କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଲେ ପୂର୍ବତନ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ସୁନିଆନି
ଭୁବନେଶ୍ବର ୧୦।୪: ବିଜେଡିରେ ମିଶିଲେ ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲୀର କଂଗ୍ରେସ ନେତା ପ୍ରଫୁଲ୍ଲ ସୁନିଆନି । ୨୦୦୯ରେ ସେ କଂଗ୍ରେସ ଟିକେଟରୁ ରଘୁନାଥପାଲୀ ବିଧାନସଭା ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ସେ ସୁନ୍ଦରଗଡ଼ ଛାତ୍ର ଓ ଯୁବ କଂଗ୍ରେସର ସଭାପତି ଭାବେ କାର୍ଯ୍ୟ କରିଛନ୍ତି । ସାଂସଦ ସସ୍ମିତ ପାତ୍ର ତାଙ୍କୁ ଦଳକୁ ସ୍ବାଗତ କରିଥିଲେ । ସସ୍ମିତ କହିଛନ୍ତି ଯେ, ପ୍ରଫୁଲ୍ଲ କେବଳ ରଘୁନାଥପାଲୀ ଯାଏଁ ସୀମିତ ନୁହନ୍ତି, ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ସଂଗଠନ କରିଛନ୍ତି । ରଘୁନାଥପାଲୀ ଓ ସୁନ୍ଦରଗଡ଼ ବିଜେଡି ସଂଗଠନ ଆହୁରି ସୁଦୃଢ ହେବ ।ବିଜେଡିରେ ମିଶିବା ପରେ ପ୍ରଫୁଲ୍ଲ ସୁନିଆନିଙ୍କ ପ୍ରତିକ୍ରିୟା । କଲେଜରେ ପଢ଼ିବା ସମୟରେ ଜନସେବା ପାଇଁ ଇଛା ଥିଲା । ହେଲେ ସୁଯୋଗ ମିଳୁ ନଥିଲା। ଏବେ ମିଳିଲା । ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଲି । ଯାହା ଦାୟିତ୍ବ ମିଳିବ, ସୁଚାରୁ ଭାବେ କରିବି ।You Can Read :ବିଜେଡିର ମିଶ୍ରଣ ପର୍ବ : ବିଜେଡିରେ ମିଶିଲେ ବଲାଙ୍ଗୀର ପୂର୍ବତନ ବିଜେପି ଜିଲ୍ଲା ସଭାପତି ପ୍ରଭାସ ପାଣିଗ୍ରାହୀ
ଭୁବନେଶ୍ବର ୧୦।୪: ବିଜେଡିରେ ମିଶିଲେ ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲୀର କଂଗ୍ରେସ ନେତା ପ୍ରଫୁଲ୍ଲ ସୁନିଆନି । ୨୦୦୯ରେ ସେ କଂଗ୍ରେସ ଟିକେଟରୁ ରଘୁନାଥପାଲୀ ବିଧାନସଭା ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ସେ ସୁନ୍ଦରଗଡ଼ ଛାତ୍ର ଓ ଯୁବ କଂଗ୍ରେସର ସଭାପତି ଭାବେ କାର୍ଯ୍ୟ କରିଛନ୍ତି । ସାଂସଦ ସସ୍ମିତ ପାତ୍ର ତାଙ୍କୁ ଦଳକୁ ସ୍ବାଗତ କରିଥିଲେ । ସସ୍ମିତ କହିଛନ୍ତି ଯେ, ପ୍ରଫୁଲ୍ଲ କେବଳ ରଘୁନାଥପାଲୀ ଯାଏଁ ସୀମିତ ନୁହନ୍ତି, ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ସଂଗଠନ କରିଛନ୍ତି । ରଘୁନାଥପାଲୀ ଓ ସୁନ୍ଦରଗଡ଼ ବିଜେଡି ସଂଗଠନ ଆହୁରି ସୁଦୃଢ ହେବ ।
ବିଜେଡିରେ ମିଶିବା ପରେ ପ୍ରଫୁଲ୍ଲ ସୁନିଆନିଙ୍କ ପ୍ରତିକ୍ରିୟା । କଲେଜରେ ପଢ଼ିବା ସମୟରେ ଜନସେବା ପାଇଁ ଇଛା ଥିଲା । ହେଲେ ସୁଯୋଗ ମିଳୁ ନଥିଲା। ଏବେ ମିଳିଲା । ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଲି । ଯାହା ଦାୟିତ୍ବ ମିଳିବ, ସୁଚାରୁ ଭାବେ କରିବି ।
You Can Read :
ବିଜେଡିର ମିଶ୍ରଣ ପର୍ବ : ବିଜେଡିରେ ମିଶିଲେ ବଲାଙ୍ଗୀର ପୂର୍ବତନ ବିଜେପି ଜିଲ୍ଲା ସଭାପତି ପ୍ରଭାସ ପାଣିଗ୍ରାହୀ