କଂଗ୍ରେସ ଛାଡିଲେ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ବିଧାୟକ ପ୍ରାର୍ଥୀ ପାଇଁ ଥିଲେ ଆଶାୟୀ

ନୀଳଗିରି: କଂଗ୍ରେସ ଛାଡିଲେ ବାଲେଶ୍ଵର ଜିଲ୍ଲା ନୀଳଗିରିର ପୁର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ। ଏନେଇ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ କରି ଏଭଳି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ନୀଳଗିରି ବିଧାୟକ ପ୍ରାର୍ଥୀ ପାଇଁ ଆଶାୟୀ ଥିଲେ ଚିତ୍ତରଞ୍ଜନ । ତେବେ କଂଗ୍ରେସ ଦଳରେ ରହି ସଂଗଠନକୁ ମଜବୁତ କରିଥିଲେ ବି ତାଙ୍କୁ ହାଇକମାଣ୍ଡ ଅଣଦେଖା କରିବା ଦୁଃଖ ଦେଇଥିବା କହିଛନ୍ତି ଷଡ଼ଙ୍ଗୀ। ଏହା ସହ ସ୍ୱାଧୀନ ଭାବେ ବାଲେଶ୍ଵର ସାଂସଦ ଆସନରେ ନିର୍ବାଚନ ଲଢ଼ିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ଚିତ୍ତରଞ୍ଜନ ଷଡ଼ଙ୍ଗୀ।