ଔଷଧ ଦୋକାନରୁ ଚୋରି: ସନ୍ଧାନୀ କୁକୁର ତଦନ୍ତ କରି ଫେରିଲା

ଭଞ୍ଜନଗର, ୧୪/୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଜିଲୁଣ୍ଡି ଗ୍ରାମରେ ଶନିବାର ରାତିରେ ଚୋରି ହୋଇଛି। ଏନେଇ ସୋମବାର ଛତ୍ରପୁରରୁ ସାଇଣ୍ଟିଫିକ ଟିମ୍‌ ଏବଂ ସନ୍ଧାନୀ କୁକୁର ଆସି ଘଟଣାର ତଦନ୍ତ କରିଛି। ଏକ ମେଡିସିନ ଦୋକାନରୁ ନଗଦ ୮ ଲକ୍ଷ ଟଙ୍କା ସମେତ ଅନ୍ୟାନ୍ୟ ଜିନିଷ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି। ପ୍ରକାଶ ଯେ ଜିଲୁଣ୍ଡି ମୁଖ୍ୟ ସଡକରେ ବିରେନ୍ଦ୍ର ପାତ୍ର ଔଷଧ ଦୋକାନ କରିଛନ୍ତି। ୧୨ ତାରିଖରେ […] The post ଔଷଧ ଦୋକାନରୁ ଚୋରି: ସନ୍ଧାନୀ କୁକୁର ତଦନ୍ତ କରି ଫେରିଲା appeared first on Dharitri Odia News.

ଔଷଧ ଦୋକାନରୁ ଚୋରି: ସନ୍ଧାନୀ କୁକୁର ତଦନ୍ତ କରି ଫେରିଲା

ଭଞ୍ଜନଗର, ୧୪/୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଜିଲୁଣ୍ଡି ଗ୍ରାମରେ ଶନିବାର ରାତିରେ ଚୋରି ହୋଇଛି। ଏନେଇ ସୋମବାର ଛତ୍ରପୁରରୁ ସାଇଣ୍ଟିଫିକ ଟିମ୍‌ ଏବଂ ସନ୍ଧାନୀ କୁକୁର ଆସି ଘଟଣାର ତଦନ୍ତ କରିଛି। ଏକ ମେଡିସିନ ଦୋକାନରୁ ନଗଦ ୮ ଲକ୍ଷ ଟଙ୍କା ସମେତ ଅନ୍ୟାନ୍ୟ ଜିନିଷ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି। ପ୍ରକାଶ ଯେ ଜିଲୁଣ୍ଡି ମୁଖ୍ୟ ସଡକରେ ବିରେନ୍ଦ୍ର ପାତ୍ର ଔଷଧ ଦୋକାନ କରିଛନ୍ତି। ୧୨ ତାରିଖରେ ବିରେନ୍ଦ୍ର ଝିଅର ନାମ ଲେଖା ପାଇଁ ଭୁବନେଶ୍ବର ଯାଇଥିଲେ। ଗତକାଲି ତାଙ୍କ ଦୋକାନ ଘର ଖୋଲା ଥିବାର ଗ୍ରାମବାସୀ ଦେଖି ବିରେନ୍ଦ୍ରଙ୍କୁ ସୂଚନା ଦେଇଥିଲେ। ଭଞ୍ଜନଗରରେ ପହଞ୍ଚି ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ସୋମବାର ସାଇଣ୍ଟିଫିକ ଟିମ ,ସନ୍ଧାନୀ କୁକୁର ଆସିବାର ଥିବା ଯୋଗୁ ଗତକାଲି ବିଶେଷ ତଦନ୍ତ ହୋଇପାରି ନ ଥିଲା । ଏନେଇ ୭୯୨/୨୫ ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।

 

 

The post ଔଷଧ ଦୋକାନରୁ ଚୋରି: ସନ୍ଧାନୀ କୁକୁର ତଦନ୍ତ କରି ଫେରିଲା appeared first on Dharitri Odia News.