କଂଗ୍ରେସକୁ ପୁଣି ୟଙ୍ଗ ବ୍ରିଗେଡ୍ ଝଟକା
ରାଜ୍ୟ କଂଗ୍ରେସକୁ ଜଣକ ପରେ ଜଣେ ଯୁବ ନେତାଙ୍କ ଝଟ୍କା । ଦୁଇ ଦିନ ତଳେ ପୂର୍ବତନ ବିଧାୟକ ନିହାର ମହାନନ୍ଦ ତ ଆଜି ଅଂଶୁମାନ ମହାନ୍ତି। ସାଧାରଣ ନିର୍ବାଚନକୁ ଅଳ୍ପ ଦିନ ଥିବାବେଳେ ଜଣକ ପରେ ଜଣେ ୟଙ୍ଗ ବିଗ୍ରେଡ୍ଙ୍କ ଇସ୍ତଫା କଂଗ୍ରେସକୁ ଦୁର୍ବଳ କରିଛି।
ସୋମବାର ନିହାର ମହାନନ୍ଦ। ଗଲା କାଲି ବିପ୍ଲବ ଜେନା। ଆଉ ଆଜି ଅଂଶୁମାନ ମହାନ୍ତି। ତିନି ଦିନରେ ରାଜ୍ୟ କଂଗ୍ରେସକୁ ତିନି ୟଙ୍ଗ ବ୍ରିଗେଡ୍ଙ୍କ ଝଟକା। ଆଜି ଦଳ ଛାଡ଼ିଛନ୍ତି ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି। ସେ ପାର୍ଟିର ପ୍ରାଥମିକ ସଦସ୍ୟ ସହ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ପଦରୁ ମଧ୍ୟ ଦେଇଛନ୍ତି ଇସ୍ତଫା। ତାଙ୍କ ପୂର୍ବରୁ ୧୨ ତାରିଖରେ ଅତାବିରାର ପୂର୍ବତନ ବିଧାୟକ ନିହାର ମହାନନ୍ଦ ବି କଂଗ୍ରେସ ଛାଡ଼ିଥିଲେ। ସେ କହିଥିଲେ ୧୫ ବର୍ଷ ଧରି ପାର୍ଟି ପାଇଁ କାମ କରୁଥିଲେ ବି ଗତ ବର୍ଷେ ହେଲା ଲୋକସେବା କରିବା ଲାଗି ତାଙ୍କୁ ସୁଯୋଗ ମିଳୁନଥିଲା।