କଂଗ୍ରେସକୁ ବଡ଼ ଝଟକା, ପଶ୍ଚିମବଙ୍ଗରେ ସବୁ ଆସନରେ ନିର୍ବାଚନ ଲଢିବ ଟିଏମସି
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ(ଟିଏମସି) ସମସ୍ତ ୪୨ ଲୋକସଭା ସିଟ୍ରେ ନିର୍ବାଚନ ଲଢିବ ବୋଲି କହିଛି। ଗତ ୨୪ ଘଣ୍ଟାରେ ଖବର ଆସିଥିଲା ଯେ, ମମତା ବାନାର୍ଜୀ ଓ କଂଗ୍ରେସ ମଧ୍ୟରେ ଆସନ ଭାଗବଣ୍ଟା ନେଇ ପୁଣି ଥରେ ଆଲୋଚନା ଆରମ୍ଭ ହୋଇ ଯାଇଛି। ଏହା ମଧ୍ୟ କୁହାଯାଉଥିଲା ଯେ, ମମତା କଂଗ୍ରେସକୁ ୫ଟି ସିଟ୍ ଦେଇ ପାରନ୍ତି। ଏହି ସବୁ ଚର୍ଚ୍ଚା ମଧ୍ୟରେ ଶୁକ୍ରବାର ରାତିରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ଏନଡିଟିଭିର ରିପୋର୍ଟ ଅନୁଯାୟୀ, ଟିଏମସି ସାଂସଦ ଡେରେକ ଓ ବ୍ରାଏନ କହିଛନ୍ତି, ତାଙ୍କ ଦଳ ରାଜ୍ୟରେ ସମସ୍ତ ୪୨ ଲୋକସଭା ସିଟ୍ରେ ନିର୍ବାଚନ ଲଢିବ। ଏହା ସହିତ ଆସାମ ଓ ମେଘାଳୟରେ ମଧ୍ୟ ଦଳ ସମସ୍ତ ସିଟରେ ନିଜର ପ୍ରାର୍ଥୀ ଦେବ। ଏହି ରଣନୀତିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ଟିଏମସି ସାଂସଦଙ୍କ ଏହି ବୟାନରୁ ସ୍ପଷ୍ଟ ଯେ, ଟିଏମସି ପଶ୍ଚିମବଙ୍ଗରେ କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ଲଢିବ ନାହିଁ। Also read- ଏହି ତାରିଖରେ ଘୋଷଣା ହୋଇପାରେ ଲୋକସଭା ନିର୍ବାଚନ ତାରିଖ, ପ୍ରସ୍ତୁତି ଜୋରଦାର ଉଲ୍ଲେଖନୀୟ ଗତ ଦିନେ ଦୁଇ ଦିନରେ ଇଣ୍ଡିଆ ମେଣ୍ଟ ପାଇଁ ଅନେକ ପ୍ରକାରର ସକରାତ୍ମକ ଖବର ଆସିଥିଲା। ପ୍ରଥମେ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ଉତ୍ତର ପ୍ରଦେଶରେ ମେଣ୍ଟ ଚୂଡ଼ାନ୍ତ ହୋଇଥିବା ବେଳେ ଦିଲ୍ଲୀ, ହରିୟାଣା, ଗୁଜରାଟ ଆଦ
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ(ଟିଏମସି) ସମସ୍ତ ୪୨ ଲୋକସଭା ସିଟ୍ରେ ନିର୍ବାଚନ ଲଢିବ ବୋଲି କହିଛି। ଗତ ୨୪ ଘଣ୍ଟାରେ ଖବର ଆସିଥିଲା ଯେ, ମମତା ବାନାର୍ଜୀ ଓ କଂଗ୍ରେସ ମଧ୍ୟରେ ଆସନ ଭାଗବଣ୍ଟା ନେଇ ପୁଣି ଥରେ ଆଲୋଚନା ଆରମ୍ଭ ହୋଇ ଯାଇଛି। ଏହା ମଧ୍ୟ କୁହାଯାଉଥିଲା ଯେ, ମମତା କଂଗ୍ରେସକୁ ୫ଟି ସିଟ୍ ଦେଇ ପାରନ୍ତି। ଏହି ସବୁ ଚର୍ଚ୍ଚା ମଧ୍ୟରେ ଶୁକ୍ରବାର ରାତିରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି।
ଏନଡିଟିଭିର ରିପୋର୍ଟ ଅନୁଯାୟୀ, ଟିଏମସି ସାଂସଦ ଡେରେକ ଓ ବ୍ରାଏନ କହିଛନ୍ତି, ତାଙ୍କ ଦଳ ରାଜ୍ୟରେ ସମସ୍ତ ୪୨ ଲୋକସଭା ସିଟ୍ରେ ନିର୍ବାଚନ ଲଢିବ। ଏହା ସହିତ ଆସାମ ଓ ମେଘାଳୟରେ ମଧ୍ୟ ଦଳ ସମସ୍ତ ସିଟରେ ନିଜର ପ୍ରାର୍ଥୀ ଦେବ। ଏହି ରଣନୀତିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ଟିଏମସି ସାଂସଦଙ୍କ ଏହି ବୟାନରୁ ସ୍ପଷ୍ଟ ଯେ, ଟିଏମସି ପଶ୍ଚିମବଙ୍ଗରେ କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ଲଢିବ ନାହିଁ।
Also read- ଏହି ତାରିଖରେ ଘୋଷଣା ହୋଇପାରେ ଲୋକସଭା ନିର୍ବାଚନ ତାରିଖ, ପ୍ରସ୍ତୁତି ଜୋରଦାର
ଉଲ୍ଲେଖନୀୟ ଗତ ଦିନେ ଦୁଇ ଦିନରେ ଇଣ୍ଡିଆ ମେଣ୍ଟ ପାଇଁ ଅନେକ ପ୍ରକାରର ସକରାତ୍ମକ ଖବର ଆସିଥିଲା। ପ୍ରଥମେ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ଉତ୍ତର ପ୍ରଦେଶରେ ମେଣ୍ଟ ଚୂଡ଼ାନ୍ତ ହୋଇଥିବା ବେଳେ ଦିଲ୍ଲୀ, ହରିୟାଣା, ଗୁଜରାଟ ଆଦି ରାଜ୍ୟରେ କଂଗ୍ରେସ ଓ ଆପ୍ ମଧ୍ୟରେ ମେଣ୍ଟ ପ୍ରାୟତଃ ସ୍ପଷ୍ଟ ହୋଇ ଯାଇଛି। ଆପ୍ ଓ କଂଗ୍ରେସ ମଧ୍ୟରେ ଆଗାମୀ ୨୪ ଘଣ୍ଟାରେ ମେଣ୍ଟର ଘୋଷଣା କରାଯାଇପାରେ। ସେପଟେ ମହାରାଷ୍ଟ୍ରରେ ମହାବିକାଶ ଅଘାଡି ମଧ୍ୟରେ ଆସନ ଭାଗବଣ୍ଟା ମଧ୍ୟ ସ୍ଥିର ହୋଇ ଯାଇଛି। ମାତ୍ର ପଶ୍ଚିମବଙ୍ଗରେ ଟିଏମସି ଏକାକୀ ନିର୍ବାଚନ ଲଢିବା କହି କଂଗ୍ରେସକୁ ଝଟକା ଦେଇଛି।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ବିଜେପି ଓ ଟିଏମସି ମଧ୍ୟରେ ସିଧା ସଳଖ ମୁକାବିଲା ହେବାକୁ ଯାଉଛି। ୨୦୧୯ ଲୋକସଭା ନିର୍ବାଚନରେ ଟିଏମସି ୨୨ ସିଟ୍ ଜିତିଥିବା ବେଳେ ବିଜେପି ୧୮ ହାତେଇଥିଲା। ଭୋଟ୍ ପ୍ରତିଶତରେ ମଧ୍ୟ ବିଶେଷ ଫରକ ନ ଥିଲା। ଟିଏମସକିୁ ୪୨ପ୍ରତିଶତ ଓ ବିଜେପିକୁ ୪୦ ପ୍ରତିଶତ ଭୋଟ୍ ମିଳିଥିଲା। ଅନ୍ୟପଟେ କଂଗ୍ରେସ ଗତ ନିର୍ବାଚନରେ ମାତ୍ର ୨ଟି ଲୋକସଭା ସିଟ୍ ଜିତିବାରେ ସଫଳ ହୋଇଥିଲା।
The post କଂଗ୍ରେସକୁ ବଡ଼ ଝଟକା, ପଶ୍ଚିମବଙ୍ଗରେ ସବୁ ଆସନରେ ନିର୍ବାଚନ ଲଢିବ ଟିଏମସି appeared first on Prameya News7.