣ୍ଡରେ କମିଛି ହାତୀ ସଂଖ୍ୟା । ଶୀତ ଋତୁରେ ଆନଃ ବନଖଣ୍ଡ ଓ ଆନ୍ତଃ ରାଜ୍ୟ ହାତୀ ଚଳାଚଳ ଯୋଗୁଁ ସଂଖ୍ୟାରେ ପରିବର୍ତ୍ତନ ହୋଇଥିବା ଅନୁମାନ କରାଯାଉଛି। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସହ ହାତୀ ଚଳପ୍ରଚଳ ବଢିଛି। ଖରାଦିନିଆ ହାତୀ ଗଣନା ଓ ଶୀତ ଦିନିଆ ହାତୀ ଗଣନା ମଧ୍ୟରେ ୪୮ ହାତୀର ମୃତ୍ୟୁ ହୋଇଛି।

The post ଓଡ଼ିଶାରେ ୨ହଜାର ୧୦୩ ହାତୀ, ୧୪ ନଭେମ୍ବରରୁ ୧୬ ନଭେମ୍ବର ପର୍ଯ୍ୟନ୍ତ ୨୮ଟି ଜିଲ୍ଲାରେ ହୋଇଥିଲା ଗଣନା appeared first on KNews Odisha.