କଂଗ୍ରେସକୁ ଫେରିବେ ମେନକା-ବରୁଣ ଗାନ୍ଧୀ! ବଡ଼ ବୟାନ ଦେଲେ ମେନକା

ନୂଆଦିଲ୍ଲୀ,୨।୪: କଂଗ୍ରେସକୁ ପୁଣି ଫେରିବେ ମେନକା ଓ ବରୁଣ ଗାନ୍ଧୀ! ଏନେଇ ଗଣମାଧ୍ୟକୁ ଦେଇଛନ୍ତି ବଡ଼ ବୟାନ। ମେନକା ଓ ବରୁଣ ଗାନ୍ଧୀ କଂଗ୍ରେସ ପରିବାର ଠୁ ଭିନ୍ନ କାହିଁକି? ଏହି ପ୍ରଶ୍ନ ଦୀର୍ଘ ଦିନ ଧରି ଆଲୋଚନା ହେଉଛି। କିନ୍ତୁ ସାମ୍ପ୍ରତିକ ସମୟରେ, ଗାନ୍ଧୀ ପରିବାର ପୁଣି ଏକଜୁଟ ହେବାକୁ ଯାଉଛନ୍ତି କି ନାହିଁ ଏନେଇ ଏକ ବଡ ପ୍ରଶ୍ନ ଉଠିଛି। ମେନକା ଏବଂ ବରୁଣ ଗାନ୍ଧୀ ପୁଣି କଂଗ୍ରେସ ପରିବାରରେ ଯୋଗଦେବାକୁ ଯାଉଛନ୍ତି କି? […] The post କଂଗ୍ରେସକୁ ଫେରିବେ ମେନକା-ବରୁଣ ଗାନ୍ଧୀ! ବଡ଼ ବୟାନ ଦେଲେ ମେନକା appeared first on Dharitri Odia News.

କଂଗ୍ରେସକୁ ଫେରିବେ ମେନକା-ବରୁଣ ଗାନ୍ଧୀ! ବଡ଼ ବୟାନ ଦେଲେ ମେନକା

ନୂଆଦିଲ୍ଲୀ,୨।୪: କଂଗ୍ରେସକୁ ପୁଣି ଫେରିବେ ମେନକା ଓ ବରୁଣ ଗାନ୍ଧୀ! ଏନେଇ ଗଣମାଧ୍ୟକୁ ଦେଇଛନ୍ତି ବଡ଼ ବୟାନ। ମେନକା ଓ ବରୁଣ ଗାନ୍ଧୀ କଂଗ୍ରେସ ପରିବାର ଠୁ ଭିନ୍ନ କାହିଁକି? ଏହି ପ୍ରଶ୍ନ ଦୀର୍ଘ ଦିନ ଧରି ଆଲୋଚନା ହେଉଛି। କିନ୍ତୁ ସାମ୍ପ୍ରତିକ ସମୟରେ, ଗାନ୍ଧୀ ପରିବାର ପୁଣି ଏକଜୁଟ ହେବାକୁ ଯାଉଛନ୍ତି କି ନାହିଁ ଏନେଇ ଏକ ବଡ ପ୍ରଶ୍ନ ଉଠିଛି। ମେନକା ଏବଂ ବରୁଣ ଗାନ୍ଧୀ ପୁଣି କଂଗ୍ରେସ ପରିବାରରେ ଯୋଗଦେବାକୁ ଯାଉଛନ୍ତି କି? କହିରଖୁଛୁ କି, ଯେତେବେଳେ ଭାଜପା ପିଲଭିତରୁ ବରୁଣ ଗାନ୍ଧୀଙ୍କ ଟିକେଟ କାଟିଲା ସେତେବେଳେ ଏହି ପ୍ରଶ୍ନ ମୁଣ୍ଡ ଟେକିଥିଲା। ତେବେ ନିକଟରେ ଏହି ପ୍ରଶ୍ନ ଯେତେବେଳେ ମେନକାଙ୍କୁ ପଚରାଗଲା ସେତେବେଳେ ସେ ଏହାକୁ ନେଇ ବଡ଼ ବୟାନ ଦେଇଛନ୍ତି।

ଗଣମାଧ୍ୟମର ଏକ ପ୍ରଶ୍ନରେ ମେନକା କହିଛନ୍ତି, ମୁଁ ଭାଜପାରେ ବହୁତ ଖୁସିରେ ଅଛି। କିନ୍ତୁ ପୁଅ ବରୁଣ ଗାନ୍ଧୀଙ୍କ ବିଷୟରେ ପଚାରିବାରୁ ସେ କହିଛନ୍ତି, ନିର୍ବାଚନ ପରେ ଦେଖିବା। ଏବେ ବହୁତ ସମୟ ବାକି ଅଛି।

ସୂଚନାଥାଉ କି, ମେନକା ସୁଲତାନପୁରର ଭାଜପାର ଏମପି ଅଛନ୍ତି। ଚଳିତ ନିର୍ବାଚନ ପାଇଁ ଦଳ ତାଙ୍କୁ ପୁଣି ଥରେ ସୁଲତାନପୁରରୁ ପ୍ରାର୍ଥୀ କରିଛି। ୨୦୧୪ ଲୋକ ସଭା ନିର୍ବାଚନରେ ତାଙ୍କୁ ପିଲଭିତରୁ ଟିକେଟ୍‌ ମିଳିଥିଲା। ଏବଂ ସେ ସେଠାରୁ ବିଜୟୀ ହୋଇଥିଲେ। ୨୦୧୯ ଲୋକ ସଭା ନିର୍ବାଚନରେ ଭାଜପା ବରୁଣ ଗାନ୍ଧୀଙ୍କୁ ସେଠାରୁ ଟିକେଟ ଦେଇଥିଲା। କିନ୍ତୁ ଏଥର ବରୁଣଙ୍କ ଟିକେଟ୍‌ କଟିଛି। ଏଥର ଭାଜପା ତାଙ୍କ ବଦଳରେ ଜିତିନ ପ୍ରସାଦଙ୍କୁ ଟିକେଟ ଦେଇଛି।

The post କଂଗ୍ରେସକୁ ଫେରିବେ ମେନକା-ବରୁଣ ଗାନ୍ଧୀ! ବଡ଼ ବୟାନ ଦେଲେ ମେନକା appeared first on Dharitri Odia News.