କଂଗ୍ରେସ ବିଧାୟକ ସସପେଣ୍ଡ: ସାଂଘାତିକ ବୟାନ ଦେଲେ ଭକ୍ତ
ଭୁବନେଶ୍ୱର,୨୫।୩:ବିଧାନସଭା ଭିତରେ ବିଶୃଙ୍ଖଳିତ ଆଚରଣ ପାଇ କଂଗ୍ରେସର ୧୨ବିଧାୟକଙ୍କୁ ସସପେଣ୍ଡ। କଂଗ୍ରେସର ମୋଟ ୧୪ ବିଧାୟକଙ୍କ ଭିତରୁ ୧୨ ଜଣ ନିଲମ୍ବିତ ହୋଇଛନ୍ତି। ଗୃହ ଭିତରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ଜଣ ବିଧାୟକଙ୍କୁ ୭ ଦିନ ପାଇଁ ନିଲମ୍ବିତ କରାଯାଇଛି । ବାଚସ୍ପତିଙ୍କ ପ୍ରତି ଅସମ୍ମାନ, ବିଧାନସଭାରେ ଅଶୋଭନୀୟ ଆଚରଣ ଓ ବିଧାନସଭାର ନିୟମ ଉଲ୍ଲଘଂନ ପାଇଁ କଂଗ୍ରେସ ସଦସ୍ୟ ରାମଚନ୍ଦ୍ର କାଡାମ, ରାଜନ ଏକ୍କା, ଦାଶରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, […] The post କଂଗ୍ରେସ ବିଧାୟକ ସସପେଣ୍ଡ: ସାଂଘାତିକ ବୟାନ ଦେଲେ ଭକ୍ତ appeared first on Dharitri Odia News.
ଭୁବନେଶ୍ୱର,୨୫।୩:ବିଧାନସଭା ଭିତରେ ବିଶୃଙ୍ଖଳିତ ଆଚରଣ ପାଇ କଂଗ୍ରେସର ୧୨ବିଧାୟକଙ୍କୁ ସସପେଣ୍ଡ। କଂଗ୍ରେସର ମୋଟ ୧୪ ବିଧାୟକଙ୍କ ଭିତରୁ ୧୨ ଜଣ ନିଲମ୍ବିତ ହୋଇଛନ୍ତି। ଗୃହ ଭିତରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ଜଣ ବିଧାୟକଙ୍କୁ ୭ ଦିନ ପାଇଁ ନିଲମ୍ବିତ କରାଯାଇଛି । ବାଚସ୍ପତିଙ୍କ ପ୍ରତି ଅସମ୍ମାନ, ବିଧାନସଭାରେ ଅଶୋଭନୀୟ ଆଚରଣ ଓ ବିଧାନସଭାର ନିୟମ ଉଲ୍ଲଘଂନ ପାଇଁ କଂଗ୍ରେସ ସଦସ୍ୟ ରାମଚନ୍ଦ୍ର କାଡାମ, ରାଜନ ଏକ୍କା, ଦାଶରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, କାଡ୍ରାକା ଆପଲ ସ୍ବାମୀ, ପ୍ରଫୁଲ୍ଲ ପ୍ରଧାନ, ପବିତ୍ର ସାଉଁତା, ସୋଫିଆ ଫିର୍ଦ୍ଦୋସ, ମଙ୍ଗୁ ଖିଲ ଓ ନୀଳମାଧବ ହିକକାଙ୍କୁ ନିଲମ୍ବନ କରାଯାଇଛି।
ଏନେଇ ପିସିସି ସଭାପତି ଭକ୍ତ ଦାସ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଆଲୋଚନା ପାଇଁ ଡାକିଲେ, କଥାବାର୍ତ୍ତା କଲେ, କିନ୍ତୁ ସମାଧାନ କଲେନି। ହାଉସ କମିଟି ଗଠନ କରିଥିଲେ କଣ ଅସୁବିଧା ହୋଇଥାନ୍ତା। ହାଉସ କମିଟି ଗଠନ କରିଥିଲେ ଗୃହ ଭଲରେ ଚାଲିଥାନ୍ତା। ଏହାକୁ ଆମେ ଦୃଢ ବିରୋଧ କରୁଛୁ। ଏନେଇ ୨୭ରେ ଜୋରଦାର ବିରୋଧ ପ୍ରଦର୍ଶନ ହେବ। ଆପଣମାନେ ନିଶ୍ଚୟ ଦେଖିବେ। ସେହିପରି ବିଜେଡିକୁ ମଧ୍ୟ ଟାର୍ଗେଟ କରିଛନ୍ତି ଭକ୍ତ ଦାସ। ସେ କହିଛନ୍ତି, ବିଜେଡି ଦାବି କରିଥିଲେ ହାଉସ କମିଟି କରିବାକୁ ବାଧ୍ୟ ହୋଇଥାନ୍ତେ।
The post କଂଗ୍ରେସ ବିଧାୟକ ସସପେଣ୍ଡ: ସାଂଘାତିକ ବୟାନ ଦେଲେ ଭକ୍ତ appeared first on Dharitri Odia News.