କଂଗ୍ରେସକୁ ଫେରିବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ! ୨୦୨୧ରେ ଟିଏମସିରେ ଯୋଗ ଦେଇଥିଲେ

ନୂଆଦିଲ୍ଲୀ: କଂଗ୍ରେସକୁ ପୁଣି ଥରେ ଫେରିବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ । ୨୦୨୧ ମସିହାରେ କଂଗ୍ରେସ ସହ ମତାନ୍ତର ଯୋଗୁଁ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ୍ ମୁଖାର୍ଜୀ ଦଳ ଛଡିଥିଲେ । ପରେ ସେହି ବର୍ଷ ମମତା ବାନାର୍ଜୀଙ୍କ ଦଳ ଟିଏମସିରେ ଯୋଗ ଦେଇଥିଲେ । ଏବେ ସେ ଟିଏମସିର କାର୍ଯ୍ୟଶୈଳୀ ସହ ମେଳ ଖାଉନଥିବା କହିଛନ୍ତି । ଜଙ୍ଗିପୁର ଲୋକସଭା ଆସନରୁ ପୂର୍ବତନ ସାଂସଦ ଅଭିଜିତ୍ କହିଛନ୍ତି, 'ଟିଏମସିରେ ସାମିଲ ହେବା ପରେ ମୋତେ ସେପରି କିଛି କାମ ମିଳିନି । ଏମାନଙ୍କ କାର୍ଯ୍ୟ ସଂସ୍କୃତି କଂଗ୍ରେସ ସହ ଆଦୌ ମେଳ ଖାଉ ନାହିଁ ।' ସେ କହିଛନ୍ତି, ‘ମୋତେ ଲାଗିଲା ଏହା ଅତ୍ୟଧିକ ହୋଇଛି । ଏଥିପାଇଁ, ଦିଲ୍ଲୀ ଫେରିବା ପରେ ବରିଷ୍ଠ ନେତାମାନେ (କଂଗ୍ରେସରୁ) ମୋତେ ପରୋକ୍ଷ ରୂପେ ମୁଁ କାହିଁକି ଶାନ୍ତ ବୋଲି ପ୍ରଶ୍ନ କରିଥିଲେ । ସେମାନେ ମୋତେ ସକ୍ରିୟ ରହିବା ପାଇଁ କହିଛନ୍ତି । ମୁଁ ବରିଷ୍ଠ ନେତାଙ୍କୁ ଭେଟିବା ପାଇଁ ସମୟ ମାଗିଛି । ଦିନ କି ଦୁଇ ଦିନରେ ତାଙ୍କୁ ଭେଟିପାରେ, ଯଦି ସେମାନେ ମୋତ ତୁରନ୍ତ ସାମିଲ ହେବା ପାଇଁ କହିବେ ତେବେ ମୁଁ ଯୋଗ ଦେବା ପାଇଁ ପ୍ରସ୍ତୁତ ଅଛି ।'ଅଭିଜିତ୍ ମୁଖାର୍ଜୀ କହିଛନ୍ତି ଯେ ୨୦୧୯ରେ ସେ କଂଗ୍ରେସ ଟିକଟରେ ନିର୍ବାଚନ ଲଢି ପରାଜିତ ହୋଇଥିଲେ ଏବଂ ଦଳ ଭଲ ସ୍ଥିତିରେ ନଥିଲା ତେଣୁ କଂଗ୍ରେସ ଛାଡ଼ିଥିଲି ଏବଂ ଟିଏମସିରେ ସାମିଲ ହୋଇଥିଲେ । ନିଜ ରାଜନୀତିକ ଯାତ୍ରା ଉପରେ ବୟାନ ଦେଇ ମ

କଂଗ୍ରେସକୁ ଫେରିବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ! ୨୦୨୧ରେ ଟିଏମସିରେ ଯୋଗ ଦେଇଥିଲେ

ନୂଆଦିଲ୍ଲୀ: କଂଗ୍ରେସକୁ ପୁଣି ଥରେ ଫେରିବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ । ୨୦୨୧ ମସିହାରେ କଂଗ୍ରେସ ସହ ମତାନ୍ତର ଯୋଗୁଁ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ୍ ମୁଖାର୍ଜୀ ଦଳ ଛଡିଥିଲେ । ପରେ ସେହି ବର୍ଷ ମମତା ବାନାର୍ଜୀଙ୍କ ଦଳ ଟିଏମସିରେ ଯୋଗ ଦେଇଥିଲେ । ଏବେ ସେ ଟିଏମସିର କାର୍ଯ୍ୟଶୈଳୀ ସହ ମେଳ ଖାଉନଥିବା କହିଛନ୍ତି । 

ଜଙ୍ଗିପୁର ଲୋକସଭା ଆସନରୁ ପୂର୍ବତନ ସାଂସଦ ଅଭିଜିତ୍ କହିଛନ୍ତି, 'ଟିଏମସିରେ ସାମିଲ ହେବା ପରେ ମୋତେ ସେପରି କିଛି କାମ ମିଳିନି । ଏମାନଙ୍କ କାର୍ଯ୍ୟ ସଂସ୍କୃତି କଂଗ୍ରେସ ସହ ଆଦୌ ମେଳ ଖାଉ ନାହିଁ ।' 

ସେ କହିଛନ୍ତି, ‘ମୋତେ ଲାଗିଲା ଏହା ଅତ୍ୟଧିକ ହୋଇଛି । ଏଥିପାଇଁ, ଦିଲ୍ଲୀ ଫେରିବା ପରେ ବରିଷ୍ଠ ନେତାମାନେ (କଂଗ୍ରେସରୁ) ମୋତେ ପରୋକ୍ଷ ରୂପେ ମୁଁ କାହିଁକି ଶାନ୍ତ ବୋଲି ପ୍ରଶ୍ନ କରିଥିଲେ । ସେମାନେ ମୋତେ ସକ୍ରିୟ ରହିବା ପାଇଁ କହିଛନ୍ତି । ମୁଁ ବରିଷ୍ଠ ନେତାଙ୍କୁ ଭେଟିବା ପାଇଁ ସମୟ ମାଗିଛି । ଦିନ କି ଦୁଇ ଦିନରେ ତାଙ୍କୁ ଭେଟିପାରେ, ଯଦି ସେମାନେ ମୋତ ତୁରନ୍ତ ସାମିଲ ହେବା ପାଇଁ କହିବେ ତେବେ ମୁଁ ଯୋଗ ଦେବା ପାଇଁ ପ୍ରସ୍ତୁତ ଅଛି ।'

ଅଭିଜିତ୍ ମୁଖାର୍ଜୀ କହିଛନ୍ତି ଯେ ୨୦୧୯ରେ ସେ କଂଗ୍ରେସ ଟିକଟରେ ନିର୍ବାଚନ ଲଢି ପରାଜିତ ହୋଇଥିଲେ ଏବଂ ଦଳ ଭଲ ସ୍ଥିତିରେ ନଥିଲା ତେଣୁ କଂଗ୍ରେସ ଛାଡ଼ିଥିଲି ଏବଂ ଟିଏମସିରେ ସାମିଲ ହୋଇଥିଲେ । ନିଜ ରାଜନୀତିକ ଯାତ୍ରା ଉପରେ ବୟାନ ଦେଇ ମୁଖାର୍ଜୀ କହିଛନ୍ତି, ‘୨୦୧୯ ନିର୍ବାଚନ କେଉଁ କାରଣ ପାଇଁ ମୁଁ ହାରିଲି ତାହା ମୁଁ ସାର୍ବଜାନୀନ କରିବାକୁ ଚାହୁଁ ନାହିଁ । ହାଇକମାଣ୍ଡ ମଧ୍ୟ ଏହ ଜାଣିଛି ।'