କଂଗ୍ରେସ ଛାଡି ବିଜେଡିରେ ମିଶିଲେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ରଞ୍ଜୁବାଳା ବେହେରା
ଭୁବନେଶ୍ବର : କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ଅନେକ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । କଂଗ୍ରେସ ଛାଡି ବିଜେଡିରେ ମିଶିଲେ ବଙ୍ଗୋମୁଣ୍ଡା ବ୍ଲକ ଅଧକ୍ଷ ରଞ୍ଜୁବାଳା ବେହେରାଙ୍କ ସମେତ ବହୁ ସରପଞ୍ଚ,ସମିତି ସଭ୍ୟ ଓ ସଭ୍ୟା । ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଥିଲେ ସାଂସଦ ସସ୍ମିତ ପାତ୍ର । ବିଜେଡିରେ ଯୋଗଦେବା ପରେ ବଙ୍ଗୋମୁଣ୍ଡା ବ୍ଲକ ଅଧକ୍ଷ ରଞ୍ଜୁବାଳା […]

ଭୁବନେଶ୍ବର : କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ଅନେକ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । କଂଗ୍ରେସ ଛାଡି ବିଜେଡିରେ ମିଶିଲେ ବଙ୍ଗୋମୁଣ୍ଡା ବ୍ଲକ ଅଧକ୍ଷ ରଞ୍ଜୁବାଳା ବେହେରାଙ୍କ ସମେତ ବହୁ ସରପଞ୍ଚ,ସମିତି ସଭ୍ୟ ଓ ସଭ୍ୟା । ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଥିଲେ ସାଂସଦ ସସ୍ମିତ ପାତ୍ର ।
ବିଜେଡିରେ ଯୋଗଦେବା ପରେ ବଙ୍ଗୋମୁଣ୍ଡା ବ୍ଲକ ଅଧକ୍ଷ ରଞ୍ଜୁବାଳା ବେହେରା କହିଛନ୍ତି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ୨୦୨୪ରେ ରେକର୍ଡ ମାର୍ଜିନରେ ମୁଖ୍ୟମନ୍ତ୍ରୀ ଜୟଯୁକ୍ତ ହେବେ । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ଫଳରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିକାଶ ହେବ। ଆମକୁ ବହୁତ ଖୁସି ଓ ଗର୍ବ ଲାଗୁଛି ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହେଉଛନ୍ତି। ବହୁ ସଂଖ୍ୟାରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ବିଜୟୀ କରିବୁ।